Horticulture

ମାର୍ଗଶିର ର ଆଗମନରେ....

ମାର୍ଗଶିର ର ଆଗମନରେ ମାଣ ବସା ଗୁରୁବାର ର ଆରମ୍ଭ ଏବଂ ଘରେ ଘରେ ଲକ୍ଷ୍ମୀ ପାଦ ଶୋଭା ପାଉଥିବା ସଙ୍ଗେ ମା ଲକ୍ଷ୍ମଙ୍କର ମଥା ରେ ସୁସଜ୍ଜିତ ଥାଏ ତାଙ୍କର ଅତି ପ୍ରିୟ ର ଗେଣ୍ଡୁ ଫୁଲ।ଏହି ଫୁଲ ର ଚାହିଦା ସହ

08 December, 2018 9:35 PM IST By: KJ Staff

ମାର୍ଗଶିର ର ଆଗମନରେ ମାଣ ବସା ଗୁରୁବାର ର ଆରମ୍ଭ ଏବଂ ଘରେ ଘରେ ଲକ୍ଷ୍ମୀ ପାଦ ଶୋଭା ପାଉଥିବା ସଙ୍ଗେ ମା ଲକ୍ଷ୍ମଙ୍କର ମଥା ରେ ସୁସଜ୍ଜିତ ଥାଏ ତାଙ୍କର ଅତି ପ୍ରିୟ ର ଗେଣ୍ଡୁ ଫୁଲ।ଏହି ଫୁଲ ର ଚାହିଦା ସହ ବଜାର ଦର ବିଶେଷ କରି ମାର୍ଗଶିର ମାସ ରେ ଅଧିକ ଥାଏ ।ଏହା ସମସ୍ତ ପୂଜା ପର୍ବ ରେ କାର୍ଯ୍ୟରତ ହେବା ବ୍ୟତୀତ ବିଶେଷ କରି ବିବାହ କାର୍ଯ୍ୟ ଓ ସାଜ ଶଯ୍ୟା ରେ ମଧ୍ୟ ଶୋଭା ପାଏ।
ଖୁବ୍ କମ୍ ସମସ୍ୟାରେ ଫୁଲ ଧରିବା ଏବଂ ସ୍ୱଳ୍ପ ଖର୍ଚ୍ଚ ରେ ଅଧିକ ଲାଭ ଦେବା ;ଏହାର ବିଶେଷତ୍ୱ ତେଣୁ ଚାଷୀ ମାନଙ୍କ ମଧ୍ୟ ରେ ଏହାର ଚାହିଦା ବେଶ୍ ଅଧିକ।ତେବେ ଏହାର ଚାଷ ପଦ୍ଧତି ବିଷୟରେ ଏଥିରେ ସଂକ୍ଷେପରେ ବର୍ଣ୍ଣନା ହୋଇଛି-

କିସମ:
ଏହା ୨ ପ୍ରକାର କିସମ ରେ ଦେଖିବାକୁ ମିଳେ ;


ଫ୍ରେଞ୍ଚ୍: ଗେଡା ଗଛ ଏବଂ ଛୋଟ ଫୁଲ
ଆଫ୍ରିକାନ: ଲମ୍ବା ଗଛ ଏବଂ ବଡ଼ ଫୁଲ


ସେହିପରି ବିଭିନ୍ନ ରଙ୍ଗ ର ଫୁଲ ଧରୁଥିବା କିସମ ଭିତରୁ କେତୋଟି ଲୋକପ୍ରିୟ କିସମ :
ନ୍ୟୁ ଆଲାସ୍କା, ହାପିନେଶ୍, କ୍ଲାଇମାକ୍ସ୍, ହୱାଇ, ଲେମନ ଡ୍ରପ୍, ରଷ୍ଟି ରେଡ୍, ପୁଶା ବାସନ୍ତୀ ଗେନ୍ଦା ଇତ୍ୟାଦି

ଆବଶ୍ୟକ ପାଣିପାଗ:ଏହା ବିଶେଷ କରି ୧୫-୨୯ ଡିଗ୍ରୀ ତାପମାତ୍ରା ମଧ୍ୟ ଭଳ ଭାବେ ବଢିପାରେ।ଅଧିକ ଗରମ ହେଲେ ଏହା ଫୁଲ ଧରିପାରେ ନାହିଁ।ମୁଖ୍ୟତଃ ଏହା ଦୋରସା ମାଟି ରେ ଭଳ ଭାବେ ବଢିପାରେ ।ପି. ଏଚ଼ ୬.୫ ରୁ ୭.୫ ରହିବା ଆବଶ୍ୟକ ।


ମଞ୍ଜି ର ମାତ୍ରା : ହେକ୍ଟର ପିଛା ୧.୫ - ୨ କି ଗ୍ରା ର ମଞ୍ଜି ଦରକାର ପଡ଼ିଥାଏ।ଏହାକୁ ବର୍ଷ ସାର ଚାଷ କରିହେବ।ଏବଂ ଗେଣ୍ଡୁ କୁ ମଞ୍ଜି ବ୍ୟତୀତ ଚାରା ଗଛ ଦ୍ୱାରା ମଧ୍ୟ ରୋପଣ କରିପାରିବେ।


ଖାଦ୍ୟ ପରିଚାଳନା : ଜମି ହଳ କଲା ବେଳେ ୨୫ ଟନ୍ ର ଗୋବର ଖତ ଦିଅନ୍ତୁ ।ପରେ ୨୫-୩୦ କି.ଗ୍ରା ଯବକ୍ଷାରଜାନ,୨୫-୩୦ କି. ଗ୍ରା ପୋଟାଶ୍ ଏବଂ ସେହିପରି ୨୫-୩୦ କି. ଗ୍ରା ଫସଫରସ ଦିଅନ୍ତୁ ।ସର୍ବଦା ସାର ର ପ୍ରୟୋଗ ମାଟି ପରୀକ୍ଷା କରିବା ପରେ କରିବା ଉଚିତ୍ । ରାସାୟନିକ ସାର ବ୍ୟତୀତ ଜୈବିକ ସାର ଯେପରି ଜିଆ ଖତ, କମ୍ପୋଷ୍ଟ ଇତ୍ୟାଦି ଦେଲେ ଗଛ ହୃଷ୍ଟ ପୃଷ୍ଟ ହୋଇ ବଢିଥାଏ।


ଜଳସେଚନ :ମଞ୍ଜି ବୁଣିଲା ପରେ ବା ଚାରା ରୋପଣ ପରେ ନିଶ୍ଚିତ ଜଳସେଚନ କରନ୍ତୁ।ସେହିପରି ସପ୍ତାହ କୁ ଥରେ ଜଳସେଚନ କରନ୍ତୁ। ଗେଣ୍ଡୁଫୁଲ ଚାଷ ଲାଗି ବିଶେଷ କରି ସର୍ବଦା ମାଟି ରେ ଉଚିତ୍ ମାତ୍ର ର ପାଣି ରହିବା ଆବଶ୍ୟକ। ଜଳ ନିଷ୍କାସନ ର ବ୍ୟବସ୍ଥା ନିହାତି ରହିବା ଆବଶ୍ୟକ ।ବୁନ୍ଦା ବା ସିଞ୍ଚା ଜଳସେଚନ ବ୍ୟବସ୍ତା କରିବା ଅଧିକ ଉପଯୋଗୀ।

ପିଞ୍ଚିଂ (pinching): ଏହା ଏକ ବିଶେଷ ପଦ୍ଧତି ଯାହାଦ୍ଵାରା ଫୁଲ ଆକାର ଅଧିକ ବଡ଼ ହୋଇଥାଏ ଏବଂ ମାତ୍ର ବୃଦ୍ଧି ହୋଇଥାଏ।ଏହା କରିବା ଲାଗି ଗଛ ର ଅଗ୍ର ଭାଗରେ ଡାଳ କୁ ଅଳ୍ପ କାଟି ଦିଅନ୍ତୁ।ଫଳରେ ଗଛର ପାର୍ଶ୍ୱ ଭାଗ ରୁ ଅଧିକ ଡାଳ ଧରିବା ,ଗଛ ଛୋଟ ସୁନ୍ଦର୍ ଏବଂ ଝଙ୍କାଳିଆ ହେବା ସଙ୍ଗେ ,ଫୁଲ ର ସଂଖ୍ୟା ବୃଦ୍ଧି ହେବ


କେତୋଟି ଜାଣିବା କଥା :

  • ଏହା ଫୁଲ ଧରିବାକୁ ପ୍ରାୟେ ୪୫-୬୦ ଦିନ ନେଇଥାଏ।
  • ୪-୫ ମାସ ଯାଏ ଏହା ନିୟମିତ ଫୁଲ ଦେଇ ପାରିବ ଏବଂ ତାପରେ ଗଛ ମରି ଯାଏ ।
  • ହାରାହାରି ୬-୧୦ ଟନ୍ ହେକ୍ଟର ପିଛା ଅମଳ ଦେଇଥାଏ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)