Horticulture

ଉଦ୍ୟାନ କୃଷିରେ ଦ୍ୱିତୀୟରେ ଭାରତ, No-1 ଏହି ଦେଶ ...

କୃଷି କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଭାବେ ଉଭା ହୋଇଛି । କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ବିକାଶ ପ୍ରାଧିକରଣ ଅନୁସାରେ ଧାନ ଏବଂ ଗହମ ଭଳି ପାରମ୍ପାରିକ ଫସଲ ଅପେକ୍ଷା ଉଦ୍ୟାନ କୃଷିର ଅଧିକ ଫାଇଦା ରହିଛି ।

01 May, 2023 11:33 AM IST By: Priyambada Rana

ଉଦ୍ୟାନ କୃଷିରେ(Horticulture) ନିଯୋଜିତ ଥିବା କୃଷକଙ୍କ ପାଇଁ ଖୁସି ଖବର । ଉଦ୍ୟାନ କୃଷି କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଭାବେ ଉଭା ହୋଇଛି । କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ବିକାଶ ପ୍ରାଧିକରଣ ଅନୁସାରେ ଧାନ ଏବଂ ଗହମ ଭଳି ପାରମ୍ପାରିକ ଫସଲ ଅପେକ୍ଷା ଉଦ୍ୟାନ କୃଷିର ଅଧିକ ଫାଇଦା ରହିଛି । ବିଶେଷ କଥା ହେଉଛି ପାରମ୍ପାରିକ କୃଷି ତୁଳନାରେ ଉଦ୍ୟାନ କୃଷି ଜରିଆରେ ଅଧିକ ଖାଦ୍ୟ ଉତ୍ପାଦନ କରାଯାଇଥାଏ ।ଏହାର କାରଣ ହେଉଛି ଫଳ ଏବଂ ପନିପରିବା ଉତ୍ପାଦନ ଦୃଷ୍ଟିରୁ ଚୀନ୍ ପରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି।

ଭାରତରେ ଉଦ୍ୟାନ କୃଷି ପାଇଁ ମାଟି ଏବଂ ଜଳବାୟୁ ଅନୁକୂଳ ଅଟେ। ମାତ୍ର ଅନ୍ୟ ଦେଶ ତୁଳନାରେ ଭାରତରେ କୃଷିରୁ ଆୟ କମ୍ ରହିଥାଏ। ଭାରତ ଉଦ୍ୟାନ କୃଷି ଜରିଆରେ ମାତ୍ରାଧିକ ଫଳ ଏବଂ ପନିପରିବା ଉତ୍ପାଦନ କରୁଛି । ବିଶେଷ କଥା ହେଉଛି ଭାରତରେ ଉଦ୍ୟାନ କୃଷି ମୋଟ କ୍ରପ୍ କ୍ଷେତ୍ରର ୧୩.୧% ରୁ ଅଧିକ ରହିଛି। ଏହା ସତ୍ତ୍ୱେ ଜିଡିପିରେ ଏହାର ଅବଦାନ ପ୍ରାୟ ୩୦.୪ % । ଏଭଳି ପରିସ୍ଥିତିରେ ଏହା ଭାରତର କୃଷି କ୍ଷେତ୍ରରେ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି ।

ଆମ ଦେଶର ଅନେକ ରାଜ୍ୟରେ କୃଷିର ଆଧାର ହେଉଛି ଉଦ୍ୟାନ କୃଷି । ବିହାରରେ ହଜାର ହଜାର ଚାଷୀଙ୍କ ଜୀବିକା ଉଦ୍ୟାନ କୃଷି ଉପରେ ନିର୍ଭରଶୀଳ। ବିହାରରେ ସମଗ୍ର ଭାରତରେ ଲିଚି ଉତ୍ପାଦନ ସର୍ବାଧିକ ।ସେହିଭଳି ବିଶ୍ୱରେ ମଖାନା ଉତ୍ପାଦନରେ ବିହାର ଆଗରେ ରହିଛି। ଏଥି ସହିତ ଆମ୍ବ ଉତ୍ପାଦନରେ ଏହା ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ବିହାରର କୃଷକମାନେ ଭେଣ୍ଡି ଉତ୍ପାଦନରେ ଦେଶରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଆଗରେ ରହିଛନ୍ତି । ସେହିପରି, ଯଦି କୃଷକମାନେ ଉଦ୍ୟାନ କୃଷି ଆଡ଼କୁ ମୁହାଁନ୍ତି, ତେବେ ସେମାନେ ଭଲ ଲାଭ ପାଇ ପାରିବେ ବୋଲି ଆକଳନ କରିଛନ୍ତି ଅନେକ କୃଷି ବିଶେଷଜ୍ଞ ।

ବିଶେଷ କଥା ହେଉଛି ଯେ ନିକଟ ଅତୀତରେ ଭାରତରେ ଉଦ୍ୟାନ କୃଷି ଉତ୍ପାଦନ ମଧ୍ୟ ଖାଦ୍ୟ ଶସ୍ୟର ଉତ୍ପାଦନକୁ ଅତିକ୍ରମ କରିସାରିଛି। ଏହା ପ୍ରମାଣ କରେ ଯେ ଆଗକୁ ମଧ୍ୟ କୃଷକମାନେ ଉଦ୍ୟାନ କୃଷି କ୍ଷେତ୍ରରୁ ଭଲ ରୋଜଗାର କରିପାରିବେ ।ଉଦ୍ୟାନ କୃଷି କେବଳ ଦେଶର ପୁଷ୍ଟିକର ଆବଶ୍ୟକତା ପୂରଣ କରେ ନାହିଁ, ବରଂ ଏହା ଗ୍ରାମାଞ୍ଚଳରେ ମଧ୍ୟ ରୋଜଗାର ସୃଷ୍ଟି କରିଥାଏ । ଏହି ଉଦ୍ୟାନ କୃଷି ରୋଜଗାରର ଏକ ପ୍ରମୂଖ ଉତ୍ସ ଭାବରେ ଉଭା ହୋଇଛି ।

ସୂଚନା ଅନୁଯାୟୀ, ଉଦ୍ୟାନ କୃଷି ଉତ୍ପାଦନରେ ଭାରତ ଅନେକ ଅଗ୍ରଗତି କରିଛି। ୨୦୦୧-୦୨ ମସିହାରେ ଉଦ୍ୟାନ କୃଷି ଉତ୍ପାଦନ ହେକ୍ଟର ପିଛା ୮.୮ ଟନ୍ ଥିଲା, ଯାହାକି ୨୦୨୦-୨୧ରେ ହେକ୍ଟର ପିଛା ୧୨.୧ ଟନକୁ ବୃଦ୍ଧି ପାଇଛି । ଏହା ସହିତ ଉଦ୍ୟାନ କୃଷି କରୁଥିବା କୃଷକଙ୍କ ସଂଖ୍ୟା ମଧ୍ୟ ବହୁତ ବୃଦ୍ଧି ପାଇଛି ।

ଏବେ ବିଦେଶୀ ଖାଇବେ ଆମ ଦେଶର ଆଳୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)