News

ସାଧାରଣ ବର୍ଗ ଲାଗି ନୂତନ ଆରକ୍ଷଣ...

ଭାରତ ର ଆରକ୍ଷଣ ଉପରେ ସର୍ବଦା ଲାଗୁଥାଏ ପ୍ରଶ୍ନବାଚୀ ! ଆରୋପ ଲାଗେ ଯେ ପ୍ରକୃତ ରେ ଆରକ୍ଷଣ ଲୋଡୁଥିବା ବର୍ଗ କିଛି ଲାଭ ଏଥିରୁ ପାଆନ୍ତି ନାହିଁ! ତେଣୁ ଏବେ ପ୍ରଶ୍ନବାଚୀ ଉପରେ ଲାଗିଛି ପୂର୍ଣ୍ଣଛେଦ। ଲୋକ ସଭା ରେ ଏହି ବିଲ ପାସ ହେବା ପରେ ରାଜ୍ୟ ସଭା ଏହାର ସପକ୍ଷ ରେ ନିଜର ମତ ଦେଇଥିଲେ ।ତେବେ ଏହି ବିଲ ଅନୁଯାୟୀ ସମ୍ବିଧାନ ର ଆର୍ଟିକିଲ୍ ୧୫ ଏବଂ ୧୬ କୁ ସଂଶୋଧନ କରାଯାଇ ଏବେ ସାଧାରଣ ବର୍ଗ ର ଗରିବ ଏବଂ ନିଷ୍ପେସିତ ଲୋକ ଙ୍କୁ ମଧ୍ୟ ମିଳିବ ଶତକଡ଼ା ୧୦ ଭାଗ ଆରକ୍ଷଣ ।ଏହା ସମସ୍ତ କେନ୍ଦ୍ର ସରକାରୀ ଚାକିରୀ ଏବଂ ସରକାରୀ ତଥା ଘରୋଇ ଶିକ୍ଷା ଅନୁଷ୍ଠାନ ରେ ଲାଗୁ କରାଯାଇଛି ।

11 January, 2019 10:40 AM IST By: KJ Staff

ସଂକ୍ଷେପରେ ୧୦ ପର୍ସେଣ୍ଟ ବିଲ୍...
- ଏହା ପୂର୍ବରୁ ଥିବା ଆରକ୍ଷଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

- ଏବେ ଶତକଡ଼ା ୫୦ ଭାଗ ଆରକ୍ଷଣ ପରିବର୍ତେ ଲାଗୁ ହେଉଥିବାରୁ ଏବେ ଆରକ୍ଷଣ ଶତକଡ଼ା ୬୦ ଭାଗ ହେବ।

- ଏଥିରୁ ସମସ୍ତ ଧର୍ମ ର ସାଧାରଣ ବର୍ଗ ଲାଭବାନ ହୋଇପାରିବେ,ଯେଉଁମାନେ ପୂର୍ବରୁ କୌଣସି ଆରକ୍ଷଣ ପାଉଥିଲେ ନାହିଁ।

- କେବଳ ୮ ଲକ୍ଷ୍ୟ ରୁ କମ ବାର୍ଷିକ ଆୟ ସହ ୫ ଏକର ରୁ କମ ଜମି ଏବଂ ୧୦୦୦ ବର୍ଗ ଫୁଟ ଘର ରୁ କମ୍ ଥିବା ବ୍ୟକ୍ତି ହିଁ ଏହି ଆରକ୍ଷଣ ଲାଗି ଆବେଦନ କରିପାରିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦକ୍ଷେପ କୁ ଐତିହାସିକ ବୋଲି ବ୍ଯାଖ୍ୟା କରିଛନ୍ତି ଏବଂ ଟ୍ୱିର୍ଟର ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବା ଚେଷ୍ଟା କରିଛନ୍ତି ...

ମାତ୍ର ଏହି ପଦକ୍ଷେପ କୁ ବିରୋଧୀ ଦଳ ମାନେ " ନିକଟରେ ଥିବା ନିର୍ବାଚନ କୁ ଆଖି ରେ ରଖି ମୋଦୀଙ୍କର ଏହି ପଦକ୍ଷେପ "ବୋଲି କହିଛନ୍ତି ।ତେବେ ଏନେଇ ବିଭିନ୍ନ ପ୍ରଶ୍ନବାଚୀ ମଧ୍ୟ ଲାଗିଚି ଏବଂ କେବଳ ଆୟ କୁ ଦେଖି ଆରକ୍ଷଣ ଦେଇ ହେବ ନାହିଁ ବୋଲି ସମ୍ବିଧାନ ରେ ସ୍ପଷ୍ଟ ହୋଇଥିବାରୁ । ପାର୍ଲିଆମେଣ୍ଟ ରେ ଏହି ବିଲ୍ ରେ ସ୍ୱାକ୍ଷର ଲାଗିଲା ପରେ ଏବେ ଏହାକୁ ବିରୋଧ କରି ଏକ ପି.ଆଇ.ଏଲ ସୁପ୍ରିମ କୋର୍ଟରେ ଦାଖିଲ୍ କରାଯାଇଛି।
"ଏପରି ଏକ ପରିବର୍ତ୍ତନ ଭେଦ୍ୟ ତେଣୁ ଏହାକୁ ବିରୋଧ କରାଯାଉ କାରଣ ଏହା ସମ୍ବିଧାନ ର ବିରୋଧୀ "ବୋଲି କହିଛି ପି .ଆଇ .ଏଲ।

ଏହା ବ୍ୟତୀତ ଏହି ସଂଶୋଧନ ହେତୁ ପୂର୍ବରୁ ନିର୍ଦ୍ଧାରିତ ହେଇଥିବା ଶତକଡ଼ା ୫୦ ଭାଗ ର ଆରକ୍ଷଣ ସୀମା କୁ ଉଲ୍ଲଂଘନ କରୁଛି ଏବଂ ଶତକଡା ୬୦ ଭାଗ ଯାଏ ପହଞ୍ଚିଛି ।ଏହା ଦ୍ବାରା କେବଳ ସାଧାରଣ ବର୍ଗ ର ଗରିବ ଭାଗ ଲାଭବାନ ହେବେ ମାତ୍ର ଅନ୍ୟ ବର୍ଗ ର ଯନ୍ତା ଲାଭ ପାଇବା ନାହିଁ ତେଣୁ ଏହା ସମାନତା ମଧ୍ୟ ରକ୍ଷା କରି ନାହିଁ ।ଏବଂ ଏହା ଘରୋଇ ଶିକ୍ଷା ଅନୁଷ୍ଠାନ ରେ ମଧ୍ୟ ଆରକ୍ଷଣ ର ସୁବିଧା ଦେଉଛି ଯାହା ପ୍ରୁବରୁ ସୁପ୍ରିମ କୋର୍ଟ ଦ୍ଵାରା ନିଷେଧ କରାଯାଇଥିଲା ।

ଏହି ବିଲ୍ ବହୁତ୍ ସମର୍ଥନ ପାଇବା ବ୍ୟତୀତ ବିରୋଧୀ ଦଳ ଏହାକୁ ବେଶ୍ ସମାଲୋଚନା ମଧ୍ୟ କରିଛନ୍ତି।ତେବେ ପ୍ରଶ୍ନ ଉଠୁଛି ସରକାରଙ୍କର ନିରୀକ୍ଷଣ ପରେ ଏହା ଅଦାଲତ ର ନିରୀକ୍ଷଣ ରେ ପାସ୍ ହେବା ନା ନାହିଁ?...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)