ସମସ୍ତ ବ୍ୟଞ୍ଜନ ର ଏକ ଗୁରୁତ୍ୱପୂର୍ଣ ଅଂଶ ହେବା ସାଙ୍ଗରେ ଏଥିରେ ଭରି ରହିଛି ବହୁ ପ୍ରକାର ଔଷଧୀୟ ତଥ୍ୟ |ଭାରତ ର ବିଭିନ୍ନ ଅଂଶ ରେ ଏହାର ଚାଷ କରାଯାଏ ଏବଂ ଶତକଡା ୫୦ ଭାଗ ର ରସୁଣ ଉତ୍ପାଦନ ଗୁଜୁରାଟ ଏବଂ ମଧ୍ୟ ପ୍ରଦେଶ ରୁ ହୋଇଥାଏ |
ତେବେ ଜଣାନ୍ତୁ କିପରି କରିବେ ରସୁଣ ଚାଷ :
ମୂର୍ତ୍ତିକା ପରିଚାଳନା :
ରସୁଣ ଚାଷ ଲାଗି ସବୁଠାରୁ ଉପଯୋଗୀ ହେଉଛି ଦୋରସା ମାଟି |ଏହାକୁ ଅଧିକ ଚିକିଟା ମାଟି ରେ ଚାଷ କାନ୍ତୁ ନାହିଁ କାରଣ ରସୁଣ ଅମଳ ଭଲ ହେବ ନାହିଁ |ମାଟି ର ଅମ୍ଳତା ୬.୫ ରୁ ୭ ମଧ୍ୟ ରେ ରହିବା ଉଚିତ |
ସାର ଓ ଖତ:
ରସୁଣ ଚାଷ ଲାଗି ଯବକ୍ଷାରଜାନ ଅଧିକ ଆବଶ୍ୟକ ତେଣୁ ଗଛ ବଢ଼ିଲା ବେଳେକୁ ଏହାକୁ ଏଥିରେ ଅଧିକ ୟୁରିଆ ପ୍ରୟୋଗ କରନ୍ତୁ |ଏହା ସହ ସଢା ଗୋବର ଖତ ଏବଂ ଜୈବିକ ସାର ପ୍ରୟୋଗ କରିବା ଉଚିତ |ଅଧିକ ଅମଳ ଲାଗି ପୋଟାସ ପ୍ରୟୋଗ କରନ୍ତୁ |ରସୁଣ ର ସ୍ୱାଦ ବୃଦ୍ଧି ଲାଗି ରସୁଣ ହେବା ଆରମ୍ଭ ହେଲେ ସେଥିରେ ଜିପସମ ପ୍ରୟୋଗ କରନ୍ତୁ |
କେତେକ ଉନ୍ନତ କିସମ:
ଅଗ୍ରିଫାଉଣ୍ଡ ୱାଇଟ ,ଯମୁନା ୱାଇଟ,ଅଗ୍ରିଫାଉଣ୍ଡ ପାର୍ବତୀ ଇତ୍ୟାଦି
ଚାଷ ସମୟ :
ଏହାକୁ ମୁଖ୍ୟତ ଅକ୍ଟୋବର ରୁ ନଭେମ୍ବର ମାସ ମଧ୍ୟରେ ଚାଷ କରାଯାଇଥାଏ |ପାହାଡିଆ ଅଞ୍ଚଳ ମାନଙ୍କରେ ଏହାକୁ ମାର୍ଚ୍ଚ ରୁ ଏପ୍ରିଲ ମାସ ମଧ୍ୟରେ ଚାଷ କରିପାରିବେ |
ଜଳସେଚନ :
ରସୁଣ ପାଖୁଡା ଲାଗିଲା ପରେ ତୁରନ୍ତ ଜଳସେଚନ କରନ୍ତୁ |ଏହା ପରେ ପ୍ରତ୍ୟେକ ୧୦ ରୁ ୧୫ ଦିନ ମାଟି ରେ ଥିବା ଜଳୀୟ ଅଂଶ କୁ ଯାଞ୍ଚ କରି ଜଳସେଚନ କରନ୍ତୁ |ଖରା ଅଧିକ ହେଉଥିଲେ ସପ୍ତାହ କୁ ଥରେ ଜଳସେଚନ କରିବା ଆବଶ୍ୟକ |
ଅମଳ :
କିସମ ,ଚାଷ ପ୍ରଣାଳୀ ଇତ୍ୟାଦି ଉପରେ ଅମଳ ମୁଖ୍ୟତ ନିର୍ଭରଶୀଳ |ଗୋଟେ ରସୁଣ ପାଖୁଡା ରୁ ଗୋଟେ ରସୁଣ ଗଛ ହୋଇଥାଏ |ଉଚିତ ପ୍ରଣାଳୀ ରେ ଚାଷ କଲେ ଅମଳ ୫୦ ରୁ ୧୦୦ କୁଇଣ୍ଟାଲ ପ୍ରତି ହେକ୍ଟର ପର୍ଯ୍ୟନ୍ତ ହୋଇଥାଏ |