କୃଷି କ୍ଷେତ୍ରରେ ସହଭାଗିତା ଆପଣାଇ ଆଉ ଏକ ପାଦ ଆଗକୁ ବଢାଇଛନ୍ତି ଭାରତ ଓ ଓ ଇସ୍ରାଏଲ । ଏହା ଉଭୟ ଦେଶର ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛି । ସର୍ବଦା ନୂଆ ନୂଆ ଅତ୍ୟାଧୁନିକ ଜ୍ଞାନ କୌଶଳ ଆପଣାଉଥିବା ଇସ୍ରାଏଲ 75ଟି ଭାରତୀୟ ଗାଁକୁ ନୂଆ ରୂପ ଦେବ ।
ଇସ୍ରାଏଲ ସହଯୋଗରେ ଭାରତର 75ଟି ଗାଁର ନବକଳେବର ହେବ । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ଗସ୍ତରେ ଥିବା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Narendra Singh Tomar ) । 75 ତମ ସ୍ବାଧିନତା ଦିବସ ଅବସରରେ ଭାରତର 75 ଗାଁକୁ ନୂଆ ରପ ଦିଆଯିବା ନେଇ କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।
4 ଦିନିଆ ଇସ୍ରାଏଲ ଗସ୍ତରେ ଥିବା କେନ୍ଦ୍ର କୃଷିମନ୍ତ୍ରୀ ବୁଧବାର ଇସ୍ରାଏଲରେ ନିଜ ପ୍ରତିପକ୍ଷ ଓଡେଡ ଫୋରରଙ୍କ ସହ ସାକ୍ଷାତ କରିଥିଲେ । ଅତ୍ୟାଧୁନିକ କୃଷି ଟେକ୍ନୋଲୋଜୀ, ଅଭିବୃଦ୍ଧି କ୍ଷମତା, ଜଳ ପରିଚାଳନା, ପରିବେଶ ଗ୍ରାମାଞ୍ଚଳ ବିକାଶ ଆଦି ଅନେକ ବିଷୟ ଉପରେ ଉଭୟ ଦେଶର କୃଷି ମନ୍ତ୍ରୀ ଆଲୋଚନା କରିଛନ୍ତି ।
ଚାଷ ହେଉ କି ପ୍ରତିରକ୍ଷା, ସବୁକ୍ଷେତ୍ରରେ ନୂଆ ଓ ଅତ୍ୟାଧୁନିକ ଟେକ୍ନୋଲୋଜୀ ପ୍ରୟୋଗ କରିଆସୁଛି ଇସ୍ରାଏଲ । ଆଜିର ଦିନରେ ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଉନ୍ନତ କରିଛି । ବିଶେଷକରି କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାରର ନୂଆ ନୂଆ ଟେକ୍ନୋଲୋଜି ଆସିଛି, ଯାହାଦ୍ୱାରା ଭଲ ଅମଳ ହେବା ସହିତ ଚାଷ କାମ ସହଜ ହୋଇପାରିବ। ଇସ୍ରାଏଲ ଏଭଳି ଏକ ଦେଶ ଯିଏ କାନ୍ଥରେ ବି ଚାଷ କରିପାରୁଛି । କାନ୍ଥରେ ଧାନ, ଗହମ ସହ ପରିବା ମଧ୍ୟ ଉତ୍ପାଦନ କରାଯାଉଛି, ଯହାକୁ ଭର୍ଟିକାଲ ଫାର୍ମିଙ୍ଗ କୁହାଯାଏ। ଇସ୍ରାଏଲରେ ଚାଷଜମିର ଅଭାବ ଥିବାରୁ ଏଠଆକାର ଚାଷୀମାନେ ଭର୍ଟିକାଲ ଚାଷ ବା କାନ୍ଥରେ ଚାଷ କରିବାର ନୂଆ ପଦ୍ଧତି ଆପଣାଉଛନ୍ତି ।
ଇସ୍ରାଏଲ ସହଯୋଗରେ ଯଦି ଭାରତର ଗାଁଗୁଡିକର ବିକାଶ ହୋଇପାରେ, ତେବେ ଏଠଆକାର କୃଷି କ୍ଷେତ୍ରରେ ମଧ୍ଯ ନୂଆ ପରିବର୍ତ୍ତନ ଆସିବ । ଗାଁର ଉନ୍ନତି ସହ ଏହି ଅଞ୍ଚଳର ଚାଷୀମାନେ ମଧ୍ୟ ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଫସଲ ଉତ୍ପାଦନ କରିପାରିବେ ।
ଇସ୍ରାଏଲର ହାଇଟେକ ଚାଷଜମି ବୁଲିଲେ କେନ୍ଦ୍ର କୃଷିମନ୍ତ୍ରୀ
ଚାଷୀଙ୍କ ପାଇଁ ଖୁସି ଖବର! ରସାୟନିକ ସାରର ବିକଳ୍ପ ସାଜିବ ଗୋବରରୁ ପ୍ରସ୍ତୁତ PROM