Horticulture

ପନିପରିବା ଚାଷ ବିଷୟରେ କେତେକ ଜାଣିବା କଥା...

ଶରୀରକୁ ଉପଯୁକ୍ତ ଭାବେ ବଳିଷ୍ଠ ଓ କର୍ମକ୍ଷମ କରିବାକୁ ହେଲେ ପୃଷ୍ଟି କାରକ ଖାଦ୍ୟ ଅବଶ୍ୟକ । ରୋଗ ଦାଉରୁ ରକ୍ଷା ପାଇବା ଲାଗି ସ୍ୱାସ୍ଥ୍ୟପଦ ଖାଦ୍ୟ ନିୟମିତ ଭାବେ ବ୍ୟବହାର କରିବା ଦରକାର । ଫଳ ଓ ପନିପରିବାଗୁଡିକ ଆମ ଦେଶର ପ୍ରଧାନ ସ୍ୱାସ୍ଥ୍ୟ ପ୍ରଦାୟକ ଖାଦ୍ୟ । ଶରୀର ତତ୍ତ୍ଵିକ ଦୃଷ୍ଟିରୁ ଦେଖିଲେ ଶରୀର ଗଠନ ଓ ସ୍ୱାସ୍ଥ୍ୟରକ୍ଷା ଲାଗି ଦରକାର ହେଉଥିବା ବହୁ ଉପାଦାନ ସାଧାରଣତଃ ପନିପରିବାରୁ ହିଁ ମିଳିଥାଏ ।

23 November, 2021 12:09 PM IST By: Sudesna Nayak

ଶରୀରକୁ ଉପଯୁକ୍ତ ଭାବେ ବଳିଷ୍ଠ ଓ କର୍ମକ୍ଷମ କରିବାକୁ ହେଲେ ପୃଷ୍ଟି କାରକ ଖାଦ୍ୟ ଅବଶ୍ୟକ । ରୋଗ ଦାଉରୁ ରକ୍ଷା ପାଇବା ଲାଗି ସ୍ୱାସ୍ଥ୍ୟପଦ ଖାଦ୍ୟ ନିୟମିତ ଭାବେ ବ୍ୟବହାର କରିବା ଦରକାର । ଫଳ ଓ ପନିପରିବାଗୁଡିକ ଆମ ଦେଶର ପ୍ରଧାନ ସ୍ୱାସ୍ଥ୍ୟ ପ୍ରଦାୟକ ଖାଦ୍ୟ । ଶରୀର ତତ୍ତ୍ଵିକ ଦୃଷ୍ଟିରୁ ଦେଖିଲେ ଶରୀର ଗଠନ ଓ ସ୍ୱାସ୍ଥ୍ୟରକ୍ଷା ଲାଗି ଦରକାର ହେଉଥିବା ବହୁ ଉପାଦାନ ସାଧାରଣତଃ ପନିପରିବାରୁ ହିଁ ମିଳିଥାଏ ।

ପନିପରିବା ଚାଷ ସାଧାରଣ ଧାନ ଚାଷ ଠାରୁ ମଧ୍ୟ ଆପଣଙ୍କ ଲାଗି ବେଶ ଅଧିକ ଲାଭଦାୟକ । ଏହା ଦ୍ୱାରା ଆପଣ ବର୍ଷ ସାରା ଅମଳ କରିବା ସହ ,ବଜାରରେ ଏହାକୁ ଉଚିତ ଦରରେ ମଧ୍ୟ ବିକ୍ରି କରିପାରିବେ ।

 

ଖାଦ୍ୟରୂପେ ନାନା ପ୍ରକାର ପନିପରିବା ବ୍ୟବହାର କରାଯାଇଥାଏ । ସେଥିରୁ କେତେକ ଗଛରୁ ସିଧା ତୋଳି ଖାଇବାକୁ ହୁଏ । ଆଉ କେତେକ ରୋଷେଇ କରି ଖାଇବାକୁ ହୁଏ । 

 

ତେବେ ପରିବା ଚାଷ କରିଲା ବେଳେ ଏହି ସମସ୍ତ ଦିଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ

