Jobs

ମାଟ୍ରିକ୍ ପାସ୍ ପିଲାଙ୍କ ପାଇଁ ବଡ଼ ଚାକିରୀ ସୁଯୋଗ, କରନ୍ତୁ ଆବେଦନ..

ଦଶମ ପାସ୍ କରିଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର । ଭାରତୀୟ କୋଷ୍ଟ ଗାର୍ଡରେ ବାହାରିଲା ନିଯୁକ୍ତି ସୁଯୋଗ,ଉପଯୁକ୍ତ ଯୋଗତ୍ୟା ଅନୁସାରେ ଆପଣ ବି କରିପାରିବେ ଆବେଦନ । ତେବେ ବାହାରିଥିବା ପଦବୀ ଗୁଡ଼ିକ ହେଲା ଇଣ୍ଡିଆନ୍ କୋଷ୍ଟ ଗାର୍ଡ ଚାକିରି(ICG), ସିଭିଲିଆନ୍ ମୋଟର ଟ୍ରାନ୍ସପୋର୍ଟ (OG), ମୋଟର ଟ୍ରାନ୍ସପୋର୍ଟ ଫିଟର (ମେକାନିକାଲ୍), ମଲ୍ଟି ଟାସ୍କିଂ ଷ୍ଟାଫ୍ (ମୋଟର ଟ୍ରାନ୍ସପୋର୍ଟ କ୍ଲିନର୍) ସହିତ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ ବାହାରିଛି ।

10 July, 2023 12:03 PM IST By: Priyambada Rana

ଦଶମ ପାସ୍ କରିଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର । ଭାରତୀୟ କୋଷ୍ଟ ଗାର୍ଡରେ ବାହାରିଲା ନିଯୁକ୍ତି ସୁଯୋଗ,ଉପଯୁକ୍ତ ଯୋଗତ୍ୟା ଅନୁସାରେ ଆପଣ ବି କରିପାରିବେ ଆବେଦନ । ତେବେ ବାହାରିଥିବା ପଦବୀ ଗୁଡ଼ିକ ହେଲା ଇଣ୍ଡିଆନ୍ କୋଷ୍ଟ ଗାର୍ଡ ଚାକିରି(ICG), ସିଭିଲିଆନ୍ ମୋଟର ଟ୍ରାନ୍ସପୋର୍ଟ (OG), ମୋଟର ଟ୍ରାନ୍ସପୋର୍ଟ ଫିଟର (ମେକାନିକାଲ୍), ମଲ୍ଟି ଟାସ୍କିଂ ଷ୍ଟାଫ୍ (ମୋଟର ଟ୍ରାନ୍ସପୋର୍ଟ କ୍ଲିନର୍) ସହିତ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ ବାହାରିଛି ।

ଏହି ଚାକିରି ପାଇଁ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଗ୍ରହୀ ବ୍ୟକ୍ତିମାନେ କେବଳ ଅଫ୍‌ଲାଇନ୍‌ ମୋଡ୍‌ରେ ଆବେଦନ କରିପାରିବେ ।

ଆବେଦନ ତାରିଖ:

ଆବେଦନ ପ୍ରକ୍ରିୟା ଆରମ୍ଭ-୦୧ ଜୁଲାଇ ୨୦୨୩

ଆବେଦନର ଶେଷ ତାରିଖ– ୧୪ ଅଗଷ୍ଟ ୨୦୨୩

ଖାଲି ପଡ଼ିଥିବା ପଦବୀ:

ସିଭିଲିଆନ୍ ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ପଦବି–୧ଟି ପୋଷ୍ଟ

ମୋଟର ଟ୍ରାନ୍ସପୋର୍ଟ (ମେକାନିକାଲ୍) ପଦବି – ୨ଟି ପୋଷ୍ଟ୍

ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦବି – ୫ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ:

-ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାଶ୍‌ ହୋଇଥବା ଆବଶ୍ୟକ

-ଟ୍ରାନ୍ସପୋର୍ଟ ଡ୍ରାଇଭର ପଦ ପାଇଁ ଭାରି କିମ୍ବା ହାଲୁକା ମୋଟର ଯାନ ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ

ଆବେଦନର ବୟସ ସୀମା:

ସର୍ବନିମ୍ନ ବୟସସୀମା – ୧୮ ବର୍ଷ

ସର୍ବାଧିକ ବୟସସୀମା – ୨୭ ବର୍ଷ

ସଂରକ୍ଷିତ ବର୍ଗ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମାରେ କୋହଳ ମିଳିବ

ଆବେଦନ ଫର୍ମ ପଠାଇବାର ଠିକଣା:

ଡାଇରେକ୍ଟର୍ ଜେନେରାଲ୍, କୋଷ୍ଟଗାର୍ଡ ହେଡ୍‌କ୍ୱାର୍ଟର୍ସ, ଡାଇରେକ୍ଟର ଅଫ୍ ରିକ୍ରୁଟ୍‌ମେଣ୍ଟ୍, ସି-1, ଫେଜ୍ ୨, ଇଣ୍ଡଷ୍ଟ୍ରିଆଲ୍ ଏରିଆ, ନୋଏଡା, ୟୁପି-୨୦୧୩୦୯

ତହସିଲ ଅଫିସରେ ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)