Jobs

OPSC ରେ ବଡ ନିଯୁକ୍ତି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ନିକଟରେ ଓଡିଶା ସରକାର ରାଜ୍ୟରେ ଖାଲି ପଡିଥିବା ଅନେକ ସରକାରୀ ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରିଥିଲେ l ଶିକ୍ଷା , ସ୍ୱାସ୍ଥ୍ୟ ଏହିପରି ଅନେକ ବଡ ବଡ ଖାଲି ପଡିଥିବା ପଦବୀ ନିକଟରେ ରାଜ୍ୟ ସରକାର ପୁରାଣ କରିଛନ୍ତି l

19 May, 2023 3:17 PM IST By: Tanushree Mahapatra

ନିକଟରେ ଓଡିଶା ସରକାର ରାଜ୍ୟରେ ଖାଲି ପଡିଥିବା ଅନେକ ସରକାରୀ ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରିଥିଲେ l ଶିକ୍ଷା , ସ୍ୱାସ୍ଥ୍ୟ ଏହିପରି ଅନେକ ବଡ ବଡ ଖାଲି ପଡିଥିବା ପଦବୀ ନିକଟରେ ରାଜ୍ୟ ସରକାର ପୁରାଣ କରିଛନ୍ତି l ସେହିପରି ଏବେ ଓଡିଶା ଲୋକ ସେବା ଆୟୋଗ ତରଫରୁ ନିଯୁକ୍ତି  ବିଜ୍ଞପ୍ତି ପ୍ରକାଶ କରିଛନ୍ତି l ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଅନେକ ପ୍ରକାର ନିଯୁକ୍ତି ବାହାରୁଥିବା ବେଳେ ଦନ୍ତ ଚିକିତ୍ସକଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଗତକାଲି  । 

ତେବେ OPSC ଫରେଷ୍ଟ ରେଞ୍ଜର ଏବଂ ACF ନିଯୁକ୍ତି ପାଇଁ ଅଫିସିଆଲ ୱେବସାଇଟରେ ବିଜ୍ଞାପନ ପ୍ରକାଶ ପାଇଛି ଗତକାଲି ।

ଏହି ନିଯୁକ୍ତି ପାଇଁ ଫରେଷ୍ଟ ରେଞ୍ଜର ଏବଂ ACF ୧୭୬ ଖାଲି ପଦବୀ ବିଷୟରେ ପ୍ରକାଶ ପାଇଥିବା ଜଣାପଡିଛି । ତେବେ ଏହି ନିଯୁକ୍ତି ପାଇଁ  ଆବେଦନ ଲିଙ୍କ୍ ଆପଣ ୨୯ମଇ ୨୦୨୩ ଠାରୁ ୨୯ ଜୁନ୍ ୨୦୨୩ ପର୍ଯ୍ୟନ୍ତ ଉପଲବ୍ଧ ହେବ। ପ୍ରାର୍ଥୀମାନେ ନିଜ ଯୋଗ୍ୟତା ମାନଦଣ୍ଡର ବିବରଣୀ ଏବଂ OPSC ଫରେଷ୍ଟ ରେଞ୍ଜର ଏବଂ ACF ୨୦୨୩ ପାଇଁ ଆବେଦନ ଫର୍ମ ମଧ୍ୟ ଯାଞ୍ଚ କରିପାରିବେ  । ତେବେ ଏଥିପାଇଁ ଆବେଦନ କରିବାର ଆରମ୍ଭ ତାରିଖ ୨୯ ମଇ ୨୦୨୩ । OPSC ଫରେଷ୍ଟ ରେଞ୍ଜର ଏବଂ ACF ପଦ ପାଇଁ ୧୭୬ ଟି ପଦବୀ ଖାଲି ରହିଛି ଶୀଘ୍ର ଆବେଦନ କରନ୍ତୁ ।

ଏଥିପାଇଁ ଜଣେ ପ୍ରାର୍ଥୀ ନିଶ୍ଚିତ ଭାବରେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ l ତେବେ ବଟାନି, ରସାୟନ ବିଜ୍ଞାନ, ଭୂବିଜ୍ଞାନ, ଗଣିତ, ପଦାର୍ଥ ବିଜ୍ଞାନ, ପରିସଂଖ୍ୟାନ, ପ୍ରାଣୀ ଚିକିତ୍ସା ବିଜ୍ଞାନ, ଏବଂ ପଶୁପାଳନ ଏବଂ ପ୍ରାଣୀ ବିଜ୍ଞାନ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ଏହି ନିଯୁକ୍ତି ପାଇଁ । ସବୁଠାରୁ ବଡ କଥା ହେଲା କୃଷି, ବନବିଭାଗ କିମ୍ବା ଇଞ୍ଜିନିୟରିଂ କରିଥିଲେ ଏଥିରେ ଆବେଦନ କରିପାରିବେ ଜଣେ ଆଶାୟୀ ।

ତେବେ ଏହି ନିଯୁକ୍ତିରେ ଅବେଦନ କରିଥିବା ପ୍ରାର୍ଥୀମାନେ ଲିଖିତ ଯୋଗ୍ୟତା ପାସ୍ କରିବା ପରେ ହିଁ ସେମାନଙ୍କର ଶାରୀରିକ ଯୋଗ୍ୟତା ପରୀକ୍ଷା କରାଯିବ । ଏଥିରେ ମହିଳା ମାନଙ୍କ ଉଚ୍ଚତା ୧୫୦ ସେମି ଥିବାବେଳେ ଛାତି ୭୯ ସେମି ରହିବା ଆବଶ୍ୟକ । ସେହିପରି ପୁରୁଷଙ୍କ ଉଚ୍ଚତା ୧୬୩ ସେମି ରହିବାବେଳେ ଛାତି ୮୪ ସେମି ରହିବା ଆବଶ୍ୟକ । ଏଥିସହ ଦୌଡ ଯୋଗ୍ୟତା ମଧ୍ୟ ରହୁଛି ମହିଳା ଓ ପୁରୁଷଙ୍କ ପାଇଁ । ସେହିପରି ମହିଳାମାନେ ୪ ଘଣ୍ଟାରେ ୧୬ କିମି ଦୌଡି ପାରୁଥିବା ବେଳେ ପୁରୁଷମାନେ ୪ ଘଣ୍ଟାରେ ୨୫ କିମି ଦୌଡି ପାରୁଥିବା ଆବଶ୍ୟକ ।

ଓପିଏସସି ୨୦୨୩ରେ ଏହି ନିଯୁକ୍ତି ପାଇଁ ବୟସ ସୀମା ସର୍ବନିମ୍ନ ୨୧ ରହିଛି ଏବଂ ସେ ୨୦୨୩ ବର୍ଷ ସୁଦ୍ଧା ୩୮ ବର୍ଷରୁ ଅଧିକ ହୋଇ ନଥିବେ ଯେପରି । GA ଏବଂ PG ବିଭାଗ ବିଜ୍ଞପ୍ତି ନଂ ୯୮୯୭/ ତା.୧୧.୦୪.୨୦୨୨ ଅନୁଯାୟୀ ସମସ୍ତ ବର୍ଗର ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଫି ମଧ୍ୟ ଛାଡ କରାଯାଇଛି । ଏହି ପରୀକ୍ଷାରେ ଲିଖିତ ୧୪୦୦ ମାର୍କର ଥିବା ବେଳେ ଭାଇଭା ଭଏସ ଟେଷ୍ଟରେ ୨୦୦ ମାର୍କ ରହିଛି । ତେବେ ଏହି ଆବେଦନ ପ୍ରକ୍ରିୟା ବିଷୟରେ ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ opsc.gov.in କୁ ଯାଇ ଅଧିକ ତଥ୍ୟ ପାଇଁ ପାରିବେ  ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)