News

ସାର ସଙ୍କଟ ଅଭିଯୋଗ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଡିସେମ୍ବର ଯାଏଁ ଉପଲବ୍ଧ ରହିବ 275 ଲକ୍ଷ ଟନ ୟୁରିଆ

ଚାଷୀଙ୍କୁ ୟୁରିଆ ଅଭାବର ସାମ୍ନା କରିବାକୁପଡିବନି ବୋଲି କହିଛନ୍ତି ମନ୍ତ୍ରୀ ମାଣ୍ଡଭ୍ୟ । ଡିସେମ୍ବର 2022 ଯାଏଁ, ଘରୋଇ ଉତ୍ପାଦନ ଓ ଆମଦାନୀ ମିଶି ପାଖାପାଖି 275 ଲକ୍ଷ ଟନ ୟୁରିଆ ଉପଲବ୍ଧ ରହିବ ।

04 September, 2022 11:50 AM IST By: Shuvanshu Kar

ଦେଶର କିଛି ଅଂଶରେ ୟୁରିଆ ସଙ୍କଟ(urea shortage) ମଧ୍ୟରେ ତତ୍କାଳ ପଦକ୍ଷେପକୁ ନେଇ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରୀୟ ରାସାୟନିକ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ(mansukh mandaviya) । ମନ୍ତ୍ରୀ କହିଛନ୍ତି, ୟୁରିଆ(urea) ଷ୍ଟକର ଅଭାବ ନାହିଁ । ଖରିଫ ଋତୁରେ ରାଜ୍ୟମାନଙ୍କୁ ୟୁରଆ ଆବଶ୍ୟକତା ନେଇ ଏକ ଅନୁମାନ ରିପୋର୍ଟ ମାଗିଥାଏ କେନ୍ଦ୍ର । ରାଜ୍ୟରେ ୟୁରିଆ(urea)ପହଞ୍ଚିବା ପରେ ଜିଲ୍ଲାଗୁଡିକରେ ଏହାର ବଣ୍ଟନର ଦାୟିତ୍ବ ରାଜ୍ୟ ସରକାରଙ୍କର ରହିଥାଏ । ଏଥିରେ କିଛି କିଛି ସମସ୍ୟା ଆସିଥାଏ । ଏହି କାରଣରୁ ୟୁରିଆ ଅଭାବର କଥା ଉଠୁଥିବା କହିଛନ୍ତି ମନୁସୁଖ ମାଣ୍ଡବ୍ୟ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପର୍ଯ୍ୟାପ୍ତ ଆବଶ୍ୟକତା ପୁରଣ ପାଇଁ ସାର ମନ୍ତ୍ରଣାଳୟ ଏକ ଡାଶବୋର୍ଡ ଗଠନ କରିଛି । ଏଥିରେ ଜିଲ୍ଲା ସ୍ତରରେ ସାର ବିକ୍ରି, ଉପଲବ୍ଧତା ଓ ଆବଶ୍ୟକତାର ସୂଚନା ଦୈନିକ ଆଧାରରେ ଉପଲବ୍ଧ ।

ଖରିଫ ଋୁତୁ ସହିତ ରବି ଋୁତୁ ଯାଏଁ ମଧ୍ୟ ୟୁରିଆର ଆବଶ୍ୟକତା ରହିଛି । ଏହାର ବ୍ୟବସ୍ଥା ମଧ୍ୟ ହୋଇସାରିଛି । ଘରୋଇ ଉତ୍ପାଦନ ମଧ୍ୟ କ୍ରମାଗତ ବୃଦ୍ଧି ପାଉଛି ଏବଂ ଆବଶ୍ୟକ ମାତ୍ରାରେ ୟୁରିଆ ଆମଦାନୀ କରିବାର ପ୍ରସ୍ତୁତି ମଧ୍ୟ ସରକାର କରିସାରିଛନ୍ତି । ଡିସେମ୍ବର 2022 ଯାଏଁ, ଘରୋଇ ଉତ୍ପାଦନ ଓ ଆମଦାନୀ ମିଶି ପାଖାପାଖି 275 ଲକ୍ଷ ଟନ ୟୁରିଆ ଉପଲବ୍ଧ ରହିବ । ଏହା ଡିସେମ୍ବର ଯାଏଁ ଆବଶ୍ୟକତାରୁ ଟିକିଏ ଅଧିକ । ଏଥିପାଇଁ ଚାଷୀଙ୍କୁ ୟୁରିଆ ଅଭାବର ସାମ୍ନା କରିବାକୁପଡିବନି ବୋଲି କହିଛନ୍ତି ମନ୍ତ୍ରୀ ମାଣ୍ଡଭ୍ୟ ।

ଏପଟେ ନାନୋ ୟୁରିଆର ପ୍ରୟୋଗ ନେଇ ଜୋରଶୋରରେ କାମ ଚାଲିଛି । ଏହାର ଟ୍ରାଏଲ ମଧ୍ୟ ଖୁବ ଶିଘ୍ର ପୁରଣ କରି ପ୍ରୟୋଗର ପ୍ରସ୍ତୁତି ହେଉଛି । ଏହାର ସ୍ଥାୟୀ ସମାଧାନ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାର ସ୍ୱପ୍ନ ଦେଖିଛନ୍ତି। ୟୁରିଆ ପ୍ରସଙ୍ଗରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ସରକାର ପ୍ରତିବଦ୍ଧ। ପାରମ୍ପାରିକ ୟୁରିଆ ଏବଂ ନାନୋ ୟୁରିଆ ପ୍ଲାଣ୍ଟଗୁଡିକ ଯେପରି ଆରମ୍ଭ ହେଉଛି, ଆଶା କରାଯାଉଛି ଯେ ଶୀଘ୍ର ଭାରତକୁ ୟୁରିଆ ଆମଦାନୀ କରିବାକୁ ପଡିବ ନାହିଁ ।

ନିକଟରେ ୟୁରିଆ ଅଭାବକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା । ଖାସ କରି ରାଜ୍ୟର କେନ୍ଦ୍ରପଡା ଜିଲ୍ଲାରେ ସାର ଅଭାବ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ।

2025 ଶେଷସୁଦ୍ଧା ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର ହେବ ଭାରତ

ବିଶ୍ବର ପ୍ରଥମ ନାନୋ ୟୁରିଆ ପ୍ଲାଣ୍ଟ ଉଦଘାଟିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)