Horticulture

ସଜନା :ମଡ଼େର୍ଣ ଯୁଗ ର ଡାକ୍ତର

ସଜନା :ମଡ଼େର୍ଣ ଯୁଗ ର ଡାକ୍ତର :

10 June, 2019 2:26 PM IST By: KJ Staff

ସଜନା ଶାଗ ,ସଜନା ଛୁଇଁ ଘରେ ଘରେ ଅତି ଲୋକପ୍ରିୟ |ତେବେ ଏହାର ଔଷଧୀୟ ଗୁଣ ର ବର୍ଣନା କରି ଗ୍ରନ୍ଥ ଲେଖିଲେ ସରିବ ନାହିଁ |ପରୀକ୍ଷଣ ରୁ ଜଣା ପଡିଛି ଯେ ଏହାର ପତ୍ର ,ଡେମ୍ଫ ଚେର,ଫୁଲ ତଥା ମଞ୍ଜି ରେ କିଛି ନ କିଛି ଭିଟାମିନ ଓ ମିନେରାଲ ଭରି ରହିଛି |ଏହି କାରଣରୁ ଏହାକୁ ମ୍ୟାଜିକ ଗଛ ମଧ୍ୟ କୁହାଯାଏ |
ବୈଜ୍ଞାନିକ ମତ ଅନୁଯାୟୀ ଏହି ମ୍ୟାଜିକ ଗଛ ରେ ଥିବା ବିଭିନ୍ନ ଉପକାରୀ ଭିଟାମିନ ଓ ମିନେରାଲ ର ମାତ୍ରା ଧାନ ,ଅମୃତଭଣ୍ଡା ,ଶାଗ ଇତ୍ୟାଦି ଠାରୁ ମଧ୍ୟ ବହୁତ ଅଧିକ |ପରୀକ୍ଷା କରାଯାଇଥିବା ଗଛ ର ସମସ୍ତ ଭାଗ ରେ କିଛି ନ କିଛି ଉପକାରୀ ଦ୍ରବ୍ୟ ରହିଛି ବୋଲି ସମୀକ୍ଷା କରାଯାଇଛି |

ବେଙ୍ଗାଳୁରୁର ସ୍ଥିତ ଏନ.ଚି.ବି.ଏସ ର ପ୍ର.ରାମନାଥନ ସୌଧାମିନି ଙ୍କ ଦ୍ୱାରା ପରିଚାଳିତ ଏକ ଟିମ ପରୀକ୍ଷା କରି ଦେଖିଥିଲେ ଉକ୍ତ ବୃକ୍ଷ ର ସି .ଡିଏନଏ କୁ| |ପରୀକ୍ଷା ରୁ ଜଣା ପଡିଥିଲା ଯେ ଏହାର ପତ୍ର ସବୁଠାରୁ ଅଧିକ ଉପକାରୀ ତଥ୍ୟ ସଂଗ୍ରହ କରି ରଖିଥିଲା ବେଳେ ଅନ୍ୟ ଅଂଶ ମାନଙ୍କ ମଧ୍ୟରେ ଥିବା ଭିଟାମିନ ଓ ମିନେରାଲ ର ମାତ୍ରା ମଧ୍ୟ ବହୁତ ଅଧିକ |ପତ୍ର ରେ ପ୍ରଚୁର ଭିଟାମିନ ଥିଲା ବେଳେ ଚେର ରେ ସର୍ବାଧିକ ମିନେରାଲ ରହିଛି |ସେହିଭଳି ଡେମ୍ଫ ରେ ଅଧିକ ମାତ୍ରା ରେ ଭିଟାମିନ ସି ଥିଲା ବେଳେ ମଞ୍ଜି ରେ ପ୍ରଚୁର ପୋଟାସିଅମ ରହିଛି |ଫଳ ରେ ମଧ୍ୟ କ୍ଳେଷଟେରାଲ କମ କରିବା ର ଏଞ୍ଜାଇମ ରହିଛି |

ଶାଗ ତୁଳନାରେ ଏଥିରେ ୩୦ ରୁ୧୦୦ ଗୁଣା ଅଧିକ ଲୌହ ଓ କ୍ୟାଲସିଅମ ରହିଛି |ଅନ୍ୟ କେତେକ ହିତକାରୀ ଦ୍ରବ୍ୟ ଯଥା କୁଏର୍ସଟିଂ ଓ କାମଫେରାଲ ମଧ୍ୟ ରହିଛି କବକ ,ଜୀବାଣୁ ଇତ୍ୟାଦି ଠାରୁ ସୁରକ୍ଷା ଦେଇଥାଏ |ଚେର ରେ ଥିବା କେତେମ ରାସାୟନିକ ପଦାର୍ଥ ହୃଦଗତି ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ |ଏଥିରେ ଥିବା "ମରଜିଣିନ" ନାମକ ରାସୟାନିକ ପଦାର୍ଥ ,ମହୁମେହ ନିୟନ୍ତ୍ରଣ ରେ ସହାୟକ ହୋଇଥାଏ ଏବଂ ଇନ୍ସୁଲିନ କ୍ଷରଣ ପ୍ରକ୍ରିୟା କୁ ମଧ୍ୟ ସକ୍ରିୟ କରେ ବୋଲି ମତ ଦେଇଛନ୍ତି ଟିମ ଲିଡର ପ୍ର ସୌଧାମିନି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)