Horticulture

କେମିତି କରିବେ ତରଭୁଜ ଚାଷ?

ଗ୍ରୀଷ୍ମ ଋତୁ ର ଆଗମନ ରେ ରାସ୍ତା ଘଟ ସବୁଆଡେ ଲୋକଙ୍କ ଶୋଷ ମେଣ୍ଟାଇଥାଏ ଏହି ତରଭୁଜ|ତେଣୁ ଆଗାମୀ କିଛି ଦିନରେ ଏହାର ଚାହିଦା ବେଶ ଅଧିକ ବଢିବାକୁ ଲାଗିବ |ଏହାର ବାହାର ଚୋପା ର ରଙ୍ଗ ସବୁଜ ଏବଂ ଭିତରେ ଏହା ନାଲି |ଏହା ବ୍ୟତୀତ ଏଥିରେ ପ୍ରଚୁର ମାତ୍ର ର ଭିଟାମିନ ଏବଂ ମିନେରାଲ ଭାରି ରହିଛି |କାହାରି ଜାତୀୟ ଏହି ଫସଲ କୁ ଚାଷ କଲେ ଅମଳ ମଧ୍ୟ ଅଧିକ ଆସିଥାଏ |ମାତ୍ର ଏହାକୁ ବୈଜ୍ଞାନିକ ପଦ୍ଧତି ରେ ଚାଷ କରିବାର ପ୍ରଣାଳୀ ଜାଣିବାକୁ ଚାହୁଁଥିଲେ ଆଗକୁ ପଢନ୍ତୁ |

17 January, 2019 8:59 AM IST By: KJ Staff

ଗ୍ରୀଷ୍ମ ଋତୁ ର ଆଗମନ ରେ ରାସ୍ତା ଘଟ ସବୁଆଡେ ଲୋକଙ୍କ ଶୋଷ ମେଣ୍ଟାଇଥାଏ ଏହି ତରଭୁଜ|ତେଣୁ ଆଗାମୀ କିଛି ଦିନରେ ଏହାର ଚାହିଦା ବେଶ ଅଧିକ ବଢିବାକୁ ଲାଗିବ |ଏହାର ବାହାର ଚୋପା ର ରଙ୍ଗ ସବୁଜ ଏବଂ ଭିତରେ ଏହା ନାଲି |ଏହା ବ୍ୟତୀତ ଏଥିରେ ପ୍ରଚୁର ମାତ୍ର ର ଭିଟାମିନ ଏବଂ ମିନେରାଲ ଭାରି ରହିଛି |କାହାରି ଜାତୀୟ ଏହି ଫସଲ କୁ ଚାଷ କଲେ ଅମଳ ମଧ୍ୟ ଅଧିକ ଆସିଥାଏ |ମାତ୍ର ଏହାକୁ ବୈଜ୍ଞାନିକ ପଦ୍ଧତି ରେ ଚାଷ କରିବାର ପ୍ରଣାଳୀ ଜାଣିବାକୁ ଚାହୁଁଥିଲେ ଆଗକୁ ପଢନ୍ତୁ |

କିପରି ମୃତ୍ତିକା ଆବଶ୍ୟକ :
ତରଭୁଜ ଚାଷ ପାଇଁ ଦୋରସା ମୃତ୍ତିକା ଆବଶ୍ୟକ |ବାଲିଆ ,ଦୋରସା ପଟୁ ମାଟି ରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ |ଏହାକୁ ଚାଷ କରିବା ପୂର୍ବରୁ ମାଟିରେ ସଢା ଗୋବର ଦେବା ଉଚିତ |ମାଟିରୁ ଜଳୀୟ ଅଂଶ ଶୀଘ୍ର ସୁଖୀ ନ ପାରିଲେ କବକ ଆକ୍ରମଣ ଦେଖିବାକୁ ମିଳିଥାଏ ତେଣୁ ଜଳ ନିଷ୍କାସନ ର ବ୍ୟବସ୍ତା ରହିବ ଆବଶ୍ୟକ |ମାଟି ର ପି.ଏଚ ୬.୦ ରୁ ୭.୪ ରହିବ ଆବଶ୍ୟକ (ସାମାନ୍ୟ ଅମ୍ଳୀୟ ଏବଂ କ୍ଷାରୀକ )|
କିସମ :ସୁଗାର ବେବି ,ସ୍ପେସିଆଲ ନମ୍ବର -୧ ,ଆର୍କ ଜ୍ୟୋତି ,ଆର୍କ ମାଣିକ,ଦୁର୍ଗପୁର କେଶର ,ଆର୍କ ମଧୁର
ଇତ୍ୟାଦି ତରଭୁଜ ର ଉନ୍ନତ ମନର କିସମ |

ଖାତା ଓ ସାରା ପରିଚାଳନା :ସାଧାରଣତଃ ଶେଷ ଓଡ ଚାଷ ସମୟରେ ୧୫ -୨୦ ଟାଣ ସଢା ଗୋବର ଖାତା ବ୍ୟବହାର କରିବା ଆବଶ୍ୟକ |ହେକ୍ଟର ପ୍ରତି ୧୦୦ କି.ଗ୍ରା ଯବକ୍ଷାରଜାନ ,୫୦ କି ଗ୍ରା ଫସଫରସ ଓ ୫୦ କି.ଗ୍ରା ପୋଟାସ ସାରା ପ୍ରୟୋଗ କରିବା ଅବୟସ୍କ |ମଞ୍ଜି ଲଗାଇବା ସମୟରେ ଅଧା ଯବକ୍ଷାରଜାନ ସହ ଅନ୍ୟ ସମସ୍ତ ସାରା ମାଟିରେ ପ୍ରୟୋଗ କରନ୍ତୁ |ବଳକା ଯବକ୍ଷାରଜାନ ଗଛ ଲଗାଇବାର ୩୦-୩୫ ଦିନ ପ୍ରୟୋଗ କରନ୍ତୁ |

 


ପରାଗସଙ୍ଗମ :ସାଧାରଣତଃ କଖାରୁ ଜାତୀୟ ଫସଲ ରେ ଅଣ୍ଡିରା ଫୁଲ ପ୍ରଥମେ ଆସିଥାଏ |ପରେ ମାଇଁ ଫୁଲ ଆସେ |ତେଣୁ ଅଧିକ ଅମଳ ଲାଗି ଜମି ରେ ୧-୨ଟି ମହୁମାଛି ବକ୍ସ ରଖିପାରିବେ |

ଅମଳ ସମୟ ହେବାର ଲକ୍ଷଣ ?
- କିସମ ଅନୁଯାୟୀ ଓଜନ ସହ ବଡ ଓ ଗୋଲ ଆକୃତି
-ଯେଉଁ ସ୍ଥାନରେ ତରଭୁଜ ମାଟିରେ ଲାଗିଥିବା ଏହି ଜଗତି ର ରଙ୍ଗ ହଳଦିଆ ହୋଇଥାଏ |
-ଫଳ କୁ ମାରିଲେ ସେଥିରୁ ପାଣିଚିଆ ଶବ୍ଦ ନ ଆସି ନିଦା ଥିଲା ଭଳି ଶବ୍ଦ ଆସେ |

ଅମଳ :ବୈଜ୍ଞାନିକ ପଦ୍ଧତି ରେ ଚାଷ କଲେ ହେକ୍ଟର ପ୍ରତି ୨୫ ରୁ ୩୦ ଟାଣ ଅମଳ ପାଇପାରିବେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)