Horticulture

ଏହି ୪ଟି ଚାଷ କରି କମ୍ ଖର୍ଚ୍ଚରେ ପାଆନ୍ତୁ ଅଧିକ ମୁନାଫା...

ଯଦି ଆପଣ ଚାଷ କରନ୍ତି ତେବେ ଏହି ଆର୍ଟିକିଲ୍ ଟି ଆପଣଙ୍କ ପାଇଁ ଉପଯୋଗୀ ପ୍ରମାଣିତ ହୋଇପାରେ । ଆଜି ଆମେ ଆପଣଙ୍କୁ ଏହିପରି ୫ଟି ପନିପରିବା ଚାଷ ବିଷୟରେ କହିବୁ, ଯାହା କରି ଆପଣ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆସନ୍ତୁ ଜାଣିବା ଯେ ଏହା କେଉଁ ଚାଷ ଯାହା ଦ୍ୱାରା ଆପଣ ଭଲ ଟଙ୍କା ରୋଜଗାର କରିପାରିବେ...

14 May, 2023 12:05 PM IST By: Priyambada Rana

ଯଦି ଆପଣ ଚାଷ କରନ୍ତି ତେବେ ଏହି ଆର୍ଟିକିଲ୍ ଟି ଆପଣଙ୍କ ପାଇଁ ଉପଯୋଗୀ ପ୍ରମାଣିତ ହୋଇପାରେ । ଆଜି ଆମେ ଆପଣଙ୍କୁ ଏହିପରି ୫ଟି ପନିପରିବା ଚାଷ ବିଷୟରେ କହିବୁ, ଯାହା କରି ଆପଣ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆସନ୍ତୁ ଜାଣିବା ଯେ ଏହା କେଉଁ ଚାଷ ଯାହା ଦ୍ୱାରା ଆପଣ ଭଲ ଟଙ୍କା ରୋଜଗାର କରିପାରିବେ...

ଭେଣ୍ଡି-

ଯଦି ଆପଣ ବିଭିନ୍ନ ପନିପରିବାରେ ଚାଷ କରିବା ସହ ଭେଣ୍ଡି ଚାଷ ମଧ୍ୟ କରୁଥାନ୍ତି, ତେବେ ଆପଣ ଭଲ ରୋଜଗାର କରିପାରିବେ । ବିହନ ବୁଣିବାର ୫୦ଦିନ ମଧ୍ୟରେ ଭେଣ୍ଡି ଫସଲ ଅମଳକ୍ଷମ ହୋଇଯାଇଥାଏ ।କୃଷକମାନେ ପ୍ରାୟ ୮୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଭେଣ୍ଡି ଅମଳ କରି ପାରିବେ ।ଯାହାର ବିହନ ବୁଣିବାର ମୂଲ୍ୟ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ।ବର୍ତ୍ତମାନ ବଜାରରେ ଭେଣ୍ଡିର ମୂଲ୍ୟ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ରହିଛି । ଯଦି କୃଷକମାନେ ୮୦ କ୍ୱିଣ୍ଟାଲ ଭେଣ୍ଡି ଉତ୍ପାଦନ କରନ୍ତି, ତେବେ ସେ ଏଥିରୁ ସେମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

ପାଳଙ୍ଗ-

କୃଷକ ଭାଇମାନେ ତିନୋଟି ଋତୁରେ ପାଳଙ୍ଗ ବୁଣି ପାରିବେ ।ପାଳଙ୍ଗ ଚାଷ ପାଇଁ କୌଣସି ବିଶେଷ ମୃତ୍ତିକାର ଆବଶ୍ୟକତା ନଥାଏ । ପ୍ରାୟ ୧ ଏକର ଜମିରେ ପାଳଙ୍ଗ ଚାଷରୁ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ । ଏହା ପ୍ରାୟ ୧୦୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଉତ୍ପାଦନ ଦେଇଥାଏ । ବଜାରରେ କୃଷକମାନେ ଏଥିପାଇଁ ହାରାହାରି କିଲୋଗ୍ରାମ ପିଛା ୧୦-୨୦ ଟଙ୍କା ପାଆନ୍ତି । ପାଳଙ୍ଗ ଚାଷ କରି କୃଷକ ଭାଇମାନେ ଖୁବ୍ କମ୍ ସମୟ ମଧ୍ୟରେ ପ୍ରାୟ ୫୦ ହଜାର ଟଙ୍କାରୁ ଅଧିକ ରୋଜଗାର କରିପାରିବେ।

ବିନ୍ସ-

୧୦୦ ଦିନ ମଧ୍ୟରେ ରାଜମା ଫସଲ ପ୍ରସ୍ତୁତ ହୋଇଥାଏ । ରାଜମାର ୧୦ ରୁ ୧୨ କ୍ୱିଣ୍ଟାଲ ଉତ୍ପାଦନ ପାଇଁ କୃଷକ ଭାଇମାନଙ୍କୁ ପ୍ରାୟ ୧ ଏକର ଚାଷ ଜମିର ଆବଶ୍ୟକତା ପଡ଼ିଥାଏ । ରାଜମାର ମୂଲ୍ୟ ମଧ୍ୟ ବଜାରରେ ଖୁବ୍ ଭଲ ।କୃଷକମାନେ ୧ କ୍ୱିଣ୍ଟାଲ ରାଜମାରୁ ପ୍ରାୟ ୧୧-୧୨ ହଜାର ପାଇଥାନ୍ତି । ଏଭଳି ପରିସ୍ଥିତିରେ ସେମାନେ ପ୍ରାୟ ୩୫,୦୦୦ ଟଙ୍କା ବିନିଯୋଗ କରି ୧ ଲକ୍ଷରୁ ଅଧିକ ରୋଜଗାର କରିପାରିବେ।

କଲରା-

କଲରା ଚାଷ କରି କୃଷକ ନିଜର ମାସିକ ଆୟକୁ ବୃଦ୍ଧି କରି ପାରିବେ । ଏହାର ଫସଲ ୫୦ ରୁ ୫୫ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଥାଏ । ଏକ ଏକର ଚାଷ ପାଇଁ ପ୍ରାୟ ୫୫ ହଜାର ଟଙ୍କା ଖର୍ଚ୍ଚ ହୁଏ ।ଯେଉଁଥିରେ ପ୍ରାୟ ୧୦୦ କ୍ୱିଣ୍ଟାଲ କଲରା ଉତ୍ପନ୍ନ ହୋଇଥାଏ । ଏହା ଭଲ ମୂଲ୍ୟରେ ବଜାରରେ ବିକ୍ରି ହୋଇଥାଏ। କୃଷକମାନେ ଅଳ୍ପ ଦିନରେ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

ଜାଣନ୍ତୁ, କେମିତି କରାଯାଏ କଫି ଚାଷ....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)