Horticulture

ପାକଶାଳା ବଗିଚା ପାଇଁ ଜୈବିକ କମ୍ପୋଷ୍ଟ !!

ଆମେ ମାନେ ପାକଶାଳା ବଗିଚାରେ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର କରିବା ପରିବର୍ତ୍ତେ ସହଜରେ ମିଳିପାରୁଥିବା ଜୈବିକ କମ୍ପୋଷ୍ଟ ବ୍ୟବହାର କରିପାରିବା l

07 September, 2021 5:06 PM IST By: Sugyan Kumar Nayak

ଆମେ ମାନେ ପାକଶାଳା ବଗିଚାରେ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର କରିବା ପରିବର୍ତ୍ତେ ସହଜରେ ମିଳିପାରୁଥିବା ଜୈବିକ କମ୍ପୋଷ୍ଟ ବ୍ୟବହାର କରିପାରିବା l ଏହା ଦ୍ୱାରା ଆମେ ରାସାୟନିକମୁକ୍ତ ଫଳ ଏବଂ ପନିପରିବା ପାଇବା ସଙ୍ଗେ ସଙ୍ଗେ ଆମେ ସୁସ୍ଥ ରହିପାରିବା l ରୋଷେଇ ଘରେ ଅନେକ ଉପାଦାନ ଅଛି ଯେଉଁଥିରୁ ଜୈବିକ କମ୍ପୋଷ୍ଟ ଏବଂ କୀଟନାଶକ ସ୍ପ୍ରେ ତିଆରି କରିପାରିବେ। ଆସନ୍ତୁ ଆଜି ଆମେ ସେହିପରି କିଛି ସହଜ ଉପାୟଗୁଡ଼ିକ ବିଷୟରେ ଏଠାରେ ଆଲୋଚନା କରିବା l

ହେଙ୍ଗୁର ବ୍ୟବହାର

ଗଛର ପତ୍ର ଯଦି ହଳଦିଆ ଦେଖାଯାଏ, ତେବେ ଜାଣନ୍ତୁ ଏହା ଜଳର ଅଭାବରୁ ହୋଇନଥାଏ। ପୋଷକତତ୍ତ୍ୱର  ଅଭାବରୁ ମଧ୍ୟ ହୋଇଥାଏ। ଯାହା ଫଳରେ ଚେର ନଷ୍ଟ କରିବା ସହ ପତ୍ର ହଳଦିଆ ଏବଂ ପତ୍ର ଝଡ଼ା ଦେଇଥାଏ। ଏହି ସମସ୍ତ ରୋଗରୁ ମୁକ୍ତି ପାଇବା ପାଇଁ ହେଙ୍ଗୁ ଏବଂ ବଟରମିଲ୍କ୍ ମିଶ୍ରଣ କରି ସ୍ପ୍ରେ କରିପାରିବେ। ପ୍ରଥମେ ଅଧା ଚାମଚ ହେଙ୍ଗୁ ଏବଂ ଏକ ଗ୍ଲାସ ବଟରମିଲ୍କ ମିଶ୍ରଣ କରି ଚେର ଚାରିପାଖରେ ଛିଞ୍ଚନ୍ତୁ। ଏହି ପ୍ରକ୍ରିୟା  ସପ୍ତାହରେ ଥରେ କରିବା ଉଚିତ୍। ପ୍ରାୟତଃ ବର୍ଷା ଋତୁରେ ଗଛମାନଙ୍କରେ କୀଟ ପୋକ ଦେଖାଯାଆନ୍ତି। ଯାହାକି ଗଛଗୁଡ଼ିକୁ  କ୍ଷତି ପହଞ୍ଚାଇ ଥାଏ । ଏହି ରୋଗରେ ମଧ୍ୟ ହେଙ୍ଗୁ ସ୍ପ୍ରେ କରିପାରିବେ। ସର୍ବ ପ୍ରଥମେ ଏକ ପାତ୍ରରେ ପାଣି ନିଅନ୍ତୁ । ଏଥିରେ ଅଧା ଚାମଚ ହେଙ୍ଗୁ ମିଶାନ୍ତୁ । ଉଭୟକୁ ଭଲ ଭାବରେ ମିଶ୍ରଣ କରି ଅଧ ଘଣ୍ଟା ପାଇଁ ଛାଡିଦିଅନ୍ତୁ। ଏହା ପରେ, ଏକ ସ୍ପ୍ରେ ବୋତଲରେ ରଖି ଗଛ ଉପରେ ସ୍ପ୍ରେ କରନ୍ତୁ।

ହେଙ୍ଗୁରୁ  ତରଳ ସାର ତିଆରି କରିବାର  ପଦ୍ଧତି

ଅଧା ବାଲ୍ଟି ପାଣିରେ ଚା ଗୁଣ୍ଡ ଓ ଅଧା ଚାମଚ ହେଙ୍ଗୁ ମିଶାନ୍ତୁ। ତାପରେ ଏହାକୁ ସପ୍ତାହ ପାଇଁ ଛାଡିଦିଅନ୍ତୁ । ଗୋଟିଏ ଛୋଟ ଗ୍ଲାସ ସାହାଯ୍ୟରେ ସମସ୍ତ ଗଛ ଏବଂ ଉଦ୍ଭିଦରେ ତରଳ ସାର ପକାନ୍ତୁ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)