Horticulture

ଶୁଷ୍କ ଫୁଲର ବ୍ୟବସାୟ କରି ହୁଅନ୍ତୁ ଲାଭବାନ୍ !!

ବର୍ତ୍ତମାନ ସମୟରେ ଶୁଷ୍କ ଫୁଲର ବ୍ୟବସାୟ ବହୁତ ବଢ଼ିବାରେ ଲାଗିଛି ଏବଂ ଏହାର ଚାହିଦା ଦେଶ ଠାରୁ ନେଇ ବିଦେଶ ପର୍ଯ୍ୟନ୍ତ ବହୁତ ରହିଛି l ଅଧିକ ଚାହିଦା ଥିବା କାରଣରୁ ଭାରତ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚି ସାରିଲାଣି l

28 July, 2021 11:33 AM IST By: Sugyan Kumar Nayak

ବର୍ତ୍ତମାନ ସମୟରେ ଶୁଷ୍କ ଫୁଲର ବ୍ୟବସାୟ ବହୁତ ବଢ଼ିବାରେ ଲାଗିଛି ଏବଂ ଏହାର ଚାହିଦା ଦେଶ ଠାରୁ ନେଇ ବିଦେଶ ପର୍ଯ୍ୟନ୍ତ ବହୁତ ରହିଛି l ଅଧିକ ଚାହିଦା ଥିବା କାରଣରୁ ଭାରତ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚି ସାରିଲାଣି l ଶୁଷ୍କ ଫୁଲର କୌଶଳ ଏତେ ସହଜ ଓ ସରଳ ହୋଇଥାଏ ଯେ, ଏହାକୁ କେହି ମଧ୍ୟ ଅତି କମ୍ ସମୟରେ ଶିଖି ଏହାକୁ ନିଜର ବ୍ୟବସାୟ ଭାବରେ ଆରମ୍ଭ କରିପାରିବ l ଏହି ବ୍ୟବସାୟ କିପରି କରିବେ ଜାଣିବା ଆଗରୁ, ପ୍ରଥମେ ଆପଣ ଏହା ଜାଣିବା ଜରୁରୀ ଯେ ଏହି ଶୁଷ୍କ ଫୁଲ କଣ ହୋଇଥାଏ l

ଶୁଷ୍କ ଫୁଲର କୌଶଳ ଦ୍ୱାରା ଆମେ ଫୁଲକୁ ଅନେକ ଦିନ ପର୍ଯ୍ୟନ୍ତ ତାଜା ଓ ସୁନ୍ଦର କରି ରଖିପାରିବା ଓ ଏହାକୁ ଅନେକ ଦିନ ଧରି ବ୍ୟବହାର ମଧ୍ୟ କରାଯାଇପାରିବ l ଏହି କୌଶଳ ମାଧ୍ୟମରେ ସତେଜ ଫୁଲଗୁଡିକ ଶୁଖିବା ଆଗରୁ ସେଥିରେ ପରଫ୍ୟୁମ ମିଶାଇ ଦିଆଯାଇଥାଏ ଏବଂ ପଲିଥିନ ବ୍ୟାଗରେ ପ୍ୟାକିଂ କରି ସଂରକ୍ଷିତ ଭାବରେ ରଖି ଦିଆଯାଏ l ଏହା ଛଡ଼ା ଫୁଲ ଓ ଏହାର ପାଖୁଡାକୁ ଶୁଖାଇ ଏମିତି ଅନେକ ଜିନିଷ ପ୍ରସ୍ତୁତ କରାଯାଇ ପାରୁଛି, ଯାହାକି ନା ଖାଲି ଘରର ଶୋଭା ବଢ଼ାଉଛି ବରଂ ଏକ ରୋଜଗାରର ମାଧ୍ୟମ ମଧ୍ୟ ହୋଇପାରୁଛି l ଏହି ମହଙ୍ଗା ଦୁନିଆରେ ଘରେ ବସିଥିବା ସ୍ତ୍ରୀ ଲୋକମାନେ ମଧ୍ୟ ଏହି ଶୁଷ୍କ ଫୁଲର କୌଶଳକୁ ବ୍ୟବହାର କରି ଭଲ ଦୁଇ ପଇସା ରୋଜଗାର କରିପାରିବେ l ଏହି କୌଶଳରୁ ପ୍ରସ୍ତୁତ ଜିନିଷ ବ୍ୟବସାୟ ପାଇଁ ଉତ୍ତମ ହୋଇଥିବା ବେଳେ ଅତି କମ ଅର୍ଥ ବିନିଯୋଗରେ ଏକ ଭଲ ବ୍ୟବସାୟ ମଧ୍ୟ ପ୍ରମାଣିତ ହୋଇ ପାରିବ l ଏହି ଉପାୟରେ କୃଷକ ନିଜର ଆୟ ବୃଦ୍ଧି କରି ଏକ ସୁଖମୟ ଜୀବନ ଅତିବାହିତ କରିପାରିବ l ଏବେ ଆସନ୍ତୁ ଜାଣିବା ଏହି ଶୁଷ୍କ ଫୁଲର ବ୍ୟବସାୟ ପାଇଁ କାହିଁକି ଆମେ ଆପଣଙ୍କୁ ଆଗ୍ରହୀ କରାଇବାକୁ ଚାହୁଁଛୁ l

୧. ଦେଶ ବିଦେଶରେ ଏହାର ଚାହିଦା ଅନେକ ଓ ଭାରତରୁ ଏହାକୁ ଆମେରିକା, ଜାପାନ ଓ ଇଉରୋପ ଦେଶମାନେ ଆମଦାନୀ ମଧ୍ୟ କରୁଛନ୍ତି l

୨. ଶୁଷ୍କ ଫୁଲର ତାତ୍ପର୍ଯ୍ୟ କେବଳ ଫୁଲ ପର୍ଯ୍ୟନ୍ତ ହିଁ ସୀମିତ ନୁହେଁ, ମାତ୍ର ଏଥିରେ ମଞ୍ଜି,କଢ଼ ଇତ୍ୟାଦିକୁ ମଧ୍ୟ ସାମିଲ କରାଯାଏ l

୩. ଭାରତରୁ ପ୍ରତି ବର୍ଷ ପାଖାପାଖି ୧୦୦ କୋଟି ଟଙ୍କାର ଶୁଷ୍କ ଫୁଲ ପ୍ରସ୍ତୁତ ହୋଇଥାଏ l

୪. ଏହାର ବ୍ୟବାହାର ହାତ ତିଆରି କାଗଜ, ଲ୍ୟାମ୍ପ ସଜାଇବା,  ମହମବତୀ ଷ୍ଟାଣ୍ଡ, ଝୋଟର ବ୍ୟାଗ, ଫଟୋ 6ଫ୍ରମ, ବିଭିନ୍ନ ପ୍ରକାରର ବକ୍ସ, ବହି, କବାଟ ସଜାଇବା ସାମଗ୍ରୀ, ଏବଂ ଅନ୍ୟାନ  ଉପହାର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥାଏ l

୫. ଘରେ ପଡିରହିଥିବା ଅଦରକାରୀ ବସ୍ତୁ ଓ ଶୁଷ୍କ ଫୁଲରୁ ନିର୍ମିତ ଜିନିଷର ସୁନ୍ଦରତା ଆହୁରି ଅନେକ ହୋଇଥାଏ l

୬. ଏହି ଉପାୟରୁ ପ୍ରସ୍ତୁତ ସମସ୍ତ ସାମଗ୍ରୀ ବ୍ୟବସାୟ ପାଇଁ ଅତ୍ୟନ୍ତ ଭଲ ହୋଇଥିବା ବେଳେ ସ୍ୱଳ୍ପ ନିବେଶରେ ଅଧିକ ଲାଭ ଯୋଗାଇଥାଏ l

ଏହି ଉପାୟରେ ୩୦୦ ରୁ ଅଧିକ ଫୁଲକୁ ବ୍ୟବହାର କରାଯାଇଥାଏ, ଯେମିତିକି ଶୁଷ୍କ ଗୋଲାପ , ଶୁଷ୍କ କମଳ, କପାସ ଫୁଲ, ଜବi ଫୁଲ,ଓ ଡେଜି ଇତ୍ୟାଦି ଫୁଲର ଚାହିଦା ବଜାରରେ ବହୁତ ଅଧିକ ରହିଥାଏ l ବିଭିନ୍ନ ରଙ୍ଗର ଶୁଷ୍କ ଫୁଲରୁ ପ୍ରସ୍ତୁତ ଗ୍ରୀଟିଙ୍ଗ କାର୍ଡ, ଫୁଲତୋଡ଼ା, ଫ୍ରେମ, ମହମବତୀ ଷ୍ଟାଣ୍ଡ, ପଟ୍ଟଚିତ୍ର, କ୍ୟାଲେଣ୍ଡର,କାଗଜ ଡ଼ଙ୍ଗା,ପେନ ଷ୍ଟାଣ୍ଡ, ବୁକ ମାର୍କ ଇତ୍ୟାଦି ଜିନିଷର ଚାହିଦା ଅନେକ ରହିଥାଏ l ଏହାର ଅଧିକ ବ୍ୟବହାର ବଡ଼ ବଡ଼ ହୋଟେଲ ତଥା ମଲ ମାନଙ୍କରେ କରାଯାଇଥାଏ l ଏହି ବ୍ୟବସାୟରୁ ଆପଣ ପ୍ରତି ମାସରେ ସହଜରେ ୨୦ ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ l ଶୁଷ୍କ ଫୁଲର ଗୋଟିଏ ପ୍ୟାକେଟର ବଜାର ମୂଲ୍ୟ ୪୦୦ ଟଙ୍କା ହୋଇଥାଏ ଯଦି ଆପଣ ଦିନକୁ ମାତ୍ର ୨ ପ୍ୟାକେଟ ମଧ୍ୟ ବିକି ପାରୁଛନ୍ତି, ତେବେ ଆପଣ ମାସକୁ ୨୪ ହଜାର ଟଙ୍କା ରୋଜଗାର କରିପାରିବେ l ଏହି ବ୍ୟବସାୟ ପାଇଁ ଆପଣଙ୍କୁ ଅନୁମତି ଏବଂ ଲାଇସେନ୍ସର ଆବଶ୍ୟକତା ରହିଛି l ନଚେତ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିପାରେ, ନହେଲେ ଆପଣଙ୍କ ବ୍ୟବସାୟକୁ ବନ୍ଦ ମଧ୍ୟ କରାଯାଇପାରେ l ତେଣୁ ବିନା ଅନୁମତିରେ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ l ଯଦି ଆପଣ ଆପଣଙ୍କ ବ୍ୟବସାୟକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ବ୍ୟବସାୟ ବୀମା ନିଶ୍ଚିନ୍ତ କରାଇନିଅନ୍ତୁ l

ସର୍ବ ପ୍ରଥମେ ଆପଣଙ୍କ ବ୍ୟବସାୟ ପାଇଁ ଗୋଟିଏ ୱେବସାଇଟ ପ୍ରସ୍ତୁତ କରନ୍ତୁ ଯାହା ମାଧ୍ୟମରେ ଲୋକମାନଙ୍କୁ ଆପଣଙ୍କ ସାମଗ୍ରୀ ବିଷୟରେ ଜଣାପଡିବ l ଯଦି ଆପଣ ନିଜ ବ୍ୟବସାୟକୁ ପ୍ରଚାର କରାଇବାକୁ ଚାହୁଁଥାନ୍ତି ତେବେ ସାମାଜିକ ଗଣମାଧ୍ୟମ ଏକ ଭଲ ପଦକ୍ଷେପ ହୋଇପାରିବ l କାରଣ ଆଜିକାଲି ଲୋକମାନେ ସମସ୍ତ ଜିନିଷ ଡିଜିଟାଲ ପ୍ଲାଟଫର୍ମରୁ କିଣିବାକୁ ହିଁ ପସନ୍ଦ କରନ୍ତି l ତେଣୁ ଆପଣ ଯଥା ସମ୍ଭବ ଏହି ସମସ୍ତ ଜିନିଷର ସାହାଯ୍ୟ ନେଇପାରିବେ l ଏପରି କରିବା ଦ୍ୱାରା ଆପଣ ଅତି କମ ଅର୍ଥ  ବିନିଯୋଗରେ ଅଳ୍ପ ସମୟ ମଧ୍ୟରେ ଅଧିକ ରୋଜଗାର କ୍ଷମ ହୋଇପାରିବେ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)