News

ଜାରି ଧାନ କ୍ରୟ ରୁ 1 କୋଟିରୁ ଅଧିକ ଚାଷୀ ଲାଭବାନ

ବର୍ତ୍ତମାନ ଜାରି ଧାନ କ୍ରୟ ରୁ 1 କୋଟିରୁ ଅଧିକ ଚାଷୀ ଲାଭବାନ ହୋଇଛନ୍ତି l 14,6,960 କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ସହିତ ସମୁଦାୟ 713 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି l

04 March, 2023 12:08 PM IST By: Tanushree Mahapatra

ବର୍ତ୍ତମାନ ଜାରି ଧାନ କ୍ରୟ ରୁ 1 କୋଟିରୁ ଅଧିକ ଚାଷୀ ଲାଭବାନ ହୋଇଛନ୍ତି l 14,6,960 କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ସହିତ ସମୁଦାୟ 713 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି l ଖରିଫ ବିପଣନ ଅଧିବେଶନ 2022-23 (ଖରିଫ ଫସଲ) ପାଇଁ ଧାନର କ୍ରୟ ଦ୍ବାରା 1 କୋଟିରୁ ଅଧିକ ଚାଷୀ ଲାଭବାନ ହୋଇଛନ୍ତି। 01.03.2023 ସୁଦ୍ଧା ପ୍ରାୟ 713 ଲକ୍ଷ ମେଟ୍ରିକ୍ ଟନ ଧାନର କ୍ରୟ କରାଯାଇଛି  l

14,6,960 କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟର ପେମେଣ୍ଟ ( paddy procurement ) ପ୍ରତ୍ୟକ୍ଷ ଭାବରେ ଚାଷୀଙ୍କ ଆକାଉଣ୍ଟରେ ସ୍ଥାନାନ୍ତରିତ କରି ଦିଆଯାଇଛି।

କ୍ରୟ ପ୍ରକ୍ରିୟାର ସୁଗମ ସଞ୍ଚାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। କ୍ରୟ କରାଯାଇଥିବା ଧାନ ବଦଳରେ ଚାଉଳର ଯୋଗାଣ ଜାରି ରହିଛି ଏବଂ 713 ଲକ୍ଷ ମେଟ୍ରିକ୍ ଟନ ଧାନର କ୍ରୟ ବଦଳରେ 01 ମାର୍ଚ୍ଚ 2023 ସୁଦ୍ଧା କେନ୍ଦ୍ରୀୟ ପୁଲରେ ପ୍ରାୟ 246 ଲକ୍ଷ ମେଟ୍ରିକ ଟନ୍ ଚାଉଳ ପ୍ରାପ୍ତ କରାଯାଇଛି। ଦେଶର ଆବଶ୍ୟକତାକୁ ପୂରଣ କରିବା ପାଇଁ କେନ୍ଦ୍ରୀୟ ପୁଲରେ ବର୍ତ୍ତମାନ ଚାଉଳର ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ରହିଛି। 

କ୍ରୟ ପ୍ରକ୍ରିୟାର ସୁଗମ ସଞ୍ଚାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। କ୍ରୟ କରାଯାଇଥିବା ଧାନ ବଦଳରେ ଚାଉଳର ଯୋଗାଣ ଜାରି ରହିଛି ଏବଂ 713 ଲକ୍ଷ ମେଟ୍ରିକ୍ ଟନ ଧାନର କ୍ରୟ ବଦଳରେ 01 ମାର୍ଚ୍ଚ 2023 ସୁଦ୍ଧା କେନ୍ଦ୍ରୀୟ ପୁଲରେ ପ୍ରାୟ 246 ଲକ୍ଷ ମେଟ୍ରିକ ଟନ୍ ଚାଉଳ ପ୍ରାପ୍ତ କରାଯାଇଛି। ଦେଶର ଆବଶ୍ୟକତାକୁ ପୂରଣ କରିବା ପାଇଁ କେନ୍ଦ୍ରୀୟ ପୁଲରେ ବର୍ତ୍ତମାନ ଚାଉଳର ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ରହିଛି।

