ହିମାଚଳପ୍ରଦେଶର କୁଲ୍ଲୁରେ ଭୟଙ୍କର ସଡକ ଦୁର୍ଘଟଣା(Bus accident) । କୁଲ୍ଲୁ(Kullu) ଶେଂଶରରୁ ତେଞ୍ଜ ଯାତ୍ରା କରୁଥିବା ଏକ ଘରୋଇ ବସ ଜଙ୍ଗଲା ଗାଁ ନିକଟେ ରାସ୍ତା ତଳକୁ ଓଲଟିପଡିଛି । ଏହି ଦୁର୍ଘଟଣାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ 16 ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂତ୍ରରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ ବସରେ 35ରୁ 40 ଜଣ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣା ସକାଳ ପାଖାପାଖି 8ଟା ସମୟରେ ହୋଇଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ବର୍ତ୍ତମାନସୁଦ୍ଧା ଦୁର୍ଘଟଣାକୁ ନେଇ ପ୍ରଶାସନ ନିକଟରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
କିଛି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ନେବାକୁ ବ୍ୟବସ୍ଥା କରାଯାଉଛି । ବସ ତଳେ ଅନେକ ଜଣ ଦବି ରହିଥିବାର ଆଶଙ୍କା ରହିଛି । ଦୁର୍ଘଟଣା ଯେଉଁ ସ୍ଥାନରେ ହୋଇଛି, ତାହା ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ । ବସଟି ଘାଟିରେ ଓଲଟି ପଡିଛି । ଦୁର୍ଘଟଣାଗ୍ରସ୍ତ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।
ଭୟଙ୍କର ସଡକ ଦୁର୍ଘଟଣାରେ 22 ଛାତ୍ରଛାତ୍ରୀ ଆହତ
ଛାତିଥରା ଘଟଣା ! ଟ୍ରକରୁ ମିଳିଲା 46 ମୃତଦେହ
ନିକଟରେ ସିକ୍କିମର ଗାଙ୍ଗଟକ(Gangtok)ରେ ଭୟଙ୍କର ସଡକ ଦୁର୍ଘଟଣା(Bus accident) ଘଟିଥିଲା । ରାଞ୍ଚିରୁ ସ୍କୁଲ ଛାତ୍ରୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାର ସମ୍ମୁଖୀନ(Bus accident) ହୋଇଥିଲା । ଦୁର୍ଘଟଣାରେ 22 ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସମସ୍ତ ଛାତ୍ର ଛାତ୍ରୀ ଷ୍ଟଡିଟୁର ଭ୍ରମଣରେ ସିଲିଗୁଡିରୁ ଫେରୁଥିଲେ ।