Jobs

JOB: ପୂରଣ ହେବ ଅନେକ ପଦ!

ମୋଟ ୧୬୭ ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ....

21 August, 2024 3:31 PM IST By: Tanushree Mahapatra

ଚାକିରୀ ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର l ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ କିଛି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଗ୍ରାମ ରୋଜଗାର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି l

ମୋଟ ୧୬୭ ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ଏନେଇ ଏକ ନୋଟିଫିକେସନ ଜାରି କରାଯାଇଛି l ଏଥିପାଇଁ ଆବେଦନନର ଅନ୍ତିମ ତାରିଖ ସେପ୍ଟେମ୍ବର ୧୭ ତାରିଖ ରହିଛି l ପ୍ରାର୍ଥୀମାନେ ଆର୍ଟିକଲରେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସମସ୍ତ ତଥ୍ୟ ପାଇ ପାରିବେ l ନୋଟିଫିକେସନ ଲିଙ୍କ  https://koraput.odisha.gov.in/sites/default/files/2024-08/Lt-4070.pdf

ଏହି ପଦବୀ ପାଇଁ ରହିଛି କିଛି ସର୍ତ୍ତ l ଚଳିତ ବର୍ଷ ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କୁ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଦରକାର । ବୟସ ଯୋଗ୍ୟତା ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ଯାହାଦ୍ୱାରା ପ୍ରାର୍ଥୀ ଚୟନ ହେବେ । ଅନ୍ୟପଟେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ହୋଇଥିବା ଆବଶ୍ୟକ । ପ୍ରାଥୀ ଓଡ଼ିଆ ଭାଷାରେ କହିବା, ଲେଖିବା ଓ ପଢ଼ିବା ଜାଣିଥିବା ଦରକାର । ପ୍ରଦାନ କରାଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଆପଣ ଆବେଦନ ଫର୍ମ ଡାଉନଲୋଡ୍ କରି ସେଥିରେ ଆବେଦନ କରିପାରିବେ ।

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆକ୍ଟ ଅଧିନରେ ଏହି ନିଯୁକ୍ତି ହେବ । ନୂଆ କରି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ମାସିକ ୭ ହଜାର ଟଙ୍କା ଏବଂ ୧ ବର୍ଷରୁ ୬ ବର୍ଷରେ କାର୍ଯ୍ୟ କରିଥିବା ପ୍ରାର୍ଥୀଙ୍କୁ ୮୫୦୦ ଟଙ୍କା ମିଳିବ। ସେହିପରି ୬ ବର୍ଷ ସଫଳତାର ସହ କାର୍ଯ୍ୟ କରିବା ପରେ ପ୍ରାର୍ଥୀଙ୍କୁ ୮, ୮୯୯ ଟଙ୍କା ବେତନ ଦିଆଯିବ ବୋଲି ସୂଚନା ରହିଛି । ତେବେ ଡେରି ନ କରି ଆଜି ହିଁ ଏଥିପାଇଁ ଆବେଦନ କରନ୍ତୁ l

ଅଧିକ ପଢ଼ନ୍ତୁ

E Shram Pension Yojana: ପ୍ରତି ମାସରେ 3000 ପେନସନ୍

ସଫଳ ଚାଷୀ ଶିବରାଜ, ମାସକୁ କରୁଛନ୍ତି ଲକ୍ଷାଧିକ ରୋଜଗାର!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)