Horticulture

ଭ୍ୟାଲେନ୍ଟାଇନ୍ ରେ ଗୋଲାପ!!

ପ୍ରେମ ର ରିତୁ ରେ ଏବେ ଆରମ୍ଭ ହୋଇଛି ଗୋଲାପ ର ମହକ ! ବିଭିନ୍ନ ଗୋଲାପ ଫୁଲ ର ଆଦାନ ପ୍ରଦାନରେ ଏବେ ପାଳିତ ହେବା ଆଗାମୀ ୭ ଦିନ । ଭ୍ୟାଲେନ୍ଟାଇନ୍ ୱେକ୍ ରେ ଏବେ ଫୁଲ ବଜାରର ଚାହିଦା ବେଶୀ ବଢ଼ିଛି ଏବଂ ସେଥି ମଧ୍ୟରୁ ଅଧିକ ମାନ ମୋହେ ଫୁଲ ର ରାଜା ଗୋଲାପ । ବିଭିନ୍ନ ରଙ୍ଗରେ ସୁସଜ୍ଜିତ ଏହି ଗୋଲାପ ଏବେ ବଜାରରେ ଚଢ଼ା ଦର ରେ ଦେଖିବାକୁ ପାଇବେ ।

09 February, 2019 8:00 PM IST By: KJ Staff

ପ୍ରେମ ର ରିତୁ ରେ ଏବେ ଆରମ୍ଭ ହୋଇଛି ଗୋଲାପ ର ମହକ ! ବିଭିନ୍ନ ଗୋଲାପ ଫୁଲ ର ଆଦାନ ପ୍ରଦାନରେ ଏବେ ପାଳିତ ହେବା ଆଗାମୀ ୭ ଦିନ । ଭ୍ୟାଲେନ୍ଟାଇନ୍ ୱେକ୍ ରେ ଏବେ ଫୁଲ ବଜାରର ଚାହିଦା ବେଶୀ ବଢ଼ିଛି ଏବଂ ସେଥି ମଧ୍ୟରୁ ଅଧିକ ମାନ ମୋହେ ଫୁଲ ର ରାଜା ଗୋଲାପ । ବିଭିନ୍ନ ରଙ୍ଗରେ ସୁସଜ୍ଜିତ ଏହି ଗୋଲାପ ଏବେ ବଜାରରେ ଚଢ଼ା ଦର ରେ ଦେଖିବାକୁ ପାଇବେ ।

ତେବେ ନିଜ ମନ ର ମଣିଷ କୁ ଗୋଲାପ ଦେବା ଆଗରୁ ଜାଣି ରଖନ୍ତୁ ବିଭିନ୍ନ ରଙ୍ଗ ର ଗୋଲାପ ରେ ଲୁଚିଥିବା ତାର ଅର୍ଥ !
୧) ନାଲି ଗୋଲାପ : ପ୍ରେମ ର ପ୍ରତୀକ ଏହି ରଙ୍ଗ ର ଗୋଲାପ କୁ ମୁଖ୍ୟତଃ ସବୁ ସମୟରେ ମାନ ର କଥା ବ୍ୟାଖ୍ୟା କରିବାରେ ବ୍ୟବହାର କରାଯାଏ।


୨) ଧଳା ଗୋଲାପ: ନିଷ୍ପାପ, ଶୁଦ୍ଧତା, ଆଧ୍ୟାତ୍ମିକତା ର ପ୍ରତୀକ ହେଉଛି ଏହି ଫୁଲ। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଥିଲେ ଏହାର ବ୍ୟବହାର ବହୁଳ ଭାବେ କରାଯାଏ।


୩) ହଳଦିଆ ଗୋଲାପ: ବନ୍ଧୁତ୍ୱ ସାବ୍ୟସ୍ତ କରିବା ଲାଗି ବ୍ୟବହାର ହୁଏ ଏହି ଗୋଲାପ । ଶୁଭେଚ୍ଛା ଜଣାଇବା ଲାଗି ଏହି ଗୋଲାପ ଏକ ଉତ୍ତମ ମାଧ୍ୟମ।

୪) ଗୋଲାପି ଗୋଲାପ: ଗୋଲାପି ରଙ୍ଗ ର ଗୋଲାପ ମଧ୍ୟ ଧନ୍ୟବାଦ୍ ଜ୍ଞାପନ ,ସ୍ନେହ ଏବଂ ନିଷ୍ପାପ୍  ମନରେ ଦିଆଯାଏ ଏହି ଫୁଲ ।ଏହି ରଙ୍ଗ ର ଫୁଲ କୁ ଆପଣ ଯେ କୌଣସି ସମୟ ରେ ଉପହାର ଭାବେ ଦେଇପାରିବେ।


୫) ଅରେଞ୍ଜ ଗୋଲାପ : ଉତ୍ସାହ, ଏବଂ ମନ୍ତ୍ରମୁଗ୍ଧ କରୁଥିବା ଯେ କୌଣସି  ବିଷୟ ର ବ୍ୟାଖ୍ୟା କରିବାକୁ ଚାହୁଁଥିଲେ ଏହି ରଙ୍ଗ ଗୋଲାପ ର ବ୍ୟବହାର କରିପାରିବେ।

ଏହି ପରି ବ୍ୟବହାର ହେଉଥିବା ଅନ୍ୟ କିଛି ବିଶିଷ୍ଟ  ଗୋଲାପ  ଫୁଲ ...


ଏହି ରଙ୍ଗ ର ଗୋଲାପ ମାନ କୁତ୍ରିମ ଭାବେ ଉତ୍ପାଦିତ ହୋଇଥାଏ।ଏହାକୁ ଆପଣ ପ୍ରକୃତି ରେ ଦେଖିବାକୁ ପାଇବେ ନାହିଁ।
୧) ପିଚ୍ ରଙ୍ଗ ଏବଂ ବର୍ଗାଣ୍ଡି ରଙ୍ଗ ର ଗୋଲାପ : ପ୍ରଶଂସା ଏବଂ ସ୍ଵୀକୃତି ବା ଶୁଭେଚ୍ଛା ଦେବାକୁ ଚାହୁଁଥିଲେ ଏହି ବିରଳ ରଙ୍ଗ ର ଗୋଲାପ ବ୍ୟବହାର କରିପାରିବେ।


୨)ନୀଳ ଓ କଳା ଗୋଲାପ : ଏମାନେ ମଧ୍ୟ ପ୍ରାକୃତିକ ଭାବେ ଦେଖିବାକୁ ମିଳିବେ ନାହିଁ।ତେବେ ଏହି ରଙ୍ଗ ର ଗୋଲାପ ଗୁପ୍ତ ଭାବେ ଭଳପାଉଥିଲେ ବା କାହାର ଗୁପ୍ତ ପ୍ରସନଂଶକ ହୋଇଥିଲେ ,ତାଙ୍କୁ ନିଶ୍ଚିନ୍ତ ଉପହାର ଭାବେ ଦେଇପାରିବେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)