ଖରିଫ ବିପଣନ ଅଧିବେଶନରେ ୨୦୨୨-୨୩ (ଖରିଫ ଫସଲ) ଆର୍ଥିକ ବର୍ଷ ପାଇଁ ଧାନର କ୍ରୟ ଦ୍ବାରା ୧ କୋଟିରୁ ଅଧିକ ଚାଷୀ ଲାଭବାନ ହୋଇଛନ୍ତି ଯାହା କି ଏକ ଖୁସି ଖବର । ମାର୍ଚ୍ଚ ୧ ସୁଦ୍ଧା ପ୍ରାୟ ୭୧୩ ଲକ୍ଷ ଟନ ଧାନର କ୍ରୟ କରାଯାଇଥିବା ସୂଚନା ରହିଛି  ଏବଂ ୧୪,୬,୯୬୦ କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟର ପେମେଣ୍ଟ ପ୍ରତ୍ୟକ୍ଷ ଭାବରେ ଚାଷୀଙ୍କ ଆକାଉଣ୍ଟରେ ସ୍ଥାନାନ୍ତରିତ କରାଯାଇଛି ଯାହା ଏ ବର୍ଷ ଧାନ ଭଲ ଚାଷ ସହିତ ଚାଷୀ ସଠିକ ମୂଲ୍ୟ ପାଇଥିବା ନଜିର ରହିଛି । ଚାଷୀଙ୍କ ଧାନ କୁ ସଠିକ ମୂଲ୍ୟ ତଥା କ୍ରୟ ଓ ପ୍ରକ୍ରିୟାର ସୁଗମ ସଞ୍ଚାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ସରକାରଙ୍କ ଦ୍ୱାରା । କ୍ରୟ କରାଯାଇଥିବା ଧାନ ବଦଳରେ ଚାଉଳର ଯୋଗାଣ ଜାରି ରହିଛି ଏବଂ ୭୧୩ ଲକ୍ଷ ମେଟ୍ରିକ୍ ଟନ ଧାନର କ୍ରୟ ବଦଳରେ ମାର୍ଚ୍ଚ ସୁଦ୍ଧା କେନ୍ଦ୍ରୀୟ ପୁଲରେ ପ୍ରାୟ ୨୪୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ପ୍ରାପ୍ତ କରାଯାଇଥିବା ସୂଚନା ରହିଛି  ।

ଦେଶର ଆବଶ୍ୟକତାକୁ ପୂରଣ କରିବା କୁ ଆଖିରେ ରଖି ତଥା କେନ୍ଦ୍ରୀୟ ପୁଲରେ ବର୍ତ୍ତମାନ ଚାଉଳର ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ରହିଛି ଆଗାମୀ ଭବିଷ୍ୟତ କୁ ନେଇ । ବର୍ତ୍ତମାନ ଖରିଫ ବିପଣନ ଅଧିବେଶନ ୨୦୨୨-୨୩ର ଖରିଫ ଫସଲ ପାଇଁ ୭୬୬ ଲକ୍ଷ ଟନ ଧାନ ର କ୍ରୟର ଅନୁମାନ କରାଯାଉଛି ଯାହା ଚାଷୀଙ୍କ ପାଇଁ ଶୁଭ ସଂକେତ । ବର୍ତ୍ତମାନ ଖରିଫ ବିପଣନ ଅଧିବେଶନ ୨୦୨୨-୨୩ର ରବି ଫସଲ ପାଇଁ, ପ୍ରାୟ ୧୫୮ ଲକ୍ଷ ଟନ ଧାନ (ଚାଉଳ କ୍ଷେତ୍ରରେ ୧୦୬ ଲକ୍ଷ ଟନ୍) ର ମାତ୍ରାର କ୍ରୟର ଅନୁମାନ କରାଯାଉଛି । ରବି ଫସଲକୁ ସାମିଲ୍ କରିବା ସହିତ, ଏହା ଆଶା କରାଯାଉଛି ଯେ ସମଗ୍ର ଖରିଫ ବିପଣନ ଅଧିବେଶନ ୨୦୨୨-୨୩ ସମୟରେ ପ୍ରାୟ ୯୦୦ ଲକ୍ଷ ଟନ ଧାନର କ୍ରୟ କରାଯାଇପାରେ । ତେବେ ଏ ବର୍ଷ ଚାଷୀ ନିଜ ଧାନ ର ଉଚିତ ମୂଲ୍ୟ ସହିତ ସଠିକ ବଜାର ପାଇବା ନେଇ ଆଶା କରାଯାଉଛି l

ପୁସା କୃଷି ବିଜ୍ଞାନ ମେଳା ୨୦୨୩

ଭୋଜପୁରର ମିଲେଟ ମହୋତ୍ସବ ଲୋକଙ୍କ ମଧ୍ୟରେ କରିବ ଶ୍ରୀ ଅନ୍ନ ପ୍ରତି ସଚେତନତା ବୃଦ୍ଧି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)