News

ସମସ୍ତଙ୍କ ପାଇଁ ବାସଗୃହ ଅଭିଯାନରେ ୧୨୨.୬୯ଲକ୍ଷ ଘର ମଞ୍ଜୁର, ଓଡିଶାରେ କେତେ ?

ପିଏମଏୱାଇ-ୟୁ ଅଧୀନରେ ୨୦୧୮-୨୩ ଆର୍ଥିକ ବର୍ଷରେ ଓଡିଶାର ୮୧୬ଟି ପ୍ରକଳ୍ପ ଅଧୀନରେ ୫୨, ୯୧୫ ଆବାସ ନିର୍ମିତ ହୋଇଛି ।

06 August, 2022 12:32 PM IST By: Shuvanshu Kar

ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମ୍‌ଏୱାଇ-ୟୁ) ଅଧୀନରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ପ୍ରକଳ୍ପ ପ୍ରସ୍ତାବକୁ ଭିତ୍ତିକରି ମାର୍ଚ୍ଚ ୩୧.୨୦୨୨ ପର୍ଯ୍ୟନ୍ତ ଅଭିଯାନ ଅଧୀନରେ ୧୨୨.୬୯ ଲକ୍ଷ ଘର ମଞ୍ଜୁର କରାଯାଇଛି । ଏନେଇ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଏକ ଲିଖିତ ଉତ୍ତରରେ ଲୋକସଭାକୁ ଜଣାଇଛନ୍ତି ।

ସମସ୍ତଙ୍କ ପାଇଁ ବାସଗୃହ ଅଭିଯାନ ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ସହରାଞ୍ଚଳ ହିତାଧିକାରୀଙ୍କୁ ସବୁଦିନିଆ ପକ୍କା ଆବାସ ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମ୍‌ଏୱାଇ-ୟୁ) ଅଧୀନରେ ସମସ୍ତଙ୍କ ପାଇଁ ଗୃହ ଅଭିଯାନ ୨୦୧୫ ଜୁନ ୨୫ ଠାରୁ ତ୍ୱରାନ୍ୱିତ କରିଆସୁଛନ୍ତି ।

ମଞ୍ଜୁର ହୋଇଥିବା ଆବାସଗୁଡିକ ମଧ୍ୟରୁ ୧୦୨. ୨୩ ଲକ୍ଷ ଆବାସ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ, ସେଥିରୁ ୬୧. ୫୦ ଲକ୍ଷ ସମ୍ପୂର୍ଣ୍ଣ ହୋଇଛି ବା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ପିଏମଏୱାଇ-ୟୁ ଅଧୀନରେ ୨୦୧୮-୨୩ ଆର୍ଥିକ ବର୍ଷରେ ଓଡିଶାର ୮୧୬ଟି ପ୍ରକଳ୍ପ ଅଧୀନରେ ୫୨, ୯୧୫ ଆବାସ ନିର୍ମିତ ହୋଇଛି ।

ପିଏମଏୱାଇ-ୟୁ ଅଧୀନରେ ଗତ ଚାରିବର୍ଷ ଓ ଚଳିତବର୍ଷ ମୋଟ ୮୯,୯୦, ୮୩୮ ମଞ୍ଜୁର ହୋଇଥିବା ବେଳେ ୭୮, ୯୨, ୩୬୧ ନିର୍ମାଣକାର୍ଯ୍ୟ ହାତକୁ ନିଆଯାଇ ସେଥିରୁ ୫୪, ୦୮, ୦୮୬ ସମ୍ପୂର୍ଣ୍ଣ ହୋଇଛି ଓ ୪୮, ୬୬, ୩୦୬ ଆବଣ୍ଟନ ଓ ହିତାଧିକାରୀଙ୍କ ଦ୍ୱାରା ଅଧିକୃତ ହୋଇଛି ।

ସେପଟେ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବଜେଟ୍ ଏବଂ ସମୟସୀମା ପରିପ୍ରେକ୍ଷୀରେ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲାଯାଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେବାକୁ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାର ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ସିଂହଙ୍କୁ ଭେଟି ଏ ସମ୍ପର୍କୀତ ଏକ ପତ୍ର ପ୍ରଦାନ କରିଥିଲେ ଧର୍ମେନ୍ଦ୍ର । ଆଲୋଚନା ସମୟରେ ଏ ଦିଗରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପ୍ରତିଶ୍ରୁତି ଦେଇଛନ୍ତି ।

ଓଡିଆ ହିତାଧିକାରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ

ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ପୁରିଲା 75 ବର୍ଷ, କଣ କହିଲେ କେନ୍ଦ୍ରମନ୍ତ୍ରୀ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)