News

ଆରମ୍ଭ ହୋଇଛି Pan-Asia Farmers Exchange Program

ପାନ-ଏସିଆ କୃଷକ ବିନିମୟ କାର୍ଯ୍ୟକ୍ରମର 16 ତମ ସଂସ୍କରଣ 10 ଅକ୍ଟୋବର 2022ରୁ ଆରମ୍ଭ ହୋଇଯାଇଛି । ଫିଲିପାଇନ୍ସରେ ଚାଲିଛି ଏହି କାର୍ଯ୍ୟକ୍ରମ ।

11 October, 2022 5:57 PM IST By: Shuvanshu Kar

ପାନ-ଏସିଆ କୃଷକ ବିନିମୟ କାର୍ଯ୍ୟକ୍ରମର 16 ତମ ସଂସ୍କରଣ 10 ଅକ୍ଟୋବର 2022ରୁ ଆରମ୍ଭ ହୋଇଯାଇଛି । ଫିଲିପାଇନ୍ସରେ ଚାଲିଛି ଏହି କାର୍ଯ୍ୟକ୍ରମ । 14 ଅକ୍ଟୋବର 2022 ପର୍ଯ୍ୟନ୍ତ ଏହା ଚାଲିବ। କୃଷି ଉଦ୍ଭିଦ ବାୟୋଟେକ୍ନୋଲୋଜି ଉପରେ ଜ୍ଞାନ ବଣ୍ଟନ ଏବଂ ଆଦାନ ପ୍ରଦାନ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ କୃଷକ ନେତା, ବୈଜ୍ଞାନିକ, ଗଣମାଧ୍ୟମ, ସରକାରୀ କର୍ମଚାରୀ ଏବଂ ନୀତି ନିର୍ଣ୍ଣୟକାରୀଙ୍କ ସମେତ ଅନେକ ଅଂଶଗ୍ରହଣକାରୀ ଉପସ୍ଥିତ ରହିବେ।

2020 ଏବଂ 2021 ରେ ଅନୁଷ୍ଠିତ ପାନ-ଏସିଆ କୃଷକ ବିନିମୟ କାର୍ଯ୍ୟକ୍ରମର 14 ତମ ଏବଂ 15 ତମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା ।

କୃଷି ଜାଗରଣର ପ୍ରତିଷ୍ଠାତା ଏମ.ସି ଡୋମିନିକ ଫିଲିପାଇନ୍ସରେ ପାନ-ଏସିଆ କୃଷକ ବିନିମୟ କାର୍ଯ୍ୟକ୍ରମର 16 ତମ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଟେକ୍ନୋଲୋଜି ଉପରେ ଗୁରୁତ୍ବ ଦେଇଥିଲେ ଡୋମିନିକ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅନେକ ବିଶିଷ୍ଟ ବକ୍ତାମାନେ ବାୟୋଟେକ୍ ଉପରେ ଅଭିଜ୍ଞତା ଏବଂ ଜ୍ଞାନ ବାଣ୍ଟିଥିଲେ ।

ଚାଷୀମାନଙ୍କ ସହିତ 26 ତମ ପ୍ରତିଷ୍ଠା ଦିବସ ପାଳନ କଲା କୃଷି ଜାଗରଣ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)