Horticulture

କୁଣ୍ଡ ରେ ବଗିଚା!

କୁଣ୍ଡ ରେ ବଗିଚା!

30 December, 2019 9:00 AM IST By: KJ Staff

କ୍ଷୁଦ୍ର ବଗିଚା ର ନିର୍ମାଣ

ବର୍ତମାନ ସ୍ଥାନ ଅଭାବ ରୁ ବହୁ ବ୍ୟକ୍ତି ଇଚ୍ଛା ଥାଇ ମଧ୍ୟ ଏକ ସୁନ୍ଦର ବଗିଚା ର ଆନନ୍ଦ ନେଇ ପାରୁନାହାନ୍ତି |ତେବେ ଆସନ୍ତୁ ଜାଣିବା କ୍ଷୁଦ୍ର ସ୍ଥାନ ରେ କିପରି ବଗିଚା କରିପାରିବେ |ଏହି ପ୍ରଣାଳୀ ରେ ଆପଣ ଚାହିଁଲେ ଏକ କୁଣ୍ଡ ରେ ମଧ୍ୟ କ୍ଷୁଦ୍ର ବଗିଚା ନିର୍ମାଣ କରିପାରିବେ |

କେଉଁ ଗଛ କୁଣ୍ଡ ରେ ଲଗାଇବା  ଯୋଗ୍ୟ ?

-ଯେଉଁ ଗଛ ଛୋଟ ଏବଂ ଯାହା ଅଳ୍ପ ସୂର୍ଯ୍ୟାଲୋକ ରେ ବଂଚିପାରିବ ତାହା ଆପଣ କୁଣ୍ଡ ରେ ଲଗାଇପାରିବେ |ଏହା ଲାଗି ଆପଣ ଔଷଧୀୟ ବୃକ୍ଷ ଯେପରି ପୁଦିନା ,ମୋଟା ପତ୍ର ଥିବା ଗଛ ଯେପରି କ୍ୟାକ୍ଟସ ,ଛୋଟ ଏବଂ କ୍ଷୁଦ୍ର ଗୋଲାପ ବା ଅନ୍ୟ ଫୁଲ କୁ ବ୍ୟବହାର କରିପାରିବେ |ମନେ ରଖନ୍ତୁ ସମସ୍ତ ଗଛ କୁ ସମୟ ସମୟ ରେ  କାଟି ଛୋଟ ରଖିବେ |

 

କେଉଁ ପ୍ରକାର ପାତ୍ର ରେ ବଗିଚା ସମ୍ଭବ ?

-ଛୋଟ କୁଣ୍ଡ ,କାଚ ବାଉଲ,ପ୍ଲାଷ୍ଟିକ କୁଣ୍ଡ ଇତ୍ୟାଦି ଏହି ପରି ବଗିଚା ଲାଗି ଉପଯୁକ୍ତ |ଯେ କୌଣସି ପାତ୍ର ର ବ୍ୟବହାର କରିଲା ପୂର୍ବରୁ ଏଥିରେ ତଳେ କଣା ଅଛି କି ନାହିଁ ସେଥି ପ୍ରତି ଧ୍ୟାନ  ଦିଅନ୍ତୁ |ଏଥିରେ ଜଳ ନିଷ୍କାସନ ର ବ୍ୟବସ୍ତା ନିହାତି ଆବଶ୍ୟକ |ଏହି ପାତ୍ର ର ମୁହଁ ବଡ ରହିବ ଆବଶ୍ୟକ ,ଏହା ଦ୍ୱାରା ଆପଣ ଅଧିକ ଗଛ ଲଗାଇପାରିବେ ଏବଂ ପ୍ରତ୍ୟେକ ଗଛ କୁ ନିଶ୍ଚିନ୍ତ ସୂର୍ଯ୍ୟାଲୋକ ମିଳିବ |

ଏହା ଲାଗି ଆବଶ୍ୟକ ସାମଗ୍ରୀ :

- ବଗିଚା ନିର୍ମାଣ ଲାଗି ପାତ୍ର

- ମାଟି ଏବଂ ବଳି

-ଆବଶ୍ୟକ ଗଛ

-ପାତ୍ର କୁ ସଜାଇବା ଲାଗି ବିଭିନ୍ନ ସାମଗ୍ରୀ

 

କିପରି କରିବେ ବଗିଚା :

-ପ୍ରତମେ କୁଣ୍ଡ ରେ ଜଳ ନିଷ୍କାସନ ଲାଗି ବ୍ୟବସ୍ତା ଅଛି କି ନାହିଁ ଦେଖନ୍ତୁ |ଯଦି ନଥାଏ ତେବେ ଏହାର ବ୍ୟବସ୍ତା କରନ୍ତୁ |

--ପାତ୍ର କୁ ମାଟି ଏବଂ ଅଳ୍ପ କ୍ଷୁଦ୍ର ଗୋଡି ଭରନ୍ତୁ |ଏହା ପରେ ୧ ଭାଗ ବାଲି ଭରନ୍ତୁ |ଏହା ପରେ ପୋଟିଙ୍ଗ ମିକ୍ସ କୁପାତ୍ର ରେ ୨ ଇଞ୍ଚ ଯାଏ ଭରନ୍ତୁ |

-ଏବେ ଏଥିରେ ଗଛ କୁ ଲଗାନ୍ତୁ ,ପାତ୍ର ରେ ଥିବା ସ୍ଥାନ ର ସମୀକ୍ଷା କରି ବିଭିନ୍ନ ଗଛ ଲଗାନ୍ତୁ|ଗଛ ଲାଗିଲା ବେଳେ ହାଲ୍କା ମାଟି କୁ ଖୋଲି ସେଥିରେ ଗଛ ଲଗାନ୍ତୁ

-ଏବେ ଏହା ଉପରେ ମାଛ ଆକୂଆରିଅମ ରେ   ବ୍ୟବହାର ହେଉଥିବା ଗୋଡି କୁ ସେହି ମାଟି ଉପରେ ଦିଅନ୍ତୁ |ଏହା ଦ୍ୱାରା ମାଟି ଧୋଇ ହେବ ନାହିଁ |

-ଗଛ ଲାଗିଲା ପରେ ପାଣି ଦିଅନ୍ତୁ ,ଅଧିକ ପାଣି ଦେବେ ନାହିଁ କେବଳ ମାଟି ଶୁଖିଲେ  ଦେବେ |

-ପରିଶେଷରେ ପାତ୍ର କୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଗଛ ର ବୃଦ୍ଧି ହୋଇପାରିବ |ଅଧିକ ସୂର୍ଯ୍ୟାଲୋକ ମଧ୍ୟ  ଗଛ ଲାଗି ଅହିତକାରୀ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)