News

ଜୱାଦରେ ୧୩୧ ବ୍ଲକର ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ

ବାତ୍ୟା ‘ଜୱାଦ’ ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟର ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ।

14 December, 2021 4:17 PM IST By: Sudesna Nayak

ବାତ୍ୟା ‘ଜୱାଦ’ ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟର ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ।

ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଅନୁଯାୟୀ ବାତ୍ୟା ଜନିତ ବର୍ଷା ଯୋଗୁଁ ରାଜ୍ୟର ୧୨ ଜିଲ୍ଲାର ୧୩୧ ବ୍ଲକର ଚାଷ ଜମି ପ୍ରଭାବିତ ହୋଇଛି । ପ୍ରଭାବିତ ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ । ଏହି ସବୁ ଜିଲ୍ଲା ଗୁଡ଼ିକରେ ଧାନ କାଟିବା ପୂର୍ବରୁ ବର୍ଷା ଆସିଥିବାରୁ ଅଧିକ କ୍ଷତି ହୋଇଛି। ତେଣୁ ଚାଷୀମାନଙ୍କ ଆଖିରୁ ଲୁହ ବାହାରିଛି । ତେବେ ତୃଣମୂଳ ସ୍ତରରେ କ୍ଷୟକ୍ଷତି ଆକଳନ ଜାରି ରହିଛି ।

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ଟିମ୍‌ ୩ ଭାଗରେ ବିଭକ୍ତ ହୋଇ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କ୍ଷତି ହୋଇଥିବା ଅଞ୍ଚଳକୁ ଗସ୍ତ କରିଥିଲେ । କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଗତ ଦୁଇଦିନ ଧରି ବାତ୍ୟା ଜୱାଦ ଓ ବର୍ଷା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ସୋମବାର ସଂଧ୍ୟାରେ ଏହି ଟିମ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ କୁମାର ଜେନାଙ୍କ ସହ ଲୋକସେବା ଭବନ ସଭାଗୃହରେ କ୍ଷୟକ୍ଷତି ବିଷୟ ଆଲୋଚନା କରିଥିଲେ ।

୬ ଜଣ ବିଶିଷ୍ଟ ଏହି ଟିମ୍ ଗୃହ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଓଡ଼ିଶା ଆସି ଗଂଜାମ, ପୁରୀ, ଜଗତସିଂପୁର, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବାସହ ଚାଷୀମାନଙ୍କ ସହିତ ସିଧା ସଳଖ ଆଲୋଚନା କରିଥିଲେ ।

ଉଜୁଡା କ୍ଷେତରେ କେନ୍ଦ୍ରୀୟ ଟିମ୍, ୬ ଜିଲ୍ଲା ବୁଲି ‘ଜଓ୍ବାଦ’କ୍ଷୟକ୍ଷତି କରୁଛି ଆକଳନ

‘ଜୱାଦ’ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)