News

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ସୂଚନା ରହିଛି । ଡିସେମ୍ବର ମାସରେ ଯଦି ଏହି ସୂଚକାଙ୍କରେ କୌଣସି ପରିବର୍ତ୍ତନ ନହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ନିଶ୍ଚିତ ହେବ ବୋଲି ଆଶା ।

31 January, 2023 8:00 PM IST By: Tanushree Mahapatra

ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ସୂଚନା ରହିଛି । ଡିସେମ୍ବର ମାସରେ ଯଦି ଏହି ସୂଚକାଙ୍କରେ କୌଣସି ପରିବର୍ତ୍ତନ ନହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ନିଶ୍ଚିତ ହେବ ବୋଲି ଆଶା ।  ଜାନୁଆରୀ ମାସ ଶେଷ ହେବାକୁ ଯାଉଛି ଓ ଏହି ମାସର ଶେଷ ଦିନରେ ଅର୍ଥାତ୍ ୩୧ ଜାନୁୟାରୀ ୨୦୨୩ କେନ୍ଦ୍ର କର୍ମଚାରୀ ମାନଙ୍କୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଛି ।

ଆସନ୍ତାକାଲି କେନ୍ଦ୍ର କର୍ମଚାରୀମାନେ ନୂତନ ବର୍ଷର ପ୍ରଥମ ଉପହାର ପାଇପାରନ୍ତି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ସିଧାସଳଖ ୫୦ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ । ଯଦି ଏହା ସତ ହୁଏ ତେବେ ଅନେକ କର୍ମଚାରୀ ଏଥିରେ ଲାଭବାନ ହୋଇପାରିବେ l

ପ୍ରକୃତରେ ଜାନୁଆରୀ ୩୧ରେ ତଥା ଆଜି ନୂତନ ମୁଦ୍ରାସ୍ଫୀତି ଆକଳନ ଆସିବାକୁ ଯାଉଛି । ଏହି ଆକଳନ ସ୍ଥିର କରିବ ଯେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ଦରମା ଓ ପେନସନ୍ କେତେ ଟଙ୍କା ପର୍ଯ୍ୟନ୍ତ  ବୃଦ୍ଧି ପାଇବ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, AICPI ଇଣ୍ଡେକ୍ସର ଡାଟା ପ୍ରତ୍ୟେକ ମାସର ଶେଷ ତାରିଖରେ ପ୍ରକାଶିତ ହୁଏ ।  ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି । ଡିସେମ୍ବର ମାସରେ ଯଦି ଏହି ସୂଚକାଙ୍କରେ କୌଣସି ପରିବର୍ତ୍ତନ ନହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି  ନିଶ୍ଚିତ ।

ଅନ୍ୟପଟେ ଯଦି ସୂଚକାଙ୍କରେ ଗୋଟିଏ ପଏଣ୍ଟ ବୃଦ୍ଧି ହୁଏ, ତେବେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧, ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୌଠକରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଯଦି ଏହା ଘଟେ, ମାର୍ଚ୍ଚ ୩୧ ଠାରୁ କର୍ମଚାରୀମାନେ ବର୍ଦ୍ଧିତ ଦରମା ପାଇପାରିବେ ଓ ପେନସନଭୋଗୀମାନଙ୍କୁ ବର୍ଦ୍ଧିତ ପେନସନ୍ ମଧ୍ୟ ମିଳିପାରେ । କେବଳ ଏତିକି ନୁହେଁ, ଜାନୁଆରୀ ଓ ଫେବୃଆରୀ ମାସ ପାଇଁ ବକେୟା ଅର୍ଥ ରାଶି ସହିତ ଆକାଉଣ୍ଟକୁ ଆସିବ ।

DA କଣ ଓ ଏହା କାହିଁକି ବୃଦ୍ଧି କରାଯାଏ ? ଜାଣନ୍ତୁ...

ମହଙ୍ଗା ଭତ୍ତା କେବଳ ସରକାରୀ କର୍ମଚାରୀ (Central Government Employees) ଓ ପେନସନଭୋଗୀଙ୍କ ବେତନର ଏକ ଅଂଶ । ଏହାର ଉଦ୍ଦେଶ୍ୟ ହେଉଛି ମୁଦ୍ରାସ୍ଫୀତିର ପ୍ରଭାବ ହ୍ରାସ କରିବା । ବଢୁଥିବା ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କ ଦରମା ସମୟ ସମୟରେ ବଦଳିଯାଏ । ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇରେ ଡିଏ (DA)କୁ ଦୁଇଥର ସଂଶୋଧନ କରାଯାଏ । ଡିଏ (DA)ଜୀବନର ମୂଲ୍ୟ ସହିତ ଜଡିତ । କର୍ମଚାରୀମାନେ ସହରାଞ୍ଚଳ, ଅର୍ଦ୍ଧ ସହରୀ କିମ୍ବା ଗ୍ରାମାଞ୍ଚଳରେ କାର୍ଯ୍ୟ କରନ୍ତି କି ନାହିଁ ଏହା ଉପରେ ନିର୍ଭର କରେ । ୨୦୦୬ରେ, କେନ୍ଦ୍ର ସରକାର ଭତ୍ତା ହିସାବର ସୂତ୍ର ବଦଳାଇଲେ । ବର୍ତ୍ତମାନ ଏହା ନୂଆ ସୂତ୍ରରେ ଗଣନା କରାଯାଇଛି ।

ଯଦି ଡିଏ (DA)୩% ବୃଦ୍ଧି ହୁଏ, ତେବେ ଦରମା କେତେ ବୃଦ୍ଧି ପାଇବ ? ଜାଣନ୍ତୁ...

କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees)ଙ୍କ ମୌଳିକ ଦରମା ମାସକୁ ୨୦,୦୦୦ ଟଙ୍କା ଓ ଯଦି ଡିଏ (DA) ୩ ପ୍ରତିଶତ ବୃଦ୍ଧି ହୁଏ, ତା’ହେଲେ ୩୪% ମହଙ୍ଗା ଭତ୍ତା ଅନୁଯାୟୀ ଦରମା ୬,୮୦୦ ଟଙ୍କା ବୃଦ୍ଧି ପାଇବ । ଯେହେତୁ ମହଙ୍ଗା ଭତ୍ତା ମୌଳିକ ବେତନ ସହିତ ଜଡିତ, ଏଥିରେ ବୃଦ୍ଧି କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି (ପିଏଫ୍), ଗ୍ରାଚ୍ୟୁଇଟି ରାଶି ଓ ଭ୍ରମଣ ଭତ୍ତା ପରି ମୌଳିକ ବେତନ ସହିତ ଜଡିତ ଅନ୍ୟାନ୍ୟ ଭତ୍ତା ମଧ୍ୟ ବୃଦ୍ଧି କରିବ ।

7th Pay Commission: ୧୮ ମାସର ଅଟକି ରହିଥିବା ମହଙ୍ଗା ଭତ୍ତାକୁ ନେଇ ଖୁବ ଶୀଘ୍ର ମିଳିବ ଖୁସି ଖବର

7th Pay Commission Update: ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର, ଜାଣନ୍ତୁ କଣ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)