Horticulture

ଏହି ବିଦେଶୀ ପରିବା ବିଷୟରେ ଜାଣନ୍ତୁ, ଅଧିକ ରୋଜଗାର କରନ୍ତୁ !!

ଆଧୁନିକ ଚାଷ ପାଇଁ ଅନେକ ପଦ୍ଧିତି ବ୍ୟବହୃତ ହେଉଛି| ସେଥିମଧ୍ୟରୁ ହାଇଡ୍ରୋପୋନିକ୍ସ ଟେକ୍ନୋଲୋଜି ଚାଷ ପାଇଁ ଅନ୍ୟତମ । ଏହି ଟେକ୍ନୋଲୋଜି ଭିତରେ NFT ନାମକ ଏକ ଶୈଳି ଅଛି। ଯାହାକୁ ନ୍ୟୁଟ୍ରିଏଣ୍ଟ୍ ଫିଲ୍ମ ଟେକ୍ନିକ୍ କୁହାଯାଏ | ସ୍ୱାସ୍ଥ୍ୟ ସଚେତନ ପାଇଁ ଲୋକ ଉତ୍ସାହର ସହ ଖାଇଥାନ୍ତି।

07 September, 2021 5:22 PM IST By: Sugyan Kumar Nayak

ଆଧୁନିକ ଚାଷ ପାଇଁ ଅନେକ ପଦ୍ଧିତି ବ୍ୟବହୃତ ହେଉଛି| ସେଥିମଧ୍ୟରୁ ହାଇଡ୍ରୋପୋନିକ୍ସ ଟେକ୍ନୋଲୋଜି ଚାଷ ପାଇଁ ଅନ୍ୟତମ । ଏହି ଟେକ୍ନୋଲୋଜି ଭିତରେ NFT ନାମକ ଏକ ଶୈଳି ଅଛି। ଯାହାକୁ ନ୍ୟୁଟ୍ରିଏଣ୍ଟ୍ ଫିଲ୍ମ ଟେକ୍ନିକ୍ କୁହାଯାଏ | ସ୍ୱାସ୍ଥ୍ୟ ସଚେତନ ପାଇଁ ଲୋକ ଉତ୍ସାହର ସହ ଖାଇଥାନ୍ତି। ଦିନକୁ ଦିନ ଆମର ଜୀବନ ଧାରଣର ଶୈଳୀ ପରିବର୍ତ୍ତନ ହେବା ସହିତ ଆମର ଖାଦ୍ୟ ପାନୀୟର ଧାରା ମଧ୍ୟ ବଦଳିବାରେ  ଲାଗିଛି l ଧୀରେ ଧୀରେ ଭାରତର ଲୋକମାନଙ୍କର ବିଦେଶୀ ପନିପରିବା ପ୍ରତି ଚାହିଦା ବଢୁଛି l ଏହାକୁ ଦୃଷ୍ଟିରେ ରଖି ବଜାରରେ ମଧ୍ୟ ଏହି ସବୁ ପରିବା ଉପଲବ୍ଧ କରାଯାଉଛି l ଆସନ୍ତୁ ଆମେ ଆଜି ଜାଣିବା କେତେ ଗୋଟି ବିଦେଶୀ ପରିବା ବିଷୟରେ ଯାହା ଭାରତରେ ଭଲ ବ୍ୟବସାୟ କରୁଛି ଏବଂ ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କରିପାରୁଛି l

ଲାଲ୍ ସ୍ୱିସ୍ ଚାର୍ଡ

ଏହା ବଜାରରେ କିଲୋ ପିଛା 600 ଟଙ୍କାରେ ମିଳେ ଏବଂ ବର୍ଷା ଦିନେ କିଲୋ ପିଛା 1200 ଟଙ୍କାରେ ମିଳିଥାଏ |  ଶୀତପ୍ରଧାନ ଅଞ୍ଚଳରେ ଏହାର ଚାଷ ଅଧିକ ଦେଖାଯାଏ | ଏହି ଚାଷ ପାଇଁ ତାପମାତ୍ରା 28 ° ରହିବା ଆବଶ୍ୟକ।  ତାପମାତ୍ରା ଅଧିକ ହେଲେ ପତ୍ର ଶୁଖିବା ସହ 45 ଦିନି ଭିତରେ ଫସଲ ନଷ୍ଟ ହୋଇଥାଏ  | 

