Jobs

୧୮ ହଜାର କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି!

୨୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରାଯିବା ନେଇ ଯୋଜନା

28 August, 2024 12:28 PM IST By: Tanushree Mahapatra

ନିଯୁକ୍ତି କ୍ଷେତ୍ରରେ ଗତକାଲି ମୋହନ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ l ଯାହା ରାଜ୍ୟର ଅନେକ ବେୱାଙ୍କର ଯୁବକ ଯୁବତୀଙ୍କୁ ଚାକିରୀ ପ୍ରଦାନ କରିବ l ଏକାଧିକ ଖାଲି ପଡିଥିବା ସ୍ଥାନରେ ନିଯୁକ୍ତି ପ୍ରଦାନ କରାଯିବ l ଶିକ୍ଷା କ୍ଷେତ୍ରରେ କ୍ୟାରିୟର ପାଇଁ ଇଚ୍ଛା ରଖିଥିବା ଯୁବପିଢୀଙ୍କ ପାଇଁ ଖୁସି ଖବର । କାରଣ, ଓଡ଼ିଶା ସରକାରଙ୍କ ତରଫରୁ ନିଯୁକ୍ତି ମେଳା ଖୁବ ଶୀଘ୍ର ଆୟୋଜନ ହେବାକୁ ଯାଉଛି । ସମସ୍ତ ସ୍କୁଲରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯିବ ।

ଏହି ନିଯୁକ୍ତି ମେଳା ଜରିଆରେ ରାଜ୍ୟର କନିଷ୍ଠ ଶିକ୍ଷକମାନଙ୍କୁ ସରକାର ନିଯୁକ୍ତି ପତ୍ର ପ୍ରଦାନ  କରିବେ । ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୨୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରାଯିବା ନେଇ ଯୋଜନା କରିଛନ୍ତି ସରକାର l ଏହାମଧ୍ୟରେ ୧୮ ହଜାର କନିଷ୍ଠ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯିବ। ନିଯୁକ୍ତି ମେଳା ଜରିଆରେ ରାଜ୍ୟ ସରକାର ନିଯୁକ୍ତି ପତ୍ର ପ୍ରଦାନ କରିବେ। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ସ୍ଥାନକୁ ପୂରଣ କରାଯିବା ପାଇଁ ଏ ହେଉଛି ସରକାରଙ୍କ ପ୍ରୟାସ l

ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ଅଧିକ ସରଳୀକରଣ କରାଯିବ । ନିଯୁକ୍ତି ପରୀକ୍ଷା କମାଇବା ପାଇଁ ବିଭିନ୍ନ ପରୀକ୍ଷାକୁ ମଧ୍ୟ ଏକତ୍ରୀକରଣ କରାଯିବ ବୋଲି କୁହାଯାଉଛି । ଯାହା ଯୁବ ପିଢିଙ୍କୁ ଅଶ୍ଵସ୍ତି ପ୍ରଦାନ କରିବ l ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକରେ ଏ ସମ୍ପର୍କରେ ଆଲେଚନା କରାଯାଇଛି । ନିଯୁକ୍ତି ନିୟମରେ ବହୁ ଅନାବଶ୍ୟକ ବ୍ୟବସ୍ଥା ରହିଛି ଯାହାକୁ ଖୁବ ଶୀଘ୍ର ସମାଧାନ କରାଯିବ । କିଛି ପରୀକ୍ଷାରେ ମଧ୍ୟ ବହୁ ଅନାବଶ୍ୟକ ଯୋଜନା ଏବଂ ପାଠ୍ୟକ୍ରମ ରହିଥିବା ଆଲୋଚନା କରାଯାଇଛି । ଯାହା ଖୁବ ଶୀଘ୍ର ଆଲୋଚନା କରିବା ସହିତ ସମାଧାନ ମଧ୍ୟ କରାଯିବ l

ଅନୁରୂପ ଭାବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୩୪ ହଜାର ୬୭ ଟି ପଦ ଖାଲି ରହିଛି। ସେହି ମଧ୍ୟରୁ ମୋଟ ୯୩ ହଜାର ୫୨୪ ପଦରେ ନିଯୁକ୍ତି କରିବା ପାଇଁ ନିଯୁକ୍ତି କମିଟି ତରଫରୁ ଅନୁମୋଦନ ମଧ୍ୟ କରାଯାଇଛି । ଅନ୍ୟପଟେ ୮୦ ହଜାର ୧୭୩ ଟି ପଦରେ ନିଯୁକ୍ତି କରିବା ପାଇଁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ମଧ୍ୟ ପରୀକ୍ଷା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ରାଜ୍ୟରେ ରହିଥିବା ସମସ୍ତ କ୍ୟାଡରର ରୁଲ୍‌‌ ସହିତ ନିଯୁକ୍ତି ନିୟମ ସମ୍ପର୍କରେ ଆସନ୍ତା ୭ ଦିନ ମଧ୍ୟରେ ସମୀକ୍ଷା କରିବା ପାଇଁ ଆୟୋଜନ କରାଯାଇଛି । ଯଦି ବିଭାଗ କୌଣସି ନିୟମକୁ ଅନାବଶ୍ୟକ ମନେକରେ ତେବେ ତାହାକୁ ସେ ନିଜେ ସଂଶୋଧନ କରିପାରିବେ l

ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜାତୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ମିଶନ

Heavy Rain Alert: ଏହି ଜିଲ୍ଲାକୁ ଭାରି ବର୍ଷା ଚେତାବନୀ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)