Horticulture

ମାସକୁ ୧ ଲକ୍ଷ ରୋଜଗାର କରିବାକୁ ଚାହୁଁଛନ୍ତି କି ?

ମାସକୁ ୧ ଲକ୍ଷ ରୋଜଗାର କରିବାକୁ ଚାହୁଁଛନ୍ତି କି ?

11 November, 2019 3:59 PM IST By: KJ Staff

ଫୁଲ ଚାଷ ଆଣିଛି ନୂତନ ସୁଯୋଗ !
ମାସକୁ କରନ୍ତୁ ୧ ରୁ ୧.୫ ଲକ୍ଷ ର ଲାଭ
ଗେଣ୍ଡୁ ,ସେବତୀ ଓ ଗୋଲାପ ଚାଷ

ଗୁଜରାଟ ର ସରକାର ଏହି ପରି ଫୁଲ ଚାଷ ର ସୁଯୋଗ ଦେବାରୁ ଚାଷୀ ମାନେ ବିଶେଷ କରି ଜନଜାତି ବର୍ଗ ଯେଉଁମାନେ ସହରାଞ୍ଚଳରେ ମାତ୍ର ଦିନିକିଆ ମଜୁରୀ ରେ ଜୀବନ ଅତିବାହିତ କରୁଥିଲେ ସେମାନେ ବେଶ ଲାଭବାନ ହୋଇଛନ୍ତି |ଏପରିକି ସୂଚନା ଅନୁଯାୟୀ ଏହି ଚାଷ ଦ୍ୱାରା ତାଙ୍କର ଆୟ ୧୦ ଗୁଣ ଅଧିକ ରହିବ ସହ ସେମାନେ ନିଜ ସ୍ଥାନ ମାନଙ୍କୁ ଉନ୍ନତ ମନର ଶିକ୍ଷା ପ୍ରଦାନ କରିବାରେ ସକ୍ଷମ ହୋଇପାରିଛନ୍ତି |
ଏବଂ ଏହା କେଵଳ ଏହି ଫୁଲ ଚାଷ ଦ୍ୱାରା ସମ୍ଭବପର ହୋଇପାରିଛି |

"ମୁଁ ବର୍ତମାନ ମାସକୁ ୧ ରୁ ୧.୫ ଲକ୍ଷ ତାଙ୍କ ରୋଜଗାର କରୁଛି ଯାହା ସହର ରେ କାମ କରି ଅର୍ଜନ କରୁଥିବା ଅର୍ଥ ଠାରୁ ହାରାହାରି ୧୦ ଗୁଣ ଅଧିକ "ବୋଲ ମତ ଦେଇଛନ୍ତି ଗୁଜୁରାଟ ସ୍ଥତ ଡାହୋଡ଼ ଜିଲ୍ଲା ର ଜଣେ ଚାଷୀ ଜ୍ୱାସୂବେନ ପାରମର |
ଜସୁବେନ କେବଳ ୬ ବର୍ଷ ହେଲା ଗୋଲାପ ଚାଷ କରୁଛନ୍ତି ଏବଂ ସେ ମାସକୁ ୨୦୦୦୦ ରୁ ୩୦୦୦୦ ପର୍ଯ୍ୟନ୍ତ ଗୋଲାପ ଫୁଲ ଅମଳ କରନ୍ତି |"ସାଧାରଣତଃ ଏହା ୨୦ ପଇସା ପ୍ରତି ଫୁଲ ଦାମ ରେ ସେ କୌଣସି ବେପାରୀ କୁ ବିକ୍ରୀକରିଥାନ୍ତି ଏବଂ ଏହା ଯଦି ସେ ସିଧାସଳଖ ଗ୍ରାହକ ଙ୍କୁ ବିକ୍ରି କରନ୍ତି ,ତେବେ ଏହା ୧୦ ଟଙ୍କା ପ୍ରତି ଗୋଲାପ ଦର ରେ ବିକ୍ରି ହୋଇଥାଏ |କିନ୍ତୁ ପର୍ବପର୍ବାଣି ଅବସରରେ ଏହା ବେଶ ଚଢା ଦର ରେ ବିକ୍ରି ହୋଇଥାଏ ଯାହାକି ୨୦ ରୁ ୪୦ ଟଙ୍କା ପ୍ରତି ଗୋଲାପ ରହିଥାଏ "ବୋଲି ସେ ପ୍ରକାଶ କରିଥିଲେ |

ସେହିପରି ଜନଜାତି ବର୍ଗ ର ଜଣେ ୫୬ ବର୍ଷୀୟ ମହିଳା କହିଛନ୍ତି ,"ମୁଁ ଏବଂ ମୋ ସ୍ୱାମୀ ଶିକ୍ଷାଲାଭ କରିପାରିଲୁ ନାହିଁ ସେହିପରି ଆମ ସନ୍ତାନ ମାନେ ମଧ୍ୟ ଶିକ୍ଷା ଠାରୁ ବଂଚିତ ରହିଲେ କାରଣ ଆମେ ଦୈନିକ ସହରାଂଚଳ ରେ ମଜୁରୀ ଲାଗି ରୋଜଗାର କରୁଥିଲୁ ,ମାତ୍ର ଏହି ଫୁଲ ଚାଷ ପରେ ମୋର ନାତି ନାତୁଣୀ ମାନେ ଶିକ୍ଷା ଲାଭ ର ସୁଯୋଗ ପ୍ରାପ୍ତ କରିଛନ୍ତି "|
ଡାହୋଡ଼ ର ଏକ କ୍ଷୁଦ୍ର ଗ୍ରାମ କାମ୍ବୋଇ ରେ ମଧ୍ୟ ହାରାହାରି ୩ ଭାଗ ରୁ ୧ ଭାଗ ଜନସଂଖ୍ୟା ଫୁଲ ଚାଷ କରିବା ଆରମ୍ଭ କରିସାରିଲେଣି |ପାରମ୍ପରିକ ଚାଷ କୁ ପଛରେ ପକାଇ ଏବେ ସେମାନେ ମୁଖ୍ୟତ ଗୋଲାପ ,ସେବତୀ ଏବଂ ଗେଣ୍ଡୁ ଚାଷ କରି ରୋଜଗାର କରୁଛନ୍ତି |

ଗୁଜୁରାଟ ର ସରକାର ମଧ୍ୟ ଏହାକୁ ପ୍ରୋତ୍ସାହନ ଦେବା ଲାଗି ୩୦୦୦୦ ଟଙ୍କା ର ସବ୍ସିଡି ଉଦ୍ୟାନକୃଷି ବିଭାଗ ପକ୍ଷରୁ ପ୍ରଦାନ କରିବାର ନିଷ୍ପତି ନେଇଛନ୍ତି |ଏହା ବ୍ୟତୀତ ଆତ୍ମା ଦ୍ୱାରା ଏନେଇ ବହୁ ଚାଷୀ ଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି |

ଅନ୍ୟ ଚାଷ ତୁଳନାରେ ଫୁଲ ଚାଷ ଦ୍ୱାରା ଆପଣ ବର୍ଷ ସାରା ରୋଜଗାର କରିପାରିବେ ,ଏଥି ଲାଗି ଅଧିକ ଜଳସେଚନ ର ଆବଶ୍ୟକ ନଥାଏ ,କେବଳ ଦୃଢ ଇଚ୍ଛାଶକ୍ତି ଏବଂ ଜିଜ୍ଞାସା ଦ୍ୱାରା ଆପଣ ମଧ୍ୟ ମାସକୁ ୧ ଲକ୍ଷ ଟଙ୍କା ର ମାଲିକ ହୋଇପାରିବେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)