ଲୋଲା ରୋଜା

ଏହାର ପତ୍ର ଲାଲ ଏବଂ ସବୁଜ ରଙ୍ଗର ହୋଇଥାଏ। ଏହାକୁ ଖାଇଲେ ଭିଟାମିନ୍-ଏ,ସି, ଫଲିକ ଏସିଡ୍ ଏବଂ ଆଇରନ୍ ଭଳି ପୁଷ୍ଟିକର ଖାଦ୍ୟ ମିଳେ। ଏଥିରୁ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ତିଆରି ହୁଏ। ଆଜମା ଏବଂ ଆଲର୍ଜିରୁ ମୁକ୍ତି ପାଇଁ ସହାୟକ ହୋଇଥାଏ।ସେଥିପାଇଁ ଏହା ଅଧିକ ମୂଲ୍ୟରେ ବିକ୍ରି ହୁଏ।

ସବୁଜ ସ୍ୱିସ୍ ଚାର୍ଡ

ଏହାର ପତ୍ର ଖାଦ୍ୟ ପାଇଁ ବ୍ୟବହୃତ ହୁଏ | ଏହା ବର୍ଗର ପ୍ରସ୍ତୁତିରେ ବ୍ୟବହୃତ ହୁଏ |  ଭିଟାମିନ୍ ସମେତ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଏହାର ପତ୍ର ଏବଂ ଡାଳରେ ମିଳିଥାଏ |  ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ପରିବା ଅଟେ |

ସିଲେରୀ

ଏହାର ପତ୍ର ଏବଂ କାଣ୍ଡକୁ ସୁପ ଏବଂ ସାଲାଡ଼ ପ୍ରସ୍ତୁତିରେ ବ୍ୟବହାର କରାଯାଏ l ମଞ୍ଜି ବୁଣିବା ଠାରୁ ଅମଳ କରିବା ପର୍ଯ୍ୟନ୍ତ ଏହା ୪ ତୁ ୫ ମାସ ସମୟ ନେଇଥାଏ l ଆପଣ ଏହାକୁ ନିଜର ପାକଶାଳା ବଗିଚାରେ ଲଗାଇ ପାରିବେ l

ବ୍ରୋକୋଲି

ବ୍ରୋକୋଲି ହେଉଛି କୋବି ପ୍ରଜାତିର ଏକ ପରିବା l ବନ୍ଧାକୋବି କିମ୍ବା ଫୁଲକୋବିରେ ଗୋଟିଏ ଗଛରୁ କେବଳ ଗୋଟିଏ କୋବି ହେଉଥିବା ବେଳେ ଏହି ବ୍ରୋକୋଲି ଗଛରୁ ଅନେକ ବ୍ରୋକୋଲି ମିଳିଥାଏ l ଧୀରେ ଧୀରେ ଏହା ଆମ ଦେଶରେ ଆଦୃତ ଲାଭ କରୁଛି l

ପାର୍ସଲେ

ଏହାକୁ ସାଣ୍ଡଉଇଚ ଏବଂ ସାଲାଡ଼ ପ୍ରସ୍ତୁତିରେ ଅଧିକ ପରିମାଣରେ ବ୍ୟବହାର କରାଯାଏ l ଖାଦ୍ୟ ସଜାଇବାରେ ପାର୍ସଲେ ବ୍ୟବହାର କରାଯାଏ l ଏହାର ସ୍ୱତନ୍ତ୍ର ସ୍ୱାଦ ଯୋଗୁଁ ଏହାର ଆଦର ବଢୁଛି l ଗୋଟିଏ ଛୋଟ ପାତ୍ରରେ ମଞ୍ଜି ବୁଣି ଏହା ୬ ରୁ ୮ ସପ୍ତାହ ମଧ୍ୟରେ ଏହା ଗଛ କରାଯାଇପାରିବ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)