Horticulture

ଗରିବଙ୍କୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ, ୨୫ ଟଙ୍କା କମିଲା ତୈଳ ଦର

ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ ଦର । ନୂଆ ବର୍ଷରେ ଝାଡଖଣ୍ଡବାସୀଙ୍କୁ ବଡ଼ ଉପହାର ଦେଇଛି ଝାଡଖଣ୍ଡ ସରକାର ।

30 December, 2021 2:54 PM IST By: Sudesna Nayak

ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ ଦର । ନୂଆ ବର୍ଷରେ ଝାଡଖଣ୍ଡବାସୀଙ୍କୁ ବଡ଼ ଉପହାର ଦେଇଛି ଝାଡଖଣ୍ଡ ସରକାର ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନୂଆ ବର୍ଷରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ନୂଆ ବର୍ଷରେ ରାଜ୍ୟବାସୀମାନଙ୍କୁ ବଡ ଭେଟି ସ୍ବରୂପ ପେଟ୍ରୋଲ ଏବଂ ଡିଜେଲ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ଦେବେ ସୋରେନ୍‌ ସରକାର । ଏଭଳି ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କିନ୍ତୁ ଶସ୍ତା ପେଟ୍ରୋଲ ଏବଂ ଡିଜେଲର ଲାଭ କେବଳ ବିପିଏଲ (BPL) କାର୍ଡଧାରୀମାନଙ୍କୁ ହିଁ ମିଳିବ ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖରୁ ଝାଡଖଣ୍ଡରେ ବିପିଏଲ୍ (BPL) କାର୍ଡ ଥିବା ବ୍ୟକ୍ତିମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ୨୫ ଟଙ୍କା ଶସ୍ତାରେ ମିଳିବ । ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଡିଲରମାନେ ମଧ୍ୟ ତୈଳ ଦର କମାଇବା ପାଇଁ ଲଗାତାର ଭାବେ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି । ପେଟ୍ରୋଲ ଉପରେ ୫ ପ୍ରତିଶତ ଭ୍ୟାଟ କମାଇବା ପାଇଁ ଦାବି କରୁଛନ୍ତି ତେଲ ଡିଲର । ସେମାନଙ୍କ କହିବା କଥା ଯେ, ଯଦି ରାଜ୍ୟ ସରକାର ଭ୍ୟାଟ ୨୨ ପ୍ରତିଶତରୁ କମାଇ ୧୭ ପ୍ରତିଶତ କରିବେ ତେବେ ଲୋକମାନଙ୍କୁ ଏହାର ବହୁତ ଲାଭ ମିଳିବ ।

କହିବାକୁ ଗଲେ, ଅନ୍ୟପଟେ ଝାଡଖଣ୍ଡର ଗାଡିଗୁଡିକ ପଡୋଶୀ ରାଜ୍ୟରେ ଯାଇ ଡିଜେଲ ଭରୁଛନ୍ତି । ଯାହାଫଳରେ ଝାଡଖଣ୍ଡର ଡିଲରମାନଙ୍କ ବହୁତ କ୍ଷତି ହେଉଛି । ଆସୋସିଏସନ ଅଧ୍ୟକ୍ଷ ଅଶୋକ ସିଂହ କହିଛନ୍ତି ଯେ, ପେଟ୍ରୋଲ ଡିଲରମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଝାଡଖଣ୍ଡରେ ମୋଟ ୧୩୫୦ ଟି ପେଟ୍ରୋଲ ପମ୍ପ ଥିବାବେଳେ ପ୍ରାୟ ୨.୫୦ ଲକ୍ଷରୁ ଅଧିକ ପରିବାର ଜୀବିକା ନିର୍ବାହ ହେଉଛି । ଭ୍ୟାଟ ଅଧିକ ହେବା କାରଣରୁ ବ୍ୟବସାୟ ଉପରେ ପ୍ରଭାବ ପଡୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ତେଲ ଡିଲର ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭ୍ୟାଟ୍‌ ହ୍ରାସ କରିନାହାନ୍ତି ସତ କିନ୍ତୁ ବିପିଏଲ (BPL) କାର୍ଡଧାରୀମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଆସନ୍ତା ୨୦୨୨ ବର୍ଷ ଜାନୁଆରୀ ୨୬ ତାରିଖରୁ ବିପିଏଲ (BPL) କାର୍ଡଧାରୀମାନେ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ପେଟ୍ରୋଲ ଏବଂ ଡିଜେଲ ପାଇବେ ।

BPL କାର୍ଡଧାରୀଙ୍କୁ ୨୫ ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ, ନୂଆ ବର୍ଷରେ ପୁଣି ବଢ଼ିବ ଦରମା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)