Horticulture

୨୦ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍

ଭାରତ ସରକାର ଦେଶ ବିରୋଧରେ ପ୍ରଚାର ପ୍ରସାର କରୁଥିବା ୨୦ ଟି ୟୁଟ୍ୟୁବ ଚ୍ୟାନେଲକୁ ସୋମବାର ଦିନ(20.12.21) ବ୍ୟାନ୍ କରିଛନ୍ତି ।

22 December, 2021 11:52 AM IST By: Sudesna Nayak

ଭାରତ ସରକାର ଦେଶ ବିରୋଧରେ ପ୍ରଚାର ପ୍ରସାର କରୁଥିବା ୨୦ ଟି ୟୁଟ୍ୟୁବ ଚ୍ୟାନେଲକୁ ସୋମବାର ଦିନ(20.12.21) ବ୍ୟାନ୍ କରିଛନ୍ତି । ପ୍ରଥମ ଥର ଆଇଟି ଆକ୍ଟରେ IT Rules 2021 ସମ୍ପ୍ରତି ଅନ୍ତର୍ଭୁକ୍ତ ନିର୍ଦ୍ଦେଶାବଳୀ ଆଧାରରେ ସେଗୁଡିକୁ ବ୍ୟାନ କରାଯାଇଛି । ଏହି ୟୁଟ୍ୟୁବ୍ ଚ୍ୟାନେଲ ସହିତ ହିଁ ୨ ଟି ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏହି ଚ୍ୟାନେଲ ଏବଂ ୱେବସାଇଟଗୁଡିକ ହେଉଛି ପାକିସ୍ତାନରୁ ପରିଚାଳିତ ଏବଂ ଦେଶରେ ଭାରତ ବିରୋଧରେ ପ୍ରଚାର ପ୍ରସାର କରୁଥିଲେ ।

ବର୍ତ୍ତମାନ ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛି ଭାରତ । ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ ବିରୋଧରେ ଏଣିକି କଠୋର ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ସରକାର । ଭାରତ ବିରୋଧରେ ପ୍ରଚାର କରୁଥିବା ୨୦ ଟି ୟୁଟ୍ୟୁବ ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ୟାନ୍ କରିଦେଇଛି । ଏଥି ସହ ଭାରତ ବିରୋଧରେ ପ୍ରଚାର ପାଇଁ ଦୁଇ ଓ୍ୱେବସାଇଟ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

ୟୁଟ୍ୟୁବ୍ ଚ୍ୟାନେଲ ଏବଂ ୱେବସାଇଟ୍ ଗୁଡିକୁ ବନ୍ଦ କରିବାର ନିଷ୍ପତ୍ତି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକର ସମନ୍ୱୟ ରକ୍ଷା କରି ହିଁ ନିଆଯାଇଛି ।

ସୂଚନା ପ୍ରସାରଣ ମନ୍ତ୍ରଣାଳୟ କହିବା ଅନୁସାରେ, ବନ୍ଦ ହୋଇଥିବା ଚ୍ୟାନେଲ ଏବଂ ୱେବସାଇଟ୍ ଗୁଡିକ ପାକିସ୍ତାନରୁ ଏକ ସମନ୍ୱିତ ବିଚ୍ଛିନ୍ନତା ନେଟୱାର୍କର ଅଟେ । ଏହି ଚ୍ୟାନେଲ ଓ ଓ୍ୱେବସାଇଟ ମାଧ୍ୟମରେ ଭାରତର ବିଭିନ୍ନ ସମ୍ବେଦନଶୀଳ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିଲା । 

ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଜଣେ ଅଧିକାରଙ୍କ କହିବା ଅନୁସାରେ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବା ପାଇଁ ପାକିସ୍ତାନର ଏକ ଗ୍ରୁପ ଥିଲା ଯାହାର ନାମ ହେଉଛି ‘ନୟା ପାକିସ୍ତାନ’ (Naya Pakistan) । ଯାହା ପାଖରେ ୟୁଟ୍ୟୁବ ଚ୍ୟାନେଲଗୁଡିକର ଏକ ନେଟଓ୍ୱାର୍କ ରହିଥିଲା । ଯାହାର ୟୁଟ୍ୟୁବ ଚ୍ୟାନେଲରେ ୨ ଲକ୍ଷରୁ ଅଧିକ ସବ୍-ସ୍କ୍ରାଇବର (YouTube Subscribers)ମଧ୍ୟ ଅଛନ୍ତି । ଏହି ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ କାଶ୍ମୀର, କୃଷକ ଆନ୍ଦୋଳନ ଏବଂ ଅଯୋଧ୍ୟା ଭଳି ପ୍ରସଙ୍ଗରେ ମିଥ୍ୟା ଖବର ପ୍ରସାରିତ ହେଉଥିଲା ।

ଜାଣି ରଖନ୍ତୁ ଯେ, ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ର ନିୟମ ୧୬ ଅନୁଯାୟୀ ଜରୁରୀକାଳୀନ କ୍ଷମତା ପ୍ରୟୋଗ କରି ଏହି ସବୁ ୟୁଟ୍ୟୁବ ଚ୍ୟାନେଲ ଏବଂ ଓ୍ୱେବସାଇଟକୁ ବନ୍ଦ କରିଛି ।

ଦେଶ ବିରୋଧି ପ୍ରଚାର ଚଳାଇବା ଅଭିଯୋଗରେ ସୋମବାର ଦିନ ହିଁ ଭାରତ ସରକାର ପାକିସ୍ତାନ ମାଟିରୁ ପରିଚାଳିତ ୨୦ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଦୁଇଟି ୱେବସାଇଟ୍ ଉପରେ ନିଷେଧାଦେଶ ଜାରି କରିଛନ୍ତି ।

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ, ନୂଆ ବର୍ଷରେ ପୁଣି ବଢ଼ିବ ଦରମା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)