  1. ସର୍ବଦା ମଞ୍ଜି ବୁଣିବାର ସମୟ ଉପରେ ସର୍ବଦା ଧ୍ୟାନ ଦିଅନ୍ତୁ । ଋତୁର ଶେଷ ଭାଗରେ ମଞ୍ଜି ବୁଣିଲେ ସର୍ବଦା ରୋଗ ପୋକ ଆକ୍ରମଣର ଅଧିକ ସମ୍ଭାବନା ଥାଏ ।
  2. ସର୍ବଦା ଜମିରେ ଜଳ ନିଷ୍କାସନର ସୁବିଧା ରହିବା ଅତି ଆବଶ୍ୟକ । ଜମିରେ ପାଣି ଅତ୍ୟଧିକ ରହିଲେ ବହୁ ପରିବା ପାଚିବା ସହ ଆଦୌ ଅମଳ ଦିଅନ୍ତି ନାହିଁ ।
  3. ଚାଷ କରିବା ପୂର୍ବରୁ ନିଜ ପରିବେଶ ଅନୁଯାୟୀ କିସମର ଚୟନ କରନ୍ତୁ । ଏହା ପ୍ରତି ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ । 
  4. ଗଛ ରୁ ଗଛ ଏବଂ ଧାଡି କୁ ଧାଡି ବ୍ୟବଧାନ ପ୍ରତି ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ । 
  5. ନିଜ ଜମିରେ ଆବଶ୍ୟକ ସଂଖ୍ୟାକ ଗଛ ଲଗାନ୍ତୁ, ଏହା ଅମଳ ଭଲ ଦେବା ସହ ,ରୋଗ ପୋକ ଠାରୁ ମଧ୍ୟ ବେଶ ଅଧିକ ସୁରକ୍ଷା ଦେଇଥାଏ ।

ପନିପରିବା ଚାଷ କରିବା ଦ୍ୱାରା କ୍ଷେତରେ ଫସଲ ପର୍ଯ୍ୟାୟ ଓ ମିଶ୍ରିତ ଫସଲ ପ୍ରଣାଳୀ ଅନୁସରଣ କରାଯାଇପାରେ । ତଦ୍ୱାରା ଜମିରେ ଉର୍ବରତା ରକ୍ଷା କରି ହୁଏ । କୀଟ ଓ ରୋଗରୋଧ କରିବା ସୁବିଧାଜନକ ହୋଇଥାଏ । ଗୋଟିଏ ଫସଲ କ୍ଷତି ହୋଇଗଲେ ମଧ୍ୟ ସେହି ଜମିରୁ ଅନ୍ୟ ଫସଲ ଉଠାଇବା କରାଯାଇପାରେ ।

 

ଅନ୍ୟାନ୍ୟ ଫସଲ ତୁଳନାରେ ପନିପରିବାଗୁଡିକ ବର୍ଷସାରା ଗୋଟିଏ ପାରେ ଗୋଟିଏ ଓ କେତେକ କ୍ଷେତ୍ରରେ ଏହା ଏକା ସମୟରେ ଏକ ଜମିରୁ ଏକାଧିକ ଫସଲ ଅମଳ କରାଯାଇପାରେ । କଖାରୁ, ଭେଣ୍ଡି, ବାଇଗଣ, ଜହ୍ନି, କାକୁଡି, ନାନା ପ୍ରକାର ଶାଗ ବର୍ଷରେ ଦୁଇ ତିନିଥର ଅମଳ କରି ହୁଏ । କେତେକ ସବୁଜ ପରିବା ୪୫ରୁ ୬୦ ଦିନ ଭିତରେ ଅମଳକ୍ଷମ ହୁଏ । ତେଣୁ ଏକାଧିକ ଥର ଫସଲ ଉଠିଆ କରାଯାଇପାରେ । ଆଶୁ ଅମଳକ୍ଷମ ପନିପରିବା ଚାଷ କରିବା ଦ୍ୱାରା ବର୍ଷରେ ଅନେକ ଅମଳ କରିହୁଏ ।

 

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)