News

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଡବଲ ଖୁସି; ପୁଣି ଥରେ କର୍ମଚାରୀଙ୍କ ଦରମା ବୃଦ୍ଧି!

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଦୁଇଥର ଖୁସି ଖବର ଆସିଛି । ପୁଣି ଥରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ । ସମସ୍ତ କର୍ମଚାରୀ ଏହାର ଲାଭ ପାଇବେ । କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି ।

03 June, 2022 10:56 AM IST By: Sudesna Nayak

କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees)ଙ୍କ ପାଇଁ ଦୁଇଥର ଖୁସି ଖବର (GOOD NEWS)ଆସିଛି । ଯଦି ଆପଣ ନିଜେ କିମ୍ବା ଆପଣଙ୍କ ଘରେ କୌଣସି କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ପୁଣି ଥରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ । ସମସ୍ତ କର୍ମଚାରୀ ଏହାର ଲାଭ ପାଇବେ । କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି ।

ପଦୋନ୍ନତି ମୂଲ୍ୟାୟନ ଉପରେ ଆଧାରିତ ହେବ,ଜାଣନ୍ତୁ...

ସୂତ୍ର ଅନୁଯାୟୀ, କେନ୍ଦ୍ରର କର୍ମଚାରୀ (Central Employees)ଙ୍କ ପାଇଁ ମୂଲ୍ୟାଙ୍କନ ୱିଣ୍ଡୋ ଖୋଲାଯାଇଛି । ଏହି ୱିଣ୍ଡୋ ଜୁନ୍ ୩୦ ପର୍ଯ୍ୟନ୍ତ ଖୋଲା ରହିବ । ଧାର୍ଯ୍ୟ ତାରିଖ ସୁଦ୍ଧା, କର୍ମଚାରୀମାନଙ୍କୁ ଆତ୍ମ-ମୂଲ୍ୟାଙ୍କନ ପୂରଣ କରିବାକୁ ପଡ଼ିବ ଓ ଏହାକୁ ରିପୋର୍ଟିଂ ଅଫିସରଙ୍କ ନିକଟକୁ ପଠାଇବାକୁ ପଡ଼ିବ । କର୍ମଚାରୀଙ୍କ ଦ୍ୱାରା ଭର୍ତ୍ତି ହୋଇଥିବା ଆତ୍ମ-ମୂଲ୍ୟାଙ୍କନ ଉପରେ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟାୟନ ଉପରେ ପଦୋନ୍ନତି ସ୍ଥିର ହେବ ।

ସମସ୍ତ କର୍ମଚାରୀ ଲାଭ ପାଇବେ,ଜାଣନ୍ତୁ...

ଇପିଏଫ୍ଓ ସୂତ୍ରରୁ ପ୍ରକାଶ ଯେ ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ (APAR) ମଡ୍ୟୁଲ୍ ପ୍ରସ୍ତୁତ କରାଯାଇଛି । ଶୀଘ୍ର ଅନଲାଇନ୍ ୱିଣ୍ଡୋ ମଧ୍ୟ ଆରମ୍ଭ ହେବ । ଏହା ପରେ ଅନ୍ତିମ ମୂଲ୍ୟାଙ୍କନ ପଠାଯିବ । କେନ୍ଦ୍ରର ସମସ୍ତ କର୍ମଚାରୀ ମୂଲ୍ୟାଙ୍କନ ଚକ୍ରରେ ଆସିବେ । ଗ୍ରୁପ୍ ଏ, ଗ୍ରୁପ୍ ବି ଓ ଗ୍ରୁପ୍ ସି କର୍ମଚାରୀଙ୍କ ପାଇଁ ମୂଲ୍ୟାଙ୍କନ ