ପୋଟଳ ରେ ପୋକ ନିଧନ କରିବେ କିପରି
କାଲି ପ୍ରକାଶ ପାଇଥିବା ପୋଟଳ ରେ ପୋକ ଲାଗିଛନ୍ତି କି ର ଅବଶିଷ୍ଟାଂଶ ଆଗକୁ ପଢନ୍ତୁ …
ଗଣ୍ଥିବିନ୍ଧା ପୋକ :ଏହି ପୋକ ଡଙ୍କ ଖାଇ ସୁଢ଼ଙ୍ଗ କରିଦେଇଥାନ୍ତି ଯାହାଦ୍ୱାରା ଡଙ୍କ ଫୁଲିଯାଏ|ଆକ୍ରମଣ ଅଧିକ ହେଲେ ଛୋଟ ଗଛ ଗୁଡିକ ଶୁଖିକି ମରିଯାଏ |
ପ୍ରତିକାର :ଫେନଭଲରେଟ ୨୦ଇ .ସି ର ୦.୫ ମି.ଲି ସିଞ୍ଚନ କଲେ ଏହି ପୋକ ରୁ ରକ୍ଷା ମିଳିଥାଏ |
ନାଲି ବୁଢିଆଣୀ :ଏହି ପୋକ ଗଛର ତଳ ଭାଗ କୁ ଖାଇ ରସ ଶୋଷି ନିଏ ଓ ପତ୍ର ଗୁଡିକ ର ସ୍ଵାଉଜ ଅଂଶ କମିଯିବାରୁ ଖାଦ୍ୟ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଥାଏ ଏବଂ ଶେଷରେ ପତ୍ର ସୁଖୀ ଝଡ଼ିଯାଏ |
ପ୍ରତିକାର :ଡ଼ାଈକୋଫୋଲ ୨.୬୫ ମିଲି ଘୋଳକୁ ୧୫ ରୁ ୨୦ ଦିନ ବ୍ୟବଧାନରେ ସିଞ୍ଚନ କଲେ ସୁଫଳ ମିଳେ
ମୂଳ ଗ୍ରନ୍ଥି ସୂତ୍ର କୃମି :ଆକ୍ରାନ୍ତ ଗଛ ର ଚେରରେ ଅନେକ ଗଣ୍ଠି ସୃଷ୍ଟି ହୋଇଥାଏ |ଯାହାଦ୍ୱାରା କି ପତ୍ର ଗୁଡିକ ହଳଦିଆ ପଡି ଛୋଟ ହୋଇ ରହି ଯାନ୍ତି |ଗଛର ଡଙ୍କ ଗୁଡିକ ସୁଖୀ ଝାଉଁଳି ପଡେ
ପ୍ରତିକାର :ରୋପଣ ପୂର୍ବରୁ ଜମିରେ ଗତ ପିଛା ୫୦୦ ଗ୍ରାମ ନିମ ପୀଡ଼ୁଆ ଗୋବର ଖତ ସହ ମିଶାଇ ପ୍ରୟୋଗ କଲେ ଏହାର ଆକ୍ରାନ୍ତ କମିଥାଏ |
ନାଲି କଖାରୁ ପୋକ :ବୟସ୍କ ପୋକ ପତ୍ରକୁ ଖାଇ ସେଥିରେ କଣା କରିଦେଇଥାନ୍ତି |ଛୋଟ ଗଛ ଉପରେ ଏହାର ଆକ୍ରମଣ ଅଧିକ ଦେଖିବାକୁ ମିଳିଥାଏ |
ପ୍ରତିକାର :ସେଭିନ ୨ ଗ୍ରାମ ପ୍ରତି ଲିଟର ଘୋଳାକୁ ୬ ରୁ ୭ ଦିନ ବ୍ୟବଧାନରେ ସିଞ୍ଚନ କଲେ ଏହାର ପାତୃଭାଵ କମିଥାଇ