News

୬ଷ୍ଠ ପ୍ରଫେସର ନିରଞ୍ଜନ ପଣ୍ଡା ସ୍ମାରକୀ ବକ୍ତୃତାମାଳା

ବିଗତ ବର୍ଷ ମାନଙ୍କରେ ଆମେ ପନିପରିବା ଉତ୍ପାଦନ , ମତ୍ସ୍ୟ ଉତ୍ପାଦନ ତଥା କୃଷି ଯନ୍ତ୍ରପାତି ରପ୍ତାନୀରେ ଅଗ୍ରଣି ଭୂମିକା ଗ୍ରହଣ କରିଛୁ l

20 July, 2024 11:04 AM IST By: Tanushree Mahapatra

ଓୟୁଏଟିର ପ୍ରସିଦ୍ଧ ମୃତ୍ତିକା ବିଜ୍ଞାନୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ନିରଞ୍ଜନ ପଣ୍ଡାଙ୍କ ସ୍ମୃତିରେ ଆୟୋଜିତ ସ୍ମାରକୀ ବକ୍ତୃତାମାଳାରେ ଯୋଗଦେଇ ଭାରତୀୟ କୃଷି ଗବେଷଣା ପରିଷଦର ନିର୍ଦ୍ଦେଶକ ଡଃ ହିମାଂଶୁ ପାଠକ ସାଂପ୍ରତିକ ଡିଜିଟାଲ ବ୍ୟବସ୍ଥାର ନୂତନତ୍ୱ ପରିପ୍ରେକ୍ଷୀରେ କୃଷି ଖାଦ୍ୟ ଉତ୍ପାଦନରେ ନବୀକରଣ ସମ୍ପର୍କରେ ବିଶେଷ ସମ୍ଭାଷଣ ପ୍ରଦାନ କରିଥିଲେ l

ଜଳବାୟୁ ପରିବର୍ତ୍ତନ ଓ ମୌସୁମୀ ବର୍ଷାର ଅନିୟମିତତା ସତ୍ତ୍ୱେ ଭାରତର ଖାଦ୍ୟଶସ୍ୟ ଉତ୍ପାଦନ କମିନାହିଁ ତଥା ବିଗତ ବର୍ଷ ମାନଙ୍କରେ ଆମେ ପନିପରିବା ଉତ୍ପାଦନ , ମତ୍ସ୍ୟ ଉତ୍ପାଦନ ତଥା କୃଷି ଯନ୍ତ୍ରପାତି ରପ୍ତାନୀରେ ଅଗ୍ରଣି ଭୂମିକା ଗ୍ରହଣ କରିଛୁ l

ଏବେ ଆମର ଖାଦ୍ୟ ଶସ୍ୟ ଉତ୍ପାଦନ ୩୩୦ ମିଲିୟନ ଟନ ଥିବାବେଳେ ୨୦୪୭ ବେଳକୁ ୫୨୦ ମିଲିୟନ ଟନର ଆବଶ୍ୟକତା ରହିବବୋଲି ସୂଚନା ଦେଇଥିଲେ l ଆମ ପାରମ୍ପରିକ କୃଷି ବ୍ୟବସ୍ଥା ଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ସ୍ୱରୂପ ଡ଼ିଜିଟାଲ କୃଷି ବ୍ୟବସ୍ଥା ପର୍ଯ୍ୟନ୍ତ ଏକ କୃଷି ବିକାଶର ଦୀର୍ଘ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ l ଓୟୁଏଟି ପରିସର ସ୍ଵାମୀନାଥନ ସମ୍ମିଳନୀ କକ୍ଷରେ କୁଳପତି ପ୍ରଭାତ କୁମାର ରାଉଳଙ୍କ ସଭାପତିତ୍ୱରେ ତଥା ଭାରତୀୟ ମୃତ୍ତିକା ବିଜ୍ଞାନ ସମାଜର ଭୁବନେଶ୍ୱର ଶାଖା ସଭାପତି ଡଃ ରବୀନ୍ଦ୍ର କୁମାର ନାୟକଙ୍କ ପରିଚାଳନାରେ ଷଷ୍ଠ ପ୍ରଫେସର ନିରଞ୍ଜନ ପଣ୍ଡା ସ୍ମାରକୀ ବକ୍ତୃତା ତଥା ଓୟୁଏଟି ଭାଷଣମାଳା-୨୦୨୪ ମହାସମାରୋହରେ ଆୟୋଜିତ ହୋଇଥିଲା l 

କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହୃଷିକେଶ ପାତ୍ର ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ l ICAR ମତ୍ସ୍ୟ ବିଜ୍ଞାନ ବିଭାଗ ଉପନିର୍ଦ୍ଦେଶକ ଡଃ ଜୟକୃଷ୍ଣ ଜେନା ତଥା କୃଷି ଶିକ୍ଷା ବିଭାଗ ଉପନିର୍ଦ୍ଦେଶକ ଡଃ ରାକେଶ ଚନ୍ଦ୍ର ଅଗ୍ରୱାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜସ୍ୱ ବକ୍ତବ୍ୟ ରଖିଥିଲେ l ନିଜସ୍ୱ ସଭାପତୀୟ ଅଭିଭାଷଣରେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓଡ଼ିଶାର କୃଷି କ୍ଷେତ୍ରକୁ ପ୍ରଫେସର ନିରଞ୍ଜନ ପଣ୍ଡାଙ୍କ ଅବଦାନ ଓ ତାଙ୍କ ପ୍ରଚେଷ୍ଟାରେ ଚିପଲିମାରେ କୃଷି ତଥା ଉଦ୍ୟାନ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିବା ସୂଚନା ଦେବା ସଙ୍ଗେସଙ୍ଗେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଶେଷରେ ଡଃ ରବୀନ୍ଦ୍ର କୁମାର ନାୟକ ମୃତ୍ତିକା ବିଜ୍ଞାନ ସମାଜ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଓୟୁଏଟି ସଂଗୀତ ପରିବେଷଣ ସହିତ ସଭାକାର୍ଯ୍ୟ ସମାପନ ହୋଇଥିଲା l ଉକ୍ତ ସ୍ମାରକୀ ବକ୍ତୃତାମାଳାରେ ପ୍ରାୟ ୫୦୦ରୁ ଅଧିକ ଶିକ୍ଷକ , ବୈଜ୍ଞାନିକ , କର୍ମଚାରୀ , ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l

ଅଧିକ ପଢ଼ନ୍ତୁ

ମାଲଦାଠାରେ ସଫଳ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)