Horticulture

ଶୀତଦିନିଆ ପନିପରିବା ରେ ଇଣ୍ଟର-କ୍ରପ

ଶୀତଦିନରେ ଆଳୁ ,ଟମାଟୋ,ଗାଜର ,ବିଟ,ଧନିଆ ପରି ବିଭିନ୍ନ ପରିବା ଲଗାଯାଇପାରିବ ତେବେ ଏହି ପରିବା କୁ ଇଣ୍ଟର-କ୍ରପ ବା ଗୋଟେ ପରିବା ମଧ୍ୟ ରେ ଥିବା ବ୍ୟବଧାନ କୁ ଉପଯୋଗ କରି ଅନ୍ୟ ଏକ ଫସଲ ଲଗାଇପାରିଲେ ,ଚାଷ ରୁ ବେଶ ଭଲ ଲାଭ ମିଳିପାରିବ !

07 January, 2019 9:34 AM IST By: KJ Staff

ଶୀତଦିନରେ ଆଳୁ ,ଟମାଟୋ,ଗାଜର ,ବିଟ,ଧନିଆ ପରି ବିଭିନ୍ନ ପରିବା ଲଗାଯାଇପାରିବ ତେବେ ଏହି ପରିବା କୁ ଇଣ୍ଟର-କ୍ରପ ବା ଗୋଟେ ପରିବା ମଧ୍ୟ ରେ ଥିବା ବ୍ୟବଧାନ କୁ ଉପଯୋଗ କରି ଅନ୍ୟ ଏକ ଫସଲ ଲଗାଇପାରିଲେ ,ଚାଷ ରୁ ବେଶ ଭଲ ଲାଭ ମିଳିପାରିବ !

କେମିତି କରିବେ ପନିପରିବା ଇଣ୍ଟର-କ୍ରପ ,ଜାଣିବା ଲାଗି ଆଗକୁ ପଢନ୍ତୁ ..

 


ବଗିଚା ବା ଜମି ରେ ଯେତେ ସ୍ଥାନ ଥିଲେ ମଧ୍ୟ ଗୋଟେ ପରେ ଅନ୍ୟ ଏକ ଫସଲ କରିବା କାଠି କର ପାଠ|ତେବେ ପନି ପରିବା କୁ ସେକୁଏନ୍ସ ଫାଂର୍ମିଙ୍ଗ ଅଥବା ଇଣ୍ଟର-କ୍ରପ ଭାବେ ଅଳ୍ପ ଜାଗାରେ ଲଗାଇହେବ |

୧) ବହୁତ ବଡ ପରିବା ଯେପରି ଫୁଲ କୋବି ଓ ବନ୍ଧା କୋବି ଏମାନେ ବହୁ ଦିନ ଯାଏ ଜମି ରେ ରୁହନ୍ତି ମାତ୍ର ଶୀଘ୍ର ଅମଳ ଦିଅନ୍ତି ନାହିଁ |ତେବେ ସେହି ସମୟ ମଧ୍ୟ ରେ ଶୀଘ୍ର ଅମଳ ଦେଉଥିବା ପରିବା ଯେପରି ଶାଗ ,ବିଟ ,ପାଳଙ୍ଗ ଲଗାଯାଇପାରିବ |ଏମାନେ ଶୀଘ୍ର ଅମଳ ଦେବା ସାଙ୍ଗରେ ଅଧିକ ଘାସ ଉଠିବା ରୁ ରକ୍ଷା କରେ ଏବଂ ମାଟି ରେ ଜଳୀୟ ଅଂଶ ଶୀଘ୍ର ହ୍ରାସ ହେବାକୁ ଦିଏ ନାହିଁ ତେଣୁ ସମୟ ସମୟ ରେ ଏହାକୁ ଅମଳ କରିବା ସହ ଆପଣ ମୃତ୍ତିକା ସଂରକ୍ଷଣ ମଧ୍ୟ କରିପାରିବେ |

୨)ସେହିପରି ଝଙ୍କାଳିଆ ବିନ୍ସ କୁ ଟମାଟୋ ବା ଲଙ୍କା ଗଛ ମଧ୍ୟ ରେ ଲାଗ ଯାଇପାରିବ |ଲଙ୍କା ଗଛ ଫଳ ଧରିବା ଆରମ୍ଭ କରିବା ମାତ୍ରେ ବିନ୍ସ ଗଛ ଅମଳ କରି ଓପାଡି ଦିଅନ୍ତୁ |


୩)ଏହା ବ୍ୟତୀତ ଯେଉଁ ଗଛ କୁ ଅଧିକ ଛାଇ ର ଆବଶ୍ୟକତା ରହିଥାଏ ,ତାକୁ ଲମ୍ବା ଗଛ ଛାଇ ରେ ଲଗାଇପାରିବେ |ତେଣୁ ଟମାଟୋ ବା ମକା ଗଛ ଲଗାଇ ତହିଁରେ ଶାଗ ,ଗାଜର ,ପାଳଙ୍ଗ ବା ବିଟ ଲାଗ ଯାଇପାରିବ |

୪)ଏହି ପରି ସୁନ୍ଦର ଭାବେ ସ୍କ୍ୱାସ ,ମକା ଓ ବିନ୍ସ ଗଛ ଲଗାଇପାରିବେ |ବିନ୍ସ ଦ୍ୱାରା ମାଟିରେ ଯବକ୍ଷାରଜାନ ମାତ୍ର ବୃଦ୍ଧି ହୁଏ ଏବଂ ତାହା ମକା ଲାଗି ବ୍ୟବହାର ହୁଏ |ଅନ୍ୟପକ୍ଷେ ସ୍କ୍ୱାସ ଲଟା ହୋଇଥିବା ରୁ ମାଟି କୁ ଘୋଡାଇ ରଖେ ଏବଂ ଘାସ ହେବାକୁ ଦେଏ ନାହିଁ |

ଲମ୍ବା ଗଛ :ମକା ,ଟମାଟୋ
ଗେଡା ଗଛ ;ବିଟ, ଗାଜର ,ପିଆଜ , ଶାଗ, ପାଳଙ୍ଗ
ଲଟା :ବିନ୍ସ,,ମଟର ଛୁଇଁ ,ସ୍କ୍ୱାସ ,କଖାରୁ ,କାକୁଡି

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)