Horticulture

ଜାମୁକୋଳି

ଜାମୁକୋଳି ଗଛ ସହର, ବଜାର, ଗାଁ ଗଣ୍ଡା ସବୁଠି ଦେଖିବାକୁ ମିଳେ । ବର୍ଷାଦିନେ ଗଛରେ କୋଳି ଭର୍ତ୍ତି ହୋଇଥାଏ । ଫଳଗୁଡ଼ିକ ଖଟା ମିଠା ହୋଇଥିବାରୁ ପାଟିକୁ ସୁସ୍ୱାଦୁ ଲାଗେ । ପିଲାମାନଙ୍କର ଏହା ଅତି ପ୍ରିୟ । ବହୁମୁତ୍ରରୋଗ ପାଇଁ ଜାମୁକୋଳି ଔଷଧରୂପେ ବ୍ୟବହାର କରାଯାଏ । ଜାମୁକୋଳିରେ ପୃଷ୍ଟିସାର, ଚର୍ବି, ତନ୍ତୁ, ଶ୍ୱେତସାର, କାଲ୍‌ସିୟମ୍‌, ଫସ୍‌ଫରସ୍‌, ଲୌ÷ହ, ଭିଟାମିନ୍ ବି ଓ ସି ଥାଏ । ଜାମୁକୋଳିରେ ଭଲ ସ୍କ୍ୱାସ୍ ହୁଏ । ଜାମୁକୋଳିରେ ଭଲ ଆସବାବପତ୍ର ତିଆରି ହୁଏ । ଏହି ଫଳର ଉତ୍ପତ୍ତି ଭାରତ ଓ ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜରେ ।

20 December, 2020 9:52 AM IST By: KJ Staff

ଜଳବାୟୁ: ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଭଲ ବଢ଼େ । ସମୁଦ୍ର ପତ୍ତନଠାରୁ ୧୫୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରିବ । ସାଧାରଣତଃ ଭାରତରେ ପଥପାଶ୍ୱର୍ ରୂପେ ଓ ବଗିଚାରେ ପରିସୀମାରେ ବାତ୍ୟା ନିରୋଧକ ବୃକ୍ଷ ରୂପେ ଲଗାଯାଏ ।
ମୃତ୍ତିକା: ସବୁପ୍ରକାର ମାଟିରେ ଏ ଗଛ ହୁଏ । କିନ୍ତୁ ଗଭୀର ଦୋରସା ନିଗିଡ଼ା ମାଟିରେ ଖୁବ୍ ଭଲ ହୁଏ ।
କିସମ: ସେପରି ବିଶେଷ କିଛି କିସମ ନାହିଁ । ତେବେ ରାମ ଜାମନ ଓ ଜାଭାରୁ ଆସୁଥିବା ଜାମୁକୋଳି ଖୁବ୍ ବଡ଼ ଓ ରସୁଆଳ ।
ବଂଶବିସ୍ତାର: ମଞ୍ଜିରୁ ଓ ଯୋଡ଼କଲମି ଦ୍ୱାରା ବଂଶ ବିସ୍ତାର କରାଯାଏ । ମଞ୍ଜି ପକାଇବାର ୨/୩ ସପ୍ତାହ ପରେ ଗଛ ଉଠେ । ପଲିଥିନ୍ ବ୍ୟାଗ୍‌ରେ ଚାରା ଉଠାଇ ୨/୩ ମାସ ପରେ ଗଛ ଲଗାଯାଏ ।
ରୋପଣ: ବର୍ଷା ଋତୁରେ ସାଧାରଣତଃ ଗଛ ଲଗାଯାଏ । ରାସ୍ତାକଡ଼ରେ ଗଛକୁ ଗଛ ୧୦ ରୁ ୧୨ ମିଟର ଦୂରତାରେ ଓ ବାତ୍ୟା ନିିରୋଧକ ବୃକ୍ଷ ପାଇଁ ୧୫ ରୁ ୧୭ ମିଟର ଦୂରତାରେ ଲଗାଯାଏ । ୫୦୍‍୫୦୍‍୫୦ ସେମିର ଗାତ କରାଯାଇ ଗଛ ଲଗାଯାଏ ।
ଖତ ଓ ସାର: ଗଛ ଲଗାଇବା ବେଳେ ଦୁଇ ଟୋକେଇ ଖତ ସହ ୫୦୦ ଗ୍ରାମ୍ ଜୈବିକ ସାର ଦେଇ ଲଗାଯାଏ । ସାଧାରଣତଃ ଜାମୁକୋଳି ଗଛରେ କେହି ଖତ ସାର ଦିଅନ୍ତିନାହିଁ । ତେବେ ଗଛ ପ୍ରତି ୧ କେ.ଜି. ଜୈବିକସାର ଦେଲେ ଅଧିକା ଫଳେ ।
ଜଳସେଚନ: ଗଛ ଲଗାଇବାରେ ପ୍ରଥମ ଅବସ୍ଥାରେ ଗଛ ବଞ୍ôଚବା ପାଇଁ ଜଳସେଚନ କରାଯାଏ । ଗାଁ ଗହଳରେ ସାଧାରଣତଃ ପୋଖରୀ ହୁଡ଼ାରେ ଯେଉଁ ଜାମୁକୋଳି ଗଛ ଥାଏ ସେଥିରେ ଭଲ ଫଳ ଆସେ । ପାଣି ସୁବିଧା ଥିଲେ ଫଳ ଥିବା ସମୟରେ ଖରାଦିନେ ଥରେ ଦିଥର ପାଣି ଦେଲେ ଫଳ ବଡ଼ ବଡ଼ ହୁଏ ।


କାଟଛାଣ୍ଟ: ଜାମୁକୋଳି କାଟଛାଣ୍ଟ ଦରକାର କରେନି । ପ୍ରଥମ ଅବସ୍ଥାରେ ଅଦରକାରୀ ଡାଳ ଗୁଡ଼ିକ କାଟି ଦେଇ ଗଛକୁ ତାଲିମ କଲେ ଭଲ ଗଣ୍ଡି ହୁଏ ।
ରୋଗପୋକ ଓ ତାର ପ୍ରତିକାର:
ପତ୍ରଖିଆ ସଁବାଳୁଆ: ସ୍ପର୍ଶଯୁକ୍ତ କୀଟ ନାଶକ ଔଷଧ ବ୍ୟବହାର କରାଯାଇପାରେ ।
ଧଳାମାଛି: ସେତେ ପରିମାଣରେ ମାରାତ୍ମକ ନୁହଁନ୍ତି । ଗଛ ମୁଳରେ ପଡ଼ିଥିବା ଫଳକୁ ଉଠାଇ ବଗିଚା ସଫା ରଖିଲେ ଏ ମାଛି ହୁଅନ୍ତିନି ।
ଅମଳ: ଜୁନ୍ ରୁ ଜୁଲାଇ ମାସ ମଧ୍ୟରେ ଫଳ ଅମଳ ହୁଏ । ହାତ ଦ୍ୱାରା ଫଳ ତୋଳା ଯାଏ । ଫଳ ଗୁଡ଼ିକ ଖୁବ୍‌ଶିଘ୍ର ନଷ୍ଟ ହୋଇଯାଏ । ତେଣୁ ପ୍ରତିଦିନ ଫଳ ତୋଳାଯାଇ ବ୍ୟବହାର କରାଯାଏ । ଅତିବେଶିରେ ୨/୩ ଦିନ ପର୍ଯ୍ୟନ୍ତ ଏହା ତୋଳାଯାଇ ରଖାଯାଏ । ଫଳରେ କଷା ଭାଗ କଟିବା ପାଇଁ ଲୁଣ ପାଣିରେ ବୁଡ଼ାଇଲେ କଷା ଅଂଶ କଟିଯାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)