News

ଲଘୁଚାପ ଲଗାଣ ବର୍ଷାରେ ୪ ପଞ୍ଚାୟତରେ ୫୦ ହେକ୍ଟର ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଲଘୁଚାପ ବର୍ଷାରେ ପାଣିରେ ବୁଡିଲା ଫସଲ । ଚାଷୀଙ୍କୁ ଚିନ୍ତାରେ ପକାଇଲା ଉଜୁଡା କ୍ଷେତର ଚିତ୍ର । ଚାଷୀ ମୁଣ୍ଡରେ ଚଡ଼କ । ଲଘୁଚାପ ବର୍ଷା ଆଣିଲା ଦୁର୍ଦ୍ଦଶା । ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆ ବ୍ଲକ ସିକୋ, ହଜ, ଶଗଡ଼ଭଙ୍ଗା, ବୋତଳମା ଆଦି ପଞ୍ଚାୟତର ପ୍ରାୟ ୫୦ ହେକ୍ଟରରୁ ଉଦ୍ଧ୍ୱର୍ ଚାଷ ଜମିରେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାଯାଇଛି । ତେବେ ବର୍ତମାନ କୃଷି ବିଭାଗ ସଂପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିନଥିବାରୁ ଏହି କ୍ଷତି ପରିମାଣ ବଢ଼ିବା ଆଶଙ୍କା ରହିଛି ।

17 November, 2021 12:04 PM IST By: Sudesna Nayak

ଲଘୁଚାପ ବର୍ଷାରେ ପାଣିରେ ବୁଡିଲା ଫସଲ । ଚାଷୀଙ୍କୁ ଚିନ୍ତାରେ ପକାଇଲା ଉଜୁଡା କ୍ଷେତର ଚିତ୍ର । ଚାଷୀ ମୁଣ୍ଡରେ ଚଡ଼କ । ଲଘୁଚାପ ବର୍ଷା ଆଣିଲା ଦୁର୍ଦ୍ଦଶା । ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆ ବ୍ଲକ ସିକୋ, ହଜ, ଶଗଡ଼ଭଙ୍ଗା, ବୋତଳମା ଆଦି ପଞ୍ଚାୟତର ପ୍ରାୟ ୫୦ ହେକ୍ଟରରୁ ଉଦ୍ଧ୍ୱର୍ ଚାଷ ଜମିରେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାଯାଇଛି । ତେବେ ବର୍ତମାନ କୃଷି ବିଭାଗ ସଂପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିନଥିବାରୁ ଏହି କ୍ଷତି ପରିମାଣ ବଢ଼ିବା ଆଶଙ୍କା ରହିଛି ।

ଚଳିତ ବର୍ଷ ବେଗୁନିଆ ବ୍ଲକରେ ସ୍ପଳ୍ପ ବୃଷ୍ଟିପାତ ହୋଇଥିଲା ଫଳରେ ରୁଆ, ବେଉଷଣ ଆଦି କାମ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ଧାନ ଫସଲ ବର୍ଷା ଅଭାବରେ ନଷ୍ଟ ହୋଇଥିଲା । ଲଘୁଚାପ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଚାଷୀଙ୍କ ବର୍ଷକର ପରିଶ୍ରମ ବର୍ଷାରେ ଧୋଇ ଯାଇଥିବା ବେଳେ ଧାନ ଚାଷ ସହ ବହୁ ପନିପରିବା ଫସଲ ନଷ୍ଟ ହୋଇଛି । ବର୍ତମାନ ଅଦିନିଆ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି । ଏଭଳି ସ୍ଥିତିରେ ଚାଷୀ କିଭଳି ନିଜର ଫସଲକୁ ସୁରକ୍ଷା ଦେବ ତାକୁ ନେଇ ଚିନ୍ତାରେ ପଡିଛି । ଲଗାଣ ବର୍ଷା ହେଲା କାଳ । ଲଘୁଚାପ ଲଗାଣ ବର୍ଷାରେ ୪ ପଞ୍ଚାୟତରେ ୫୦ ହେକ୍ଟର ଧାନ ଫସଲ ନଷ୍ଟ ।

ଦାଉ ସାଜିଲା ଲଗାଣ ବର୍ଷା, ବିଲରେ ନଷ୍ଟ ହେଉଛି ଫସଲ  । ଗତ ୩ ଦିନ ଧରି ବେଗୁନିଆ ବ୍ଲକରେ ହାରାହାରି ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବିଭିନ୍ନ ସ୍ଥାନରେ ଧାନ ଫସଲ କାଟିବା ସମୟ ଆସି ପହଂଚିଥିବା ବେଳେ ଏହି ବର୍ଷା ଚାଷୀଙ୍କ ମୁଣ୍ଡରେ ଚଡ଼କ ଭଳି ହୋଇଛି ।  ଯାହା ବେଡି ଉପରେ କୋରଡା ମାଡ ଭଳି ।

ପ୍ରାଥମିକ ଆକଳନରୁ ଯେଉଁମାନେ ଧାନ କାଟି ବିଲରେ ରଖିଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ହେକ୍ଟର ଧାନଫସଲରେ ପାଣି ଜମି ରହିଛି । ଫଳରେ ଧାନଗୁଡ଼ିକ ଗଜା ହୋଇ ନଷ୍ଟ ହେବା ସମ୍ଭାବନା ରହିଛି । ଚାଷୀର ବର୍ଷକର ଆହାର ଲଗାଣ ବର୍ଷାରେ ଗଜା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଧାନ ଅମଳ ସମୟ ଲଘୁଚାପ ବର୍ଷା ଚାଷୀ ମନରେ ଆଣିଦେଇଛି ଛନକା । ଲଘୁଚାପ ବର୍ଷାରେ ବ୍ୟାପକ ଫସଲ ହାନି । ଚାଷୀର ବର୍ଷକର ପରିଶ୍ରମକୁ ଉଜାଡି ଦେଇଛି ଏହି ବର୍ଷା । ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି ।

ଲାଗି ରହିଥିବା ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ବର୍ଷକର ଚାଷ । ଚାଷୀ ଏବେ ଚିନ୍ତାରେ  । ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ବର୍ଷକର ଚାଷ । ଚାଷୀ ଏବେ ଚିନ୍ତାରେ । ନା ଧାନକୁ ନେଇ ପାରୁଛି ନା ଶୁଖାଇ ପାରୁଛି । କାର୍ତିକ ମାସରେ ଶ୍ରାବଣର ଭ୍ରମ । ଧାନବିଲ ଭିତରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀର ଚିନ୍ତା ବଢ଼ାଇ ଦେଇଛି । ଆଉ ଏହାରି ଭିତରେ ଚାଷୀର ବର୍ଷକର ଅମଳ ଗଜା ହୋଇ ନଷ୍ଟ ହୋଇଯାଇଛି । ପ୍ରଥମେ ଚକଡ଼ା ପୋକ ଆଉ ଏବେ ଲଘୁଚାପଜନିତ ବର୍ଷା କାରଣରୁ ଚାଷୀ ଆଖି ଆଗରେ ନଷ୍ଟ ହେଉଛି ଫସଲ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)