News

Da Hike: ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ ନୂଆ ସରକାର ।

06 July, 2024 10:37 AM IST By: Tanushree Mahapatra

ଗତ ମାର୍ଚ୍ଚ ମାସ ୭ ତାରିଖରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ୪ ପ୍ରତିଶତ ବୃଦ୍ଧି ହୋଇଥିଲା  ମହଙ୍ଗା ଭତ୍ତା l ଫଳରେ ଡିଏ ୫୦ ପ୍ରତିଶତରେ ପହଞ୍ଚି ଯାଇଥିଲା ଏହି ବୃଦ୍ଧି ପରେ । ତେବେ ଗତ ମାସ କେନ୍ଦ୍ରରେ ବିଜେପି ସରକାର ଗଠନ ହୋଇଛି ଅନ୍ୟପଟେ ୪ଟି ରାଜ୍ୟରେ ନୂଆ ସରକାର ମଧ୍ୟ ଶପଥ ଗ୍ରହଣ କରିଥିଲା ।

ସିକିମର ନୂଆ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତାମଙ୍ଗ ଗତ ମାସ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଏହା ପରେ ରାଜ୍ୟବାସୀଙ୍କୁ ଦେଇଥିଲେ ସେ ବଡ଼ ଉପହାର ।

ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ ନୂଆ ସରକାର । ଏହାପରେ କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତରେ ପହଞ୍ଚି ଯାଇଥିଲା । ସେହିପରି ଗତ ମାସରେ ପଶ୍ଚିମବଙ୍ଗ ସରକାର ମଧ୍ୟ ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ । ଯାହାଫଳରେ କର୍ମଚାରୀଙ୍କ ଡିଏ ରେ ପରିବର୍ତ୍ତନ ହୋଇଥିଲା l

ତେବେ ଏହା ମଧ୍ୟରେ ଗୁଜରାଟ ସରକାର ମଧ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଭୂପେନ୍ଦ୍ର ପଟେଲଙ୍କ ଏହି ଘୋଷଣାରେ ରାଜ୍ୟର ୪.୭୧ ଲକ୍ଷ କର୍ମଚାରୀ ଏବଂ ୪.୭୩ ପେନସନଧାରୀ ଉପକୃତ ହେବେ ବୋଲି କୁହାଯାଉଛି । ଗତ ଜାନୁଆରୀ ମାସରୁ ଏହି ବର୍ଦ୍ଧିତ ଡିଏ ଲାଗୁ କରାଯିବ ବୋଲି ସୂଚନା ରହିଛି । ସବୁଠାରୁ ବଡ କଥା ହେଲା ଚଳିତ ବର୍ଷ ଜାନୁଆରୀ ମାସରୁ ଜୁନ ମାସ ପର୍ଯ୍ୟନ୍ତ ୬ ମାସର ବକେୟା ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ୩ଟି କିସ୍ତିରେ ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ରାଜ୍ୟ ରାଜକୋଷରୁ ମୋଟ ୧୧୨୯.୫୧ କୋଟିର ଆର୍ଥିକ ବ୍ୟୟ କରାଯିବ କର୍ମଚାରୀଙ୍କ ପାଇଁ ।

ଅଧିକ ପଢ଼ନ୍ତୁ

ରାଜସ୍ଥାନ ନଗୋରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ମଧ୍ୟପ୍ରଦେଶ ସେଓନିଠାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)