News

୨୦୨୩ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଦେଶରେ ୭୫୦ଟି ମୂଲ୍ୟ ଯାଂଚ କେନ୍ଦ୍ର ସ୍ଥାପନ କରିବା ଲକ୍ଷ୍ୟ

ଆଜି ଆସାମର ଗୁଆହାଟୀ ଠାରେ ଅନୁଷ୍ଠିତ ଏକ ଦିବସୀୟ କର୍ମଶାଳାରେ ଖାଉଟି ବ୍ୟାପାର ବିଭାଗର ସଚିବ ଶ୍ରୀ ରୋହିତ କୁମାର ସିଂହ ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲା ଗୁଡିକରେ ମୂଲ୍ୟ ଯାଂଚ କେନ୍ଦ୍ର ପ୍ରତିଷ୍ଠା କରାଯିବା ଉଚିତ ବୋଲି କହିଛନ୍ତି । ସେ କହିଥିଲେ ଯେ , ୨୦୨୩ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ୭୫୦ଟି ମୂଲ୍ୟ ଯାଂଚ ସେଂଟର ସ୍ଥାପନ କରିବା ଲକ୍ଷ୍ୟ ହାସଲ ନିମନ୍ତେ କେନ୍ଦ୍ର ଲକ୍ଷ୍ୟ ରଖିଛି, ଯାହା ପାଇଁ ଆର୍ଥିକ ସହାୟତା ନିଶ୍ଚିତ ହେବ ।

05 December, 2022 2:26 PM IST By: Tanushree Mahapatra

ଆଜି ଆସାମର ଗୁଆହାଟୀ ଠାରେ ଅନୁଷ୍ଠିତ ଏକ ଦିବସୀୟ କର୍ମଶାଳାରେ ଖାଉଟି ବ୍ୟାପାର ବିଭାଗର ସଚିବ ଶ୍ରୀ ରୋହିତ କୁମାର ସିଂହ ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲା ଗୁଡିକରେ ମୂଲ୍ୟ ଯାଂଚ କେନ୍ଦ୍ର ପ୍ରତିଷ୍ଠା କରାଯିବା ଉଚିତ ବୋଲି କହିଛନ୍ତି । ସେ କହିଥିଲେ ଯେ , ୨୦୨୩ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ୭୫୦ଟି ମୂଲ୍ୟ ଯାଂଚ ସେଂଟର ସ୍ଥାପନ କରିବା ଲକ୍ଷ୍ୟ ହାସଲ ନିମନ୍ତେ କେନ୍ଦ୍ର ଲକ୍ଷ୍ୟ ରଖିଛି, ଯାହା ପାଇଁ ଆର୍ଥିକ ସହାୟତା ନିଶ୍ଚିତ ହେବ ।

ସଚିବ ସ୍ପଷ୍ଟ କରିଥିଲେ ଯେ ମୂଲ୍ୟ ଯାଂଚ ବିଭାଗ ମାଧ୍ୟମରେ ମୁଦ୍ରାସ୍ଫୀତି ଉପରେ ନଜର ରଖି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି । ଖାଉଟି ବ୍ୟାପାର ବିଭାଗ ନିୟମିତ ଭାବରେ ମୂଲ୍ୟ ସମ୍ବନ୍ଧରେ ତଥ୍ୟ ପ୍ରସ୍ତୁତ କରେ ଏବଂ ଦେଶରେ ୨୨ ଟି ଜରୁରୀ ଖାଦ୍ୟ ସାମଗ୍ରୀର ମୂଲ୍ୟ ସଂଗ୍ରହ କରି ଏକାଠି କରିବାର ବ୍ୟବସ୍ଥା ରହିଛି ।

ଉତ୍ତର ପୂର୍ବାଂଚଳର ଖାଉଟି ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ଗୁଡିକର ସମାଧାନ ପାଇଁ ଆସାମ ସରକାରଙ୍କ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ସଚିବ ନିଜର ଉଦ୍‌ଘାଟନୀ ବକ୍ତବ୍ୟରେ ସୂଚନା ଦେଇଥିଲେ ଯେ, କିପରି ଗ୍ରାହକଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ବିଆଇଏସ୍‌, ଏନଟିଏଚ୍‌, ଆଇନ୍ ମାପ ବିଜ୍ଞାନ ଏବଂ ଜାତୀୟ ଉପଭୋକ୍ତା ହେଲ୍ପଲାଇନ ମାଧ୍ୟମରେ ଗୁଣବତ୍ତା, ପରିମାଣ, ମାନକ, ପରୀକ୍ଷଣ ଏବଂ ମାନଦଣ୍ଡ ଦୃଷ୍ଟିରୁ ବିଭାଗ, ଜାତୀୟ ଆୟୋଗ, ରାଜ୍ୟ ଆୟୋଗ ଏବଂ ଜିଲ୍ଲା ଆୟୋଗ ଏବଂ ସମଗ୍ର ପାରିବେଶିକ ବ୍ୟବସ୍ଥା ଏକା ସହିତ କାର୍ଯ୍ୟ କରୁଛନ୍ତି ।

ସେ ଆହୁରି ମଧ୍ୟ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ( Beureau of indian standards )ର ଭାରତର ଜାତୀୟ ମାନକ ସଂସ୍ଥା ଭାବରେ ଭୂମିକା ଉପରେ ଆଲୋକପାତ କରିଥିଲେ, ଭାରତୀୟ ମାନକକୁ ବିକଶିତ କରିବା ଏବଂ ଗୁଣବତ୍ତା ନିୟନ୍ତ୍ରଣ ଆଦେଶ ଭଳି ସ୍ୱେଚ୍ଛାକୃତ ତଥା ବାଧ୍ୟତାମୂଳକ ମାନଦଣ୍ଡର କାର୍ଯ୍ୟନ୍ୱୟନ ଏବଂ ଆଇନ୍ ମାପ ବିଜ୍ଞାନ ଏବଂ ଓଜନ ଏବଂ ମାପ ମାଧ୍ୟମରେ ଗ୍ରାହକଙ୍କୁ କିପରି ନିଶ୍ଚିତ କରା ଯାଇଛି ସେ ସମ୍ପର୍କରେ କହିଥିଲେ । ଯାହା ଉପସ୍ଥାପନ କରା ଯାଉଛି, ଉପସ୍ଥାପିତ ହେଉଥିବା ପରିମାଣ ଉତ୍ପାଦ ଉପରେ ଉଲ୍ଲେଖ ହୋଇଥିବା ଦାବି ସହିତ ସମାନ କି ନାହିଁ ସେ ସମ୍ପର୍କରେ ମଧ୍ୟ କହିଥିଲେ ।

ଇ - କମର୍ସର ଆଗମନ ସହିତ ଉପଭୋକ୍ତା ସୁରକ୍ଷା କ୍ଷେତ୍ରରେ ପ୍ରତିମାନ ପରିବର୍ତ୍ତନ ଉପରେ ଶ୍ରୀ ସିଂହ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଗ୍ରାହକ ଏବଂ ଯୋଗାଣକାରୀଙ୍କ ମଧ୍ୟରେ ପରିବର୍ତ୍ତିତ ସମୀକରଣ ସହିତ ବିଶେଷ କରି ଇ କମର୍ସ ମାଧ୍ୟମରେ, ଜାତୀୟ ଉପଭୋକ୍ତା ହେଲ୍ପଲାଇନ ମାଧ୍ୟମରେ ଇ- କମର୍ସ କ୍ଷେତ୍ରରେ ପଞ୍ଜୀକୃତ ଗ୍ରାହକ ମାନଙ୍କ ଅଭିଯୋଗରେ ଦ୍ରୁତ ବୃଦ୍ଧି ଘଟିଛି । ପ୍ରତି ମାସରେ ଏନ୍‌ସିଏଚ୍‌ରେ ପଞ୍ଜୀକୃତ ହୋଇଥିବା ୯୦,୦୦୦ ଅଭିଯୋଗ ଗୁଡିକ ମଧ୍ୟରୁ ମୋଟ ଅଭିଯୋଗର ୪୫ – ୫୦% ଇ - କମର୍ସ ସମ୍ବନ୍ଧୀୟ ବୋଲି ସୂଚନା ଦିଆ ଯାଇଛି ।

ଏଥିସହ ସେ ଗୁରୁତ୍ୱାରୋପ କରି କହିଥିଲେ ଯେ , ଏକ ଆବଶ୍ୟକ ପଦକ୍ଷେପ ଭାବରେ, ବିଭାଗ ଖାଉଟି ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସୁଶ୍ରୀ ନିଧି ଖରେଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA ) ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି । ଅବଶ୍ୟ, ଏହା ଉପଭୋକ୍ତା ମାନଙ୍କ ଉପରେ ସେମାନଙ୍କର ଅଧିକାର ବିଷୟରେ ଅଧିକ ସଚେତନ ହେବା ଏବଂ ଇ - କମର୍ସ କମ୍ପାନୀ ଗୁଡିକର କାର୍ଯ୍ୟକୁ ଚ୍ୟାଲେଞ୍ଜ କରିବା ଉପରେ ନିର୍ଭର କରେ ।

ଅତିରିକ୍ତ ସଚିବ ନିଧି ଖରେ ଏହି ସମାବେଶକୁ ସ୍ୱାଗତ କରିଥିଲେ ଏବଂ ଏହା ସହିତ ଏହି କଥା ଉପରେ ଆଲୋକପାତ କରି କହିଥିଲେ ଯେ କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଭାରତର ଉତ୍ତର-ପୂର୍ବ ଭାଗରେ ଉପଭୋକ୍ତା ବ୍ୟାପାର ସମ୍ପର୍କିତ ସମସ୍ୟା ଗୁଡିକ ଉପରେ ଆଲୋଚନା କରିବା । ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ ଖାଉଟି ବ୍ୟାପାର ବିଭାଗ ଜାତୀୟ ସ୍ତର, ରାଜ୍ୟ ସ୍ତର ଏବଂ ଜିଲ୍ଲା ସ୍ତରରେ ଗ୍ରାହକ ମାନଙ୍କ ପ୍ରସଙ୍ଗରେ ଅନେକ ପଦକ୍ଷେପ ନେଇଛି, ଯେଉଁଥିରେ ମଧ୍ୟସ୍ଥତା ସେଲ୍ ପ୍ରତିଷ୍ଠା କରିବା, ଲୋକ ଅଦାଲତ ପରିଚାଳନା, ଅସୁବିଧା ମୁକ୍ତ ଉପଭୋକ୍ତା ଅଭିଯୋଗର ସମାଧାନ ପାଇଁ ଇ-ଫାଇଲ୍ ବ୍ୟବହାର ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଅଟେ ।

ନୀତି ଆୟୋଗ ପ୍ରକାଶ କଲା CCUS ରିପୋର୍ଟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)