Jobs

ଅଷ୍ଟମ ପର୍ଯ୍ୟାୟରେ ୩୪୨ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବଶକ୍ତି ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ଅକ୍ଟୋବର ମାସ ୨୨ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ୧୦ ଲକ୍ଷ କର୍ମଚାରୀଙ୍କ ପାଇଁ ନିଯୁକ୍ତି ଅଭିଯାନ ଦିଗରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ ।

29 August, 2023 10:01 AM IST By: Tanushree Mahapatra

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଗତ ୯ ବର୍ଷ ଶାସନରେ ଦେଶରେ ରୋଜଗାର ଓ ସ୍ୱରୋଜଗାରର ଅନେକ ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସୋମବାର ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ଅଷ୍ଟମ ପର୍ଯ୍ୟାୟରେ ୩୪୨ ଜଣ ନବନଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବଶକ୍ତି ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ଅକ୍ଟୋବର ମାସ ୨୨ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ୧୦ ଲକ୍ଷ କର୍ମଚାରୀଙ୍କ ପାଇଁ ନିଯୁକ୍ତି ଅଭିଯାନ ଦିଗରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ସେବେଠାରୁ ମିଶନ ମୋଡରେ ପ୍ରତି ମାସରେ ଅନେକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉଛି   ଆଜି ପ୍ରଧାନମନ୍ତ୍ରୀ ଅଷ୍ଟମ ପର୍ଯ୍ୟାୟ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । Øଏହି ଉପଲବ୍ଧି କେବଳ ନିଯୁକ୍ତି ପତ୍ର ଗ୍ରହଣ କରିଥିବା ଯୁବବର୍ଗ ନୁହେଁ ବରଂ ସେମାନଙ୍କ ପରିବାର, ଜିଲ୍ଲା, ରାଜ୍ୟ ଓ ଦେଶର ଉପଲବ୍ଧି ।  ସେହିପରି ଦେଶରେ ୧ ଲକ୍ଷ ଷ୍ଟାର୍ଟଅପ୍ ଅଛି ।  ୟୁନିକର୍ଣ୍ଣର ସଂଖ୍ୟା ବଢୁଛି । ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ଦେଶ ନୂଆ ଉଚ୍ଚତାକୁ ଯାଉଛି । ବିଶ୍ୱରେ ମହାକାଶ କ୍ଷେତ୍ରରେ ଇତିହାସ ରଚୁଛି । ଚନ୍ଦ୍ରାୟାନର ସଫଳ ଉତକ୍ଷେପଣକୁ ସମଗ୍ର ବିଶ୍ୱ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଉଛି । ବିଶେଷ ଭାବରେ ଏହି ଅଭିଯାନରେ ଓଡ଼ିଆ ବୈଜ୍ଞାନିକ, ଟେକ୍ନିସିଆନ ଓ ଅନ୍ୟ କର୍ମଚାରୀଙ୍କ ଯୋଗଦାନ ଆମ ସମସ୍ତଙ୍କୁ ଗର୍ବିତ କରିଛି । ଭାରତ ସରକାରଙ୍କ ସିଟିଟିସି, ଭୁବନେଶ୍ୱର ଚନ୍ଦ୍ରାୟାନ-୩ ପାଇଁ ଉପକରଣ ଯୋଗାଇବା ଖୁସିର ବିଷୟ । 

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତବର୍ଷରେ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇ ନୂଆ ନୂଆ ଅଭିନବ ପଦକ୍ଷେପମାନ ନିଆଯାଉଛି । ଜାତୀୟ ପାଠ୍ୟକ୍ରମ ରୂପରେଖ ବା ଏନସିଏଫରେ କାର୍ଯ୍ୟର ଅନୁଭବକୁ କ୍ରେଡିଟରେ ରୂପାନ୍ତର କରିବା ପାଇଁ ଯୋଜନା ହୋଇଛି । ଏହା ନୂଆ ଶିକ୍ଷା ନୀତିରେ ଏକ ବଡ଼ ପଦକ୍ଷେପ । ସାମ୍ପ୍ରତିକ ସମୟରେ ଯୁବକ ଯୁବତୀମାନଙ୍କୁ ନିଜ କ୍ୟାରିୟରରେ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରିବାକୁ ପଡିବ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ‘ଅମୃତକାଳ’ରେ ଆମର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା  ଦେଶବ୍ୟାପୀ ମୋ ମାଟି, ମୋ ଦେଶ ଅଭିଯାନ ଆରମ୍ଭ କରିଛନ୍ତି । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୧୭ ତାରିଖରେ ଜୟୀ ରାଜଗୁରୁଙ୍କ ଜନ୍ମମାଟି ପୁରୀ ଜିଲ୍ଲା ସ୍ଥିତ ବୀରହରେକୃଷ୍ଣପୁର ଗ୍ରାମରେ ଏହି ଅଭିଯାନରେ ସାମିଲ ହୋଇଥିଲେ । ଗତକାଲି ମଧ୍ୟ ବୀର ସାରଙ୍ଗଧର ଦାସଙ୍କ ଜନ୍ମଭୂମି ଢେଙ୍କାନାଳର ପବିତ୍ର ହରେକୃଷ୍ଣପୁରରେ ଏହି ମୋ ମାଟି ମୋ ଦେଶରେ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା । ଆଜି ଦେଶ କୃତଜ୍ଞ, ସଂଗ୍ରାମୀ ଓ ସୈନିକଙ୍କ ପରିଶ୍ରମ ଓ ତ୍ୟାଗ କାରଣରୁ ଦେଶ ସୁରକ୍ଷିତ ହୋଇଛି । ମୋ ମାଟି ମୋ ଦେଶ ଅଭିଯାନକୁ ସଫଳ କରିବା ପାଇଁ ଶ୍ରୀ ପ୍ରଧାନ ଯୁବ ସମାଜକୁ ଆହ୍ୱାନ କରିଛନ୍ତି ।

ଉଲ୍ଲେଖନୀୟ, ଏହି ରୋଜଗାର ମେଳା ଅଧୀନରେ ସିଆରପିଏଫରେ ୧୦୭ ଜଣ, ବିଏସଏଫରେ ୧୧୫ ଜଣ, ଆଇଟିବିପିରେ ୬୩ ଜଣ, ଏସଏସବିରେ ୩୦ ଜଣ, ସିଆଇଏସଏଫରେ ୨୦ ଜଣ ଏବଂ ଆସାମ ରାଇଫଲରେ ୭ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରାଯାଇଥିଲା ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)