Horticulture

ଔଷଧୀୟ ଗୁଣରେ ଭରପୁର ଅନନ୍ତମୂଳ, ଭଲ କରିଦେବ ଶରୀରର ବିଭିନ୍ନ ପ୍ରକାରର ରୋଗ

ଅନନ୍ତମୂଳ(India Sarsaparilla) ଏକ ବହୁବର୍ଷୀୟୁ , ପତଳା, ଗୁଳ୍ମଜାତୀୟ ଆରୋହଣଶୀଳ ଲଟା ଅଟେ । ଏହା ଲଟା ସଦୃଶ ଉଦ୍ଭିଦଟି(Plant) ଜାତୀୟ ସମଗ୍ର ପ୍ରାନ୍ତରେ ବିଶେଷତଃ ବିହାର , ପଶ୍ଚିମବଙ୍ଗ , ସୁନ୍ଦରବନ , ପଶ୍ଚିମଘାଟ , ମଧ୍ୟପ୍ରଦେଶ ଏବଂ ଦାକ୍ଷଣାତ୍ୟ ପ୍ରଦେଶମାନଙ୍କରେ ପ୍ରାକୃତିକ ରୂପରେ ଜଙ୍ଗଲରେ ଦେଖାଯାଇଥାଏ ।

17 March, 2023 11:30 AM IST By: Priyambada Rana

ଅନନ୍ତମୂଳ(India Sarsaparilla) ଏକ ବହୁବର୍ଷୀୟୁ , ପତଳା, ଗୁଳ୍ମଜାତୀୟ ଆରୋହଣଶୀଳ ଲଟା ଅଟେ  ।  ଏହା ଲଟା ସଦୃଶ ଉଦ୍ଭିଦଟି(Plant) ଜାତୀୟ ସମଗ୍ର ପ୍ରାନ୍ତରେ ବିଶେଷତଃ ବିହାର , ପଶ୍ଚିମବଙ୍ଗ , ସୁନ୍ଦରବନ , ପଶ୍ଚିମଘାଟ , ମଧ୍ୟପ୍ରଦେଶ ଏବଂ ଦାକ୍ଷଣାତ୍ୟ ପ୍ରଦେଶମାନଙ୍କରେ ପ୍ରାକୃତିକ ରୂପରେ ଜଙ୍ଗଲରେ ଦେଖାଯାଇଥାଏ । ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ଏହା ଏକ ପ୍ରମୁଖ ବନୌଷଧି ଭାବରେ ମାନ୍ୟତା ଲାଭ କରିଛି । ଆୟୁର୍ବେଦର ପ୍ରସିଦ୍ଧ ଶାସ୍ତ୍ରୀୟ ଔଷଧ “ ସାରିବାଦ୍ୟାସବ” (ରକ୍ତ ପରିଷ୍କାର କରିବା ନିମିତ୍ତ ଉଦ୍ଧିଷ୍ଟ )ର ମୁଖ୍ୟ ଘଟକ ଦ୍ରବ୍ୟ ହେଉଛି ଅନନ୍ତମୂଳ । ପୂର୍ବେ ଏହା ପ୍ରାକୃତିକ ଭାବରେ ପ୍ରଚୁର ପରିମାଣରେ ଉପଲ୍ଲବ୍ଧ ହେଉଥିଲା । କିନ୍ତୁ ସମ୍ପ୍ରତି ବନ୍ୟ ସମ୍ପଦର ଅବକ୍ଷୟ ଯୋଗୁଁ ଏହା ଦୁଷ୍ପ୍ପାପ୍ୟ ପ୍ରାୟ ହେବାକୁ ବସିଲାଣି । ଏହି କାରଣରୁ ଏହାର ଔଷଧୀୟ ଚାହିଦା ନିମିତ୍ତ ଏହି ଔଷଧୀୟ ବନସ୍ପତିର କୃଷିକରଣ ଅନିର୍ବାର୍ଯ୍ୟ ହୋଇପଡିଛି  ।

ଔଷଧୀୟ ଗୁଣ ପ୍ରୟୋଗ:

ଆୟୁର୍ବେଦର ଦ୍ରବ୍ୟଗୁଣ ଶାସ୍ତ୍ରରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଅନନ୍ତମୂଳ, ମୁତ୍ରବିରେଚନୀୟ , ଅଗ୍ନିବର୍ଦ୍ଧକ,ଚର୍ମଦୋଷହର,ଗୁଣଯୁକ୍ତ ଅଟେ  । ଏହାର ପ୍ରୟୋଗ ଜ୍ଵର , କୁଷ୍ଠ, ପ୍ରଭୁତିଳ ଚର୍ମ ରୋଗ , ଫିରଙ୍ଗ , ଜୀର୍ଣ୍ଣଆମବାତ , ପ୍ରଦର,  ଅତିସାର ପ୍ରମେହ ଏବଂ ଶ୍ଵାସ କାସାଦିରେ ପ୍ରୟୋଗ କରାଯାଏ । ଏହା ସହିତ ଗୁଳ୍ମଟି ଏବଂ ସୁଗନ୍ଧି ଦ୍ରବ୍ୟ ମିଶାଇ ଔଷଧ ପ୍ରସ୍ତୁତ କାଲେ ତାହା ଅଧିକ ପ୍ରଭାବଶାଳୀ ହୋଇଥାଏ  ।ଫିରଙ୍ଗର ଦ୍ଵିତୀୟବସ୍ଥାରେ ତଥା ଅନ୍ୟ ଚର୍ମରୋଗରେ ଏହାର ଗୁଳୁଚି ସହ ଦେଲେ ବିଶେଷ ଲାଭ ମିଳିଥାଏ  ।

ଛୋଟ ପିଲାମାନଙ୍କର ଦୁର୍ବଳତା ତଥା ପାଣ୍ଡୁ ରୋଗରେ ଏହାକୁ ବାଇବିଡଙ୍ଗ ସହିତ ଦେଲେ ବିଶେଷ ଉପକାର ମିଳିଥାଏ । ଆହୁରି ମଧ୍ୟ ପ୍ରଦତ୍ତ ରୋଗର ଦେଶୀୟ ଚିକିତ୍ସାରେ ଏହାର ପ୍ରୟୋଗ କରାଯାଇଥାଏ । ବ୍ରଣ ଉପରେ ଏହାର ମୂଳର ଲେପ ଦିଆଯାଏ । ନେତ୍ରାଭିଷ୍ୟନ୍ଦରେ ଏହାର ଦୁଧ ଆଖିରେ ପକାଯାଏ  । ଆହୁରି ମଧ୍ୟ ଏହାର ସ୍ଵେଦଜନନ ପ୍ରଭାବ ହେତୁ ଏହା ସହିତ ଅନ୍ୟ ଜ୍ଵରଘ୍ନ ଔଷଧଗୁଡିକ ପ୍ରୟୋଗ କଲେ ମ୍ୟାଲେରିଆ , ପିତ୍ତଜ୍ଵର , ପାଳିଜ୍ଵର ସମେତ ଅନେକ ପ୍ରକାର ଜ୍ଵର ରୋଗକୁ ବିଶେଷ ଉପଶମ ମିଳିଥାଏ  ।

ଚାଷ ପ୍ରଣାଳୀ:

ମୃତ୍ତିକା ଜଳବାୟୁ:

କମ୍ପୋଷ୍ଟ  ବା “ଖତ” ମିଶ୍ରିତ ଦୋରସା ମାଟି ଏହାର ଚାଷ ପାଇଁ ଉପଯୁକ୍ତ । ଏହା ବିବିଧ ପ୍ରକାର ଜଳବାଯୁରେ ବଢିପାରେ  ।

ରୋପଣ ପଦ୍ଧତି:

ଏହାର ମଞ୍ଜିକୁ ୨୪ ଘଣ୍ଟା ପାଇଁ ପାଣିରେ ଭିଜାଯାଏ । ତାପରେ ପଟାଳି ପ୍ରସ୍ତୁତ କରି ବୁଣାଯାଏ । ପ୍ରାୟ ୯୫ ପ୍ରତିଷ୍ଟ ଭାଗ ମଞ୍ଜିରୁ ଗଜା ବାହାରେ ଓ ଗଜା ବାହାରିବାକୁ ୧୦-୧୪ ଦିନ ଲାଗେ । ୪-୬ ପତ୍ର ହୋଇଗଲେ ପଲିଥିନ ମୁଣାରେ ମାଟି ଭର୍ତ୍ତି କରି ଲଗାଯାଏ । ୨ ମାସ ପରେ ଚାରାଗଛକୁ ୩୦ ସେମି x ୩୦ସେମି x ୩୦ସେମି ର ଗାତ ଖୋଳି ପୋତାଯାଏ ।

ଅଙ୍ଗୀୟ ଜନନ:

ଏହାର କନ୍ଦଳ ମୂଳକୁ ପ୍ରାୟ ୧୦ ସେମି ଲମ୍ବରେ ଖଣ୍ଡ ଖଣ୍ଡ କରି ପଲିଥିନ ମୁଣାରେ ଲଗାଯାଏ । ପ୍ରାୟ ୧୫-୨୦ ଦିନ ଭୀତରେ ଚେର ଅଙ୍କୁରିତ ହୋଇଥାଏ  । ଶତକଡା ୪୦ ଭାଗ କଟା ଚେରରୁ ଗଛ ବାହାରିଥାଏ । କଟା ଡାଳକୁ ମଧ୍ୟ ନୋରିକ ଅମ୍ଳ (୨୫୦ ପି.ପି. ଏମ) ଓ  ଆଇ.ବି. ଏ. (୧୦୦ ପି.ପି. ଏମ) ରେ ୧୨ ଘଣ୍ଟା ବୁଡାଇ ରଖି ଲଗାଇଲେ ଗଜା ବାହାରେ  ।

ରୋପଣ ପରବର୍ତ୍ତୀ ଯତ୍ନ:

ଚାରାଗଛ ରୋପଣ ପରେ ଗାଈଗୋରୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଗୋଲାକାର ବାଦଦେବା ଉଚିତ । ଗ୍ରୀଷ୍ମ ଦିନେ , ମଝିରେ ମଝିରେ ସିଞ୍ଚା ଜଳସେଚନ ବ୍ୟବସ୍ଥା କରିବା ଦ୍ଵାରା ଗଛ ଖୁବ ଶୀଘ୍ର ବଢିଯାଏ ।

ବ୍ୟବସାୟିକ ସୂଚନା:

ଜାତୀୟ ସ୍ତରରେ ଏହାର ମୂଳ କିଗ୍ରା ପ୍ରତି ୧୨ ଟଙ୍କାରୁ ୪୫ ଟଙ୍କା ଅଟେ । ୧୯୯୯ -୨୦୦୦ ମସିହା ମୂଲ୍ୟ ଅନୁସାରେ ଏହାର ଚେରର ମୂଲ୍ୟ ହାଇଦ୍ରାବାଦରେ କିଗ୍ରା ପ୍ରତି ୪୦ ଟଙ୍କା , କଲିକତା କିଗ୍ରା ପ୍ରତି ୩୭ ଟଙ୍କା , ନୂଆଦିଲ୍ଲୀରେ କିଗ୍ରା ୧୨ ଟଙ୍କାରୁ ୪୦ ଟଙ୍କା , ମୁମ୍ବାଇରେ କିଗ୍ରା ପ୍ରତି ୩୦ ଟଙ୍କାରୁ ୬୦ ଟଙ୍କା , ଚେନ୍ନାଇରେ କିଗ୍ରା ପ୍ରତି ୨୫ , ତୁତିକୁରିନରେ କିଗ୍ରା ପ୍ରତି ୪୫ ଟଙ୍କା , ବାଙ୍ଗାଲୋରରେ କିଗ୍ରା ପ୍ରତି  ୪୫ ଟଙ୍କାରୁ ୪୫ ଟଙ୍କା  । ଆନ୍ଦ୍ରପ୍ରଦେଶର ଗିରିଜନ ସମବାୟ ସମିତି ୩୦୯ କିଗ୍ରା ଅନନ୍ତ ମୂଳ ୧୯୯୭ରେ ଆମଦାନୀ କରିଥିଲେ  ।

ଔଷଧୀୟ ଗୁଣରେ ଭରପୂର ଧନ୍ୱନ୍ତରୀ ଗଛ, ଚାଷ କରନ୍ତୁ, ରୋଜଗାର ବଢ଼ନ୍ତୁ....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)