News

Digital Payments:ଦେଶରେ ଗୋଟିଏ ଦିନରେ ହେଉଛି ୨୮୪ ନିୟୁତ ଡିଜିଟାଲ କାରବାର

୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଦୈନିକ ହାରାହାରୀ ଡିବିଟି ହସ୍ତାନ୍ତର ୯୦ ଲକ୍ଷରୁ ଅଧିକ । ଗୋଟିଏ ଦିନରେ ହେଉଛି ୨୮୪ ନିୟୁତ ଡିଜିଟାଲ କାରବାର ।

02 September, 2022 11:26 AM IST By: Shuvanshu Kar

ଭାରତ ବର୍ତ୍ତମାନ ଡିଜିଟାଲ ଅର୍ଥ କାରବାର(digital transactions) କ୍ଷେତ୍ରରେ ସାରା ବିଶ୍ଵରେ ଅଗ୍ରଣୀ ରହିଛି । ବିଶେଷ କରି ନାଗରିକମାନଙ୍କ ଜୀବନ ଏବଂ ପ୍ରଶାସନରେ ସୁଧାର ଆଣିବା ଲାଗି ପ୍ରଯୁକ୍ତିର ଉପଯୋଗ କରିବା କ୍ଷେତ୍ରରେ ଭାରତ ସାରା ବିଶ୍ଵର ନେତୃତ୍ୱ ନେଉଛି ବୋଲି କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କୌଶଳ ବିକାଶ ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

ପ୍ରଶାସନିକ କ୍ଷେତ୍ରରେ ବିଭିନ୍ନ ଡିଜିଟାଲ ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ଭାରତ ସାରା ବିଶ୍ଵ ପାଇଁ ପ୍ରେରଣା ସାଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ କାରଣରୁ ଭାରତ ଆଜି ଡିଜିଟାଲ ଦୁନିଆରେ ଅଗ୍ରଣୀ ହୋଇପାରିଛି ଏବଂ ଡିଜିଟାଲ ବିପ୍ଳବ ଭାରତକୁ ଅନେକ କ୍ଷେତ୍ରରେ ଆଗେଇ ନେଇଛି ବୋଲି ଚନ୍ଦ୍ରଶେଖର ପ୍ରକାଶ କରିଛନ୍ତି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ଏବଂ ଡିଜିଟାଲ ଅର୍ଥପଇଠର ସଫଳ ମଡେଲ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଭାରତର କୋଟି କୋଟି ନାଗରିକ ଲାଭାନ୍ୱିତ ହେଉଛନ୍ତି ।

୨୦୧୩ ପରଠାରୁ ଡିବିଟି ଜରିଆରେ ୨୪.୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରାଯାଇଛି । ସେହିପରି କେବଳ ୨୦୨୧-୨୨ ଆର୍ଥିକ ବର୍ଷରେ ୬.୩ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଦୈନିକ ହାରାହାରୀ ୯୦ ଲକ୍ଷରୁ ଅଧିକ ଡିଜିଟାଲ କାରବାର (୨୦୨୧-୨୨ ଆର୍ଥିକ ବର୍ଷରେ) ହେଉଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ଆକାରରେ ଗୋଟିଏ ଦିନରେ ପ୍ରାୟ ୧୦କୋଟି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୨୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଦିନକରେ ମାତ୍ର ଗୋଟିଏ ବଟନ୍‌ କ୍ଲିକ୍‌ କରିବା ଦ୍ୱାରା ପ୍ରାୟ ୧୦ କୋଟିରୁ ଅଧିକ ଡିଜିଟାଲ କାରବାର ହୋଇପାରିଛି ।

ଅନ୍ୟପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷରେ ୮,୮୪୦ କୋଟି ଟଙ୍କାରୁ ଅଧିକ ସଂଖ୍ୟକ ଡିଜିଟାଲ ଅର୍ଥ କାରବାର ହୋଇଛି । ସେହିପରି ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ୨୪ ଜୁଲାଇ, ୨୦୨୨ ସୁଦ୍ଧା ୩୩୦୦ କୋଟି ପାଖାପାଖି ଡିଜିଟାଲ ଅର୍ଥ କାରବାର ହୋଇଛି । ଗୋଟିଏ ଦିନରେ ହାରାହାରୀ ୨୮.୪ କୋଟି ଡିଜିଟାଲ ଅର୍ଥ କାରବାର ହୋଇଛି ।

ଡିବିଟି, ଜାମ ତ୍ରୟ ଏବଂ ଏନପିସିଆଇ ଆଦି ଡିଜିଟାଲ ସମ୍ପତ୍ତି ସୃଷ୍ଟି କରାଯିବା କାରଣରୁ ଭାରତ ଏହି କ୍ଷେତ୍ରରେ ସଫଳ ହୋଇ ପାରିଛି । ଭାରତର ସଫଳତା କେବଳ ବିକାଶଶୀଳ ରାଷ୍ଟ୍ର ନୁହେଁ ବରଂ ବିକଶିତ ରାଷ୍ଟ୍ରମାନଙ୍କ ପାଇଁ ଏକ ଉଦାହରଣ । ସେମାନେ ଏହି ଯୋଜନାରୁ ଶିକ୍ଷା ଲାଭ କରିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

UPI transactions: 600 କୋଟି ଟପିଲା ୟୁପିଆଇ ଟଙ୍କା କାରବାର

ହାତ ପାଆନ୍ତାରେ ହ୍ବାଟ୍ସଆପରୁ ମିଳିବ ସରକାରୀ ଡିଜିଲକର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)