କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees)ଙ୍କ ପାଇଁ ଏକ ବଡ଼ ଖୁସି ଖବର (GOOD NEWS) ଅଛି । ଏବେ ଠୁ ବେତନ ଆୟୋଗ ଅନୁଯାୟୀ ହିଁ ଦରମା (Salary) ବଢ଼ିବ ନାହିଁ । ଦରମା ବୃଦ୍ଧି ପାଇଁ ଏକ ନୂତନ ଫର୍ମୂଲା ପ୍ରସ୍ତୁତ କରାଯିବ ।
ସୂଚନା ଅନୁଯାୟୀ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ପରବର୍ତ୍ତୀ ବେତନ ଆୟୋଗ (8th Pay Commission) ଆସିବାର ଆଶା କମ୍ ଅଛି । ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ମାଧ୍ୟମରେ ବେତନ ବୃଦ୍ଧି କରିବା ପରିବର୍ତ୍ତେ, ନୂଆ ଫର୍ମୂଲା ସହିତ ବେସିକ୍ ସାଲାରୀ ବୃଦ୍ଧି କରିବାକୁ ବିଚାର କରାଯାଇପାରେ ।
କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees)ଙ୍କୁ ସପ୍ତମ ବେତନ ଆୟୋଗ ଅଧୀନରେ ବର୍ଦ୍ଧିତ ବେତନ (Salary)ର ହିଁ ଲାଭ ମିଳୁଛି । ସରକାର ଏଥିରେ ପ୍ରତିବର୍ଷ ବୃଦ୍ଧି କରୁଛନ୍ତି । ଏହା ବ୍ୟତୀତ ହିଁ ବର୍ଷକୁ ୨ ଥର ମହଙ୍ଗା ଭତ୍ତା (Dearness Allowance) ରେ ମଧ୍ୟ ବୃଦ୍ଧି ଘଟୁଛି । କିନ୍ତୁ ସରକାରୀ କର୍ମଚାରୀ (Government Employees) ଙ୍କ ବେତନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ନୂତନ ସୂତ୍ର ବା ଫର୍ମୂଲା ଆଣିପାରନ୍ତି । ରିପୋର୍ଟ ଅନୁସାରେ ହିଁ, ଅର୍ଥ ମନ୍ତ୍ରଣାଳୟର ସୂତ୍ର କହିଛି ଯେ, ଏଣିକି କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ହିଁ ନୂଆ ବେତନ ଆୟୋଗ ଆଣିବ ନାହିଁ ।
ନୂତନ ସୂତ୍ର ଅନୁଯାୟୀ ହିଁ, ସରକାର ପ୍ରତିବର୍ଷ ମୌଳିକ ବେତନ (Salary) ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ୨୦୨୪ ପରେ ନୂତନ ଫର୍ମୂଲା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ତେବେ ଏହି ଫର୍ମୂଲା ସମ୍ପର୍କରେ ସରକାର କୌଣସି ଆଧିକାରୀକ ସୂଚନା ଏଯାଏଁ ଦେଇନାହାଁନ୍ତି । ଏହି ଆଧାରରେ ବାର୍ଷିକ ଦରମା (Salary) ବୃଦ୍ଧି ଏକ ଭଲ ବିକଳ୍ପ ହୋଇପାରେ । ଏଠାରେ କହି ରଖୁଛୁ ଯେ, ୨୦୧୬ ମସିହାରେ ସପ୍ତମ ପେ କମିଶନ (7th Pay Commission) ର ସୁପାରିଶ ଲାଗୁ କରାଯାଇଥିଲା ।
ବର୍ତ୍ତମାନ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ସରକାର ଆକ୍ରୋଏଡ୍ ସୂତ୍ର (Aykroyd Formula) କୁ ବିଚାର କରିପାରନ୍ତି । ଦୀର୍ଘ ଦିନ ଧରି ଏହି ନୂଆ ଫର୍ମୂଲାକୁ ନେଇ ଚର୍ଚ୍ଚା ହୋଇଆସୁଛି । ଏବେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ମୌଳିକ ଦରମା (Minimum Basic Salary) ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ହିଁ ସ୍ଥିର ହୋଇଥାଏ । ଯଦି ନୂତନ ଫର୍ମୁଲା ଲାଗୁ ହୁଏ, ତେବେ ହିଁ ଦରମା ମୁଦ୍ରାସ୍ଫୀତି ହାର, କଷ୍ଟ ଅଫ୍ ଲିବିଂ ଏବଂ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସହିତ ଜଡ଼ିତ ହେବ । ଅର୍ଥାତ ଘରୋଇ କ୍ଷେତ୍ର ପରି ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ହିଁ ପାଇବ । କେନ୍ଦ୍ରର ଧ୍ୟାନ ହେଉଛି ସମସ୍ତ ବର୍ଗର କର୍ମଚାରୀଙ୍କୁ ହିଁ ସମାନ ସୁବିଧା ମିଳୁ ।
ବିଗତ ଗତ କିଛି ଦିନ ହେବ ଗଣମାଧ୍ୟମରେ ଖବର ଆସିଛି ଯେ ସରକାର ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର (Fitment factor hike) କୁ ବଢ଼ାଇ ପାରନ୍ତି । କିନ୍ତୁ, ସୂଚନାନୁସାରେ ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ବୃଦ୍ଧି ପାଇବ ନାହିଁ । ବର୍ତ୍ତମାନ ସରକାର ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ସପକ୍ଷରେ ନାହାଁନ୍ତି । କୋରୋନା ଓ ମୁଦ୍ରାସ୍ଫୀତି ଯୋଗୁଁ ଏହି ଅତିରିକ୍ତ ଆର୍ଥିକ ବୋଝ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।
ପ୍ରକାଶ ଥାଉ ଯେ, ବେତନ ବୃଦ୍ଧି ପାଇଁ ଏକ ନୂତନ ସୂତ୍ର ଆଣିବା ପରେ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ମଧ୍ୟ ସ୍ଥିର ହେବ । ଏହାପୂର୍ବରୁ କୌଣସି ପ୍ରକାରର ଅନୁମାନ କରିବା କଷ୍ଟକର ।
ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ନିଷ୍ପତ୍ତି! କେତେ ବଢ଼ିବ କର୍ମଚାରୀ ଦରମା, ଜାଣନ୍ତୁ...
Old Pension Scheme: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର; ରଦ୍ଦ ହେଲା NPS, ଫେରିଲା ପୁରୁଣା ପେନସନ ସ୍କିମ୍!