News

ପାଣିପାଗ ବିଭାଗର ଆକଳନ, ଆଉ ଦୁଇ ଦିନ ଲାଗି ରହିବ ବର୍ଷା

ଆଇଏମଡି ଇସିଏମଡବ୍ଲୁଏଫ ମଡେଲ୍‌ (IMD)ଅନୁସାରେ ମେ ୧୩ ତାରିଖରୁ ୧୯ ତାରିଖ ଭିତରେ ଏକ ଲଘୁଚାପ (Low Pressure) ସୃଷ୍ଟି ହୋଇପାରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ

09 July, 2022 10:13 AM IST By: Rajashree

ଜୁଲାଇ (JULY) ଆରମ୍ଭରୁ ରାଜ୍ୟରେ ପୁଣି ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon)ସକ୍ରିୟ ହେବ ଓ ୧୦ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା (RAIN) ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତା ଦୁଇ ସପ୍ତାହ ପାଇଁ ଆଇଏମ୍‌ଡି ଜାରି କରିଥିବା ଏକ୍ସଟେଣ୍ଡେଡେ୍‌ ଫୋରକାଷ୍ଟରେ ଏଭଳି ସମ୍ଭାବ୍ୟ ସ୍ଥିତି ବାବଦରେ ସୂଚନା ଦିଆଯାଇଛି । ଆଇଏମଡି ଇସିଏମଡବ୍ଲୁଏଫ ମଡେଲ୍‌ (IMD)ଅନୁସାରେ ଜୁଲାଇ ୧୩ ତାରିଖରୁ ୧୯ ତାରିଖ ଭିତରେ ଏକ ଲଘୁଚାପ (Low Pressure) ସୃଷ୍ଟି ହୋଇପାରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ । ଏହା ଅବପାତ ରୂପ ବି ନେଇପାରେ । ମାତ୍ର ଅଧିକାଂଶ ମଡେଲ୍‌ ଅବପାତ ସମ୍ଭାବନାକୁ ଖଣ୍ଡନ କରିଛି | କେତେକ ବିଦେଶୀ ପାଣିପାଗ ମଡେଲ୍‌ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ସୂଚାଇଛନ୍ତି ।

କହିବାକୁ ଗଲେ, ଅନ୍ୟପଟେ ଆଇଏମଡି ମୌସୁମୀ ସମ୍ପର୍କରେ ପୂର୍ବାନୁମାନ କରିଛି । ଆଇଏମଡି ପକ୍ଷରୁ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୧୫ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଛୁଇଁବ । ଯାହାକି ୫ ଦିନ ଆଗୁଆ । ପାଗ ଅନୁକୁଳ ଥିବାରୁ ଏଭଳି ସ୍ଥିତି ଉପୁଜିଛି । ସାଧାରଣତଃ ଜୁଲାଇ ୨୦ ତାରିଖବେଳକୁ ଆଣ୍ଡାମାନ ସାଗରରେ ପ୍ରବେଶ କରେ ମୌସୁମୀ । ଏଥର ମୌସୁମୀ ସଅଳ ଆସିବା ଅନୁମାନ କରାଯାଉଛି । ମାତ୍ର ଏହା ପ୍ରଭାବରେ ଓଡ଼ିଶା (ODISHA) ରେ ଯେ ମୌସୁମୀ ଶୀଘ୍ର ଆସିବ, ତାହା ଏବେଠାରୁ ଆକଳନ କରାଯାଇପାରିବ ନାହିଁ ।

ପ୍ରକାଶ ଥାଉ ଯେ, ଆଇଏମଡି (IMD)ସୂଚନା ଅନୁସାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବଢ଼ିବ । ମାତ୍ର ଉପକୂଳ ଓଡ଼ିଶାରେ ସ୍ଥିତି ଅପରିବର୍ତ୍ତିତ ରହିବ । ୧୯ ତାରିଖରୁ ୨୫ ତାରିଖ ଭିତରେ ରାଜ୍ୟରେ ଗ୍ରୀଷ୍ମ କୋପ ପୁଣି ଅସହ୍ୟ ହେବ । ସେହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ ବୋଲି ଜଣାପଡିଛି ।

ଆସୁଛି ଆଉ ଗୋଟିଏ ଲଘୁଚାପ, ନେବ ଅବପାତ ରୂପ!

ଜୁଲାଇ ପ୍ରଥମ ୧୦ ଦିନ ଭୀଷଣ ବର୍ଷିବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)