Horticulture

କୃଷକମାନଙ୍କ ପାଇଁ ମଧ୍ୟ ପ୍ରଦେଶ ସରକାରଙ୍କର ନୂତନ ସୁବିଧା !!

ସରକାର କୃଷକମାନଙ୍କ ସୁରକ୍ଷା ପାଇଁ ସବୁବେଳେ ଅନେକ ପଦକ୍ଷପ ଗ୍ରହଣ କରୁଛନ୍ତି l ମାତ୍ର କୃଷକମାନଙ୍କ ଅବସ୍ଥା ଯେମିତିକୁ ସେମିତି l କୃଷି ସାଧାରଣତଃ ଜଳବାୟୁ ଉପରେ ନିର୍ଭର କରିଥାଏ ଏବଂ ଆମ ଦେଶର ଜଳବାୟୁରେ ବାରମ୍ବାର ପରିବର୍ତ୍ତନ ହୋଇଥାଏ l

06 August, 2021 4:24 PM IST By: Sugyan Kumar Nayak

ସରକାର କୃଷକମାନଙ୍କ ସୁରକ୍ଷା ପାଇଁ ସବୁବେଳେ ଅନେକ ପଦକ୍ଷପ ଗ୍ରହଣ କରୁଛନ୍ତି l ମାତ୍ର କୃଷକମାନଙ୍କ ଅବସ୍ଥା ଯେମିତିକୁ ସେମିତି l କୃଷି ସାଧାରଣତଃ ଜଳବାୟୁ ଉପରେ ନିର୍ଭର କରିଥାଏ ଏବଂ ଆମ ଦେଶର ଜଳବାୟୁରେ ବାରମ୍ବାର ପରିବର୍ତ୍ତନ ହୋଇଥାଏ l ତେଣୁ କୃଷି କାର୍ଯ୍ୟରେ ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ଫଳାଫଳ ନଥାଏ ଓ କୃଷକମାନଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ l ଏହି କାରଣରୁ ସରକାର ସୁରକ୍ଷିତ କୃଷି ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି l ପ୍ରକୃତରେ ସୁରକ୍ଷିତ କୃଷିରେ ଫସଲକୁ ଏକ ନିୟନ୍ତ୍ରିତ ବାତାବରଣରେ ରଖାଯାଇଥାଏ l ଫସଲ ଉପରେ ଗରମ, ଥଣ୍ଡା କିମ୍ବା ବର୍ଷାର କୌଣସି ପ୍ରଭାବ ପଡ଼ିନଥାଏ l ଏହି କୃଷି ମାଧ୍ୟମରେ କୃଷକ ପନିପରିବା ଫୁଲ ଓ ଫଳ ବର୍ଷ ସାରା ଉପାର୍ଜନ କରିପାରେ l ବିଶ୍ୱ ସାରା ପ୍ରାୟ ସମସ୍ତ ଦେଶ ଏହି ପ୍ରକ୍ରିୟାରେ କୃଷି କାର୍ଯ୍ୟ ସମ୍ପାଦନା ମଧ୍ୟ କରୁଛନ୍ତି l ଏହି କୃଷି ପ୍ରଣାଳୀରେ ପଲିହାଉସ, ସେଡନେଟ ହାଉସ ଓ ପ୍ଲାଷ୍ଟିକ ମଲଚିଙ୍ଗର ଉପଯୋଗ କରାଯାଉଛି, ଯେଉଁଥିରେ ଜଳବାୟୁର କୌଣସି ପ୍ରଭାବ ପଡ଼ିନଥାଏ ଓ କୀଟପତଙ୍ଗମାନଙ୍କ କବଳରୁ ମଧ୍ୟ ଫସଲକୁ ରକ୍ଷା କରାଯାଇ ପାରେ l

ମଧ୍ୟ ପ୍ରଦେଶର କୃଷକମାନଙ୍କୁ ଏଠି ପାଇଁ ସେଠାକାର ସରକାର ଯୋଗାଇଦେଉଛନ୍ତି ସବସିଡି l କୃଷିଜଗରଣ ସହିତ ହୋଇଥିବା ଆଲୋଚନାରେ ମଧ୍ୟପ୍ରଦେଶର କୃଷି ବିଭାଗର ସଭାପତି ଆଇ.ବି ପଟେଲ କହିଛନ୍ତି ଯେ, ଏହି ସୁରକ୍ଷିତ କୃଷି କୃଷକମାନଙ୍କ ପାଇଁ ଏକ ଲାଭଜନକ ପ୍ରମାଣିତ ହୋଇପାରେ l ସେମାନେ ଏହି କୃଷି ମାଧ୍ୟମରେ ଟମାଟୋ, ବାଇଗଣ, ଶିମଲା ଲଙ୍କା, ଗୋଲାପ ଆଦି ପରିବା ଓ ଫୁଲକୁ ବର୍ଷ ସାରା ଉପାର୍ଜନ କରିପାରିବେ ଓ ଭଲ ଲାଭ ମଧ୍ୟ କମାଇ ପାରିବେ l ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ମଧ୍ୟ ପ୍ରଦେଶ ସରକାର ଏହି କୃଷି ପାଇଁ କୃଷକମାନଙ୍କୁ ୫୦ ପ୍ରତିଶତ ସବସିଡି ଯୋଗାଇଦେଉଛନ୍ତି l ଏକ ବର୍ଗ କିଲୋମିଟର ଜମିରେ ଏହି ପ୍ରକ୍ରିୟାରେ କୃଷି କରିବା ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ l ତେଣୁ ସରକାରଙ୍କ ତରଫରୁ ୪.୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥାଏ l

ଏହି ପଦ୍ଧତିରେ ବିଭିନ୍ନ ପ୍ରକାରର ଫସଲ କରାଯାଇପାରେ, ଯେମିତିକି ପନିପରିବା : ଟମାଟୋ, ବାଇଗଣ, ଶିମଲା ଲଙ୍କା,ଫୁଲକୋବି,ବନ୍ଧାକୋବି,ଲଙ୍କା,କାକୁଡ଼ି,ରସୁଣ,ଗାଜର, ଅଦା,କଲରା,ମଟର,ଧନିଆ,ଭେଣ୍ଡି ଇତ୍ୟାଦି l ଫଳ ମଧ୍ୟରେ କଦଳୀ, ଅମୃତଭଣ୍ଡା,ଷ୍ଟ୍ରବେରୀ ଓ ଅଙ୍ଗୁରୁ ଇତ୍ୟାଦି ଏବଂ ବ୍ୟବସାୟିକ ଭିତିରେ ବିଭିନ୍ନ ପ୍ରକାରର ଫୁଲ ମଧ୍ୟ ଚାଷ କରାଯାଇପାରିବ, ଯେମିତିକି: ଗୋଲାପ,ଗେଣ୍ଡୁ,କନିଅର,କଇଁ ଇତ୍ୟାଦି l ଏହି ପରି ଭାବରେ ଚାଷ କରି ଜଣେ କୃଷକ ସହଜ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ l