Horticulture

କରନ୍ତୁ ଆଳୁ ଚାଷ, ପ୍ରଚୁର ଲାଭ

ପନିପରିବା ମଧ୍ୟରେ ଆଳୁ (POTATO) ସବୁଠାରୁ ସାଧାରଣ | ଆଜି ଆମେ ଆଳୁର ବ୍ୟବସାୟିକ ଭିତ୍ତିକ ଚାଷ ଉପରେ ଏକ ବିଶେଷ ଆଲୋଚନା କରିବା, ଯାହା ଫଳରେ ଆମର ଚାଷୀଭାଇମାନେ ବିଶେଷ ଭାବରେ ଉପକାର ପାଇପାରିବେ । ଆଳୁ ଚାଷ (POTATO FARMING) ପାଇଁ ସରକାର ଦେଇଥିବା ଯୋଜନା ଏବଂ ସବସିଡିର ଲାଭ ହିଁ ଉଠାନ୍ତୁ । ସରକାରୀ ଯୋଜନା ପାଇଁ ଆପଣମାନେ ଆପଣଙ୍କର ନିକଟତମ କୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ଲାଭ ଉଠାନ୍ତୁ ।

29 January, 2025 12:40 PM IST By: Sudesna Nayak

ପନିପରିବା ମଧ୍ୟରେ ଆଳୁ (POTATO) ସବୁଠାରୁ ସାଧାରଣ | ବଜାରରେ ଆଳୁ ପାଇଁ ଚାହିଦା ବୃଦ୍ଧି ଏବଂ ଲାଭ ଏହାକୁ ଧ୍ୟାନରେ ରଖି କୃଷକମାନେ ଆଳୁ ଚାଷ (POTATO FARMING) କରୁଛନ୍ତି। ଆଳୁ ଚାଷ ଏକ ଲାଭଦାୟକ ଚାଷ (profitable farming) | ଓଡ଼ିଶା (odisha)ରେ ଅଧିକାଂଶ ସ୍ଥାନରେ ଆଳୁ ଚାଷ (POTATO FARMING) କରାଯାଉଛି | ଆଳୁ ଚାଷ (POTATO FARMING) ପାଇଁ ସରକାର ମଧ୍ୟ ଅନେକ ସହାୟତା ପ୍ରଦାନ କରୁଛନ୍ତି | ଯଦି ସଠିକ୍ କୌଶଳ ଏବଂ ପଦ୍ଧତି ଅନୁସରଣ କରାଯାଏ, ଆଳୁ ଚାଷରେ ପ୍ରଚୁର ଲାଭ ମିଳିବ |

ସଠିକ୍ ମାଟି ଚୟନ :

ଆଳୁ ପାଇଁ ଭଲ ଚାଷ ଦରକାର । ଆଳୁ ଚାଷ (POTATO FARMING) ପାଇଁ ଦୋରସା ପଟୁମାଟି ଖୁବ୍ ଉପଯୁକ୍ତ । କ୍ଷାରୀ ମାଟିରେ ଆଳୁ (POTATO)ର ଯାଦୁରା ରୋଗ ହେବାର ଆଶଙ୍କା ଥାଏ । କିନ୍ତୁ ମାଟି ସାମାନ୍ୟ ଅମ୍ଳ ରହିଲେ ଆଳୁ (POTATO) ଭଲ ହୁଏ । ଆମ ରାଜ୍ୟରେ ସାଧାରଣତଃ ଅକ୍ଟୋବର ମାସ-ନଭେମ୍ବର ମାସରେ ଆଳୁ (POTATO) ଲଗାଯାଏ ।

ଶୀତଦିନିଆ ଫସଲ :

ଆଳୁ ଏକ ଶୀତଦିନିଆ ଫସଲ । ଅଧିକ ଉତ୍ତାପ ହେଲେ ଆଳୁ ଚାଷ (POTATO FARMING) ଭଲ ହୁଏ ନାହିଁ। ତେଣୁ ଶୀତଦିନେ ଏହା ଭଲ ଅମଳ ଦେଇଥାଏ । ଆଳୁ ଚାଷ (POTATO FARMING)ର ସଫଳତା ମୁଖ୍ୟତଃ ବିହନର କିସମ ଓ ମାନ ଉପରେ ହିଁ ନିର୍ଭର କରିଥାଏ । ଯଦିଓ ମୁଖ୍ୟତଃ ଏହା ପରିବା ଭାବରେ ବ୍ୟବହାର କରାଯାଏ, ତଥାପି ଏହା ଏମିତି ଏକ ପରିବା ଯାହାକୁ ସମସ୍ତ ପ୍ରକାରର ତରକାରୀରେ ମିଶାଇଥାନ୍ତି ।

ଜଳସେଚନ :

ଆଳୁ (POTATO)ଲଗାଇବା ବେଳେ ସିଞ୍ଚା ପାଣିଦେଲେ ଗଛ ଶୀଘ୍ର ଉଠିଥାଏ । ପ୍ରଥମ ହୁଡ଼ା ଟେକିବା ପରେ ସିଆରରେ ଜଳସେଚନ କରିବା ଆବଶ୍ୟକ । କିନ୍ତୁ ଆବଶ୍ୟକ ପରିମାଣଠାରୁ ଅଧିକ ପାଣି ମଡ଼ାଇବା ଉଚିତ୍ ନୁହେଁ । ସିଆରରେ ପାଣି ଉଠିଲାବେଳେ ପାଣିସ୍ତର ହୁଡ଼ାର ଦୁଇ ତୃତୀୟାଂଶ ପର୍ଯ୍ୟନ୍ତ ରହିବା ଦରକାର । ଆଳୁ (POTATO) ଅମଳ କରିବାର ୧୫ ଦିନ ପୂର୍ବରୁ ପାଣି ବନ୍ଦ କରିଦେବା ଉଚିତ୍ ।

ପ୍ରକାଶ ଥାଉ ଯେ, ଆଜି ଆମେ ଆଳୁର ବ୍ୟବସାୟିକ ଭିତ୍ତିକ ଚାଷ ଉପରେ ଏକ ବିଶେଷ ଆଲୋଚନା କରିବା, ଯାହା ଫଳରେ ଆମର ଚାଷୀଭାଇମାନେ ବିଶେଷ ଭାବରେ ଉପକାର ପାଇପାରିବେ । ଆଳୁ ଚାଷ (POTATO FARMING) ପାଇଁ ସରକାର ଦେଇଥିବା ଯୋଜନା ଏବଂ ସବସିଡିର ଲାଭ ହିଁ ଉଠାନ୍ତୁ । ସରକାରୀ ଯୋଜନା ପାଇଁ ଆପଣମାନେ ଆପଣଙ୍କର ନିକଟତମ କୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ଲାଭ ଉଠାନ୍ତୁ ।

ହାଣ୍ଡିରେ କରନ୍ତୁ ଚେରି ଟମାଟୋ, ପ୍ରଚୁର ଲାଭ...

ସ୍ବାସ୍ଥ୍ୟ ପାଇଁ ରାମବାଣ ମାଣ୍ତିଆ