Horticulture

ମୁଗ ଫସଲରେ କୀଟ ପରିଚାଳନା କରିବେ କିପରି ଜାଣନ୍ତୁ...

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ପ୍ରାୟତଃ ୭୦ ଭାଗ ଲୋକ ଜୀବନ ଜୀଇଁବା ପାଇଁ ଚାଷ ଉପରେ ନିର୍ଭର କରିଥାନ୍ତି । ରାଜ୍ୟର ବିଭିନ୍ନ ଫସଲ ଚାଷ ମଧ୍ୟରୁ ମୁଗ ଏକ ମୁଖ୍ୟ ଫସଲ ଅଟେ । ଏହା ଡାଲି ଜାତୀୟ ଫସଲର ଅନ୍ତର୍ଭୁକ୍ତ । ଡାଲି ଫସଲରେ ଶ୍ଵେତସାର , ପୃଷ୍ଟିସାର , ଚର୍ବିସାର ଇତ୍ୟାଦି ଖାଦ୍ୟ ରହିଥାଏ ।

17 November, 2021 10:28 AM IST By: Sudesna Nayak

ଓଡ଼ିଶାରେ ମୁଖ୍ୟତଃ ଧାନକୁ ବେଶୀ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଧାନ ଅମଳ ପରେ ପରେ ଜମିରେ ମୁଗ , ବିରି , ସୋରିଷ ପ୍ରଭୃତି ଚାଷ କରି ଚାଷୀ ମାନେ ଲାଭବାନ ହୋଇଥାନ୍ତି । ଡ଼ାଲିଜାତୀୟ ଫସଲ ଭିତରୁ ମୁଗକୁ ଉପକୂଳ ଓଡ଼ିଶାରେ ଚାଷୀମାନେ ଅଧିକ ଭାବେ ଚାଷ କରିଥାନ୍ତି । ଶସ୍ୟ ଜାତୀୟ ଫସଲ ଭାବେ ଏହା ତୃତୀୟ ସ୍ଥାନରେ ଅଛି ।

ମୁଗ ଫସଲ ସବୁ ମାଟିରେ ଚାଷ କରାଯାଇପାରିବ   । ସାଧାରଣତଃ ନିଗିଡା, ବାଲିଆ ଦୋରସା କିମ୍ବା ଦୋରସା ମାଟି ହୋଇଥିବା ଆବଶ୍ୟକ   ।  ଧାନ ଅମଳ ପରେ ମୁଗ ଚାଷ କରାଯାଏ   । ୧୦୦ ଗ୍ରାମ ମୁଗରେ  ୫୯.୯ ଗ୍ରାମ ଶ୍ଵେତସାର, ୨୪.୫ ଗ୍ରାମ ପୃଷ୍ଟିସାର ,୧.୨ ଗ୍ରାମ ଚର୍ବସାର  ଓ ୩୪୫ କିଲୋ କ୍ୟାଲୋରୀ ଶକ୍ତି ଯୋଗାଇଥାଏ     ।

ତେବେ ମୁଗ ଫସଲର ପ୍ରମୁଖ କୀଟ ମାନଙ୍କର ଲକ୍ଷଣ ଓ ସମାଧାନ ବିଷୟରେ ଆସନ୍ତୁ ଜାଣିବା ।

ଗୁଣ୍ଡି ପୋକ- ପ୍ରାରମ୍ଭରେ ସାମାନ୍ୟ ବିଛା ଯାଇଥିବା ହଳଦିଆ ଦାଗ ଛୋଟ ପତ୍ରରେ ଦେଖାଯାଏ । ଦାଗଗୁଡ଼ିକ ଧୀରେ ଧୀରେ ବଢ଼ିବା ସହ ଶେଷରେ କିଛି ପତ୍ର ସମ୍ପୂର୍ଣ୍ଣ ହଳଦିଆ ହୋଇଯାଏ ସଂକ୍ରମିତ ପତ୍ର ମଧ୍ୟ ନେକ୍ରୋଟିକ୍‌ (ପତ୍ର ଗୁଡ଼ିକ ଶୁଖି ମରିଯିବା ) ଲକ୍ଷଣ ଦେଖାଯାଏ । ଧଳା ଗୁଣ୍ଡ ଗୁଡ଼ିକ ପତ୍ର ଉପରେ ପଡିଥାଏ । ରୋଗଗ୍ରସ୍ତ ଉଦ୍ଭିଦଗୁଡିକ ଛୋଟ, ବିଳମ୍ବରେ ପରିପକ୍ୱ ହୋଇ ବହୁତ କମ୍‌ ଫୁଲ ଏବଂ ଛୁଇଁ ଉତ୍ପାଦନ କରନ୍ତି ।

ପରିଚାଳନା- ପ୍ରାରମ୍ଭିକ ରୋଗ ଦେଖାଯିବା ଠାରୁ ୧୦ ଦିନ ବ୍ୟବଧାନରେ ଦୁଇଥର ନିମ୍ବପତ୍ର ଉଦ୍ଧୃତାଂଶ ୫% କିମ୍ବା ନିମ୍‌ ତେଲ ୩% ସ୍ପ୍ରେ କରନ୍ତୁ ।

ହଳଦିଆ ମୋଜାଇକ୍‌ ଭୂତାଣୁ- ଧଳା ମାଛି ଦ୍ୱାରା ଏହି ରୋଗ ସଂକ୍ରମିତ ହୁଏ । ପ୍ରାରମ୍ଭରେ ସାମାନ୍ୟ ବିଛା ଯାଇଥିବା ହଳଦିଆ ଦାଗ ଛୋଟ ପତ୍ରରେ ଦେଖାଯାଏ ।

ପରିଚାଳନା- ଇମିଡ଼ାକ୍ଲପିଡ଼ ୫ ମିଲି / କେଜି ସହିତ ବିହନ ବିଶୋଧନ କରନ୍ତୁ ।

ଜଉ ପୋକ- ଏହା ମୁଖ୍ୟତଃ ଗଛରକାଣ୍ଡ, ପତ୍ର, ଡେମ୍ଫ ଓ ଛୁଇଁ ରେ ଲାଗି ରସ ଶୋଷି ଖାଇଦିଅନ୍ତି । ଗଛ ଦୁର୍ବଳ ହୋଇଯାଏ, ପତ୍ର ହଳଦିଆ ପଡିଯାଏ ଏବଂ ଦାନା କଣିଆ ହୋଇଯାଏ । ଫୁଲ ଆସିବା ବିଳମ୍ବ ହୁଏ । ଏହାର ନିୟନ୍ତ୍ରଣ ପାଇଁ ଡାଇମିଥୋଏଟ୍‌ ୩୦% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ମିଥାଇଲ୍‌ ଡିମେଟନ୍‌ ୨୫% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ଇମିଡାକ୍ଳୋପ୍ରିଡ ୧୭.୮% ଏସ୍‌.ଏଲ୍‌. ୩ ମି.ଲି. ପ୍ରତି ୧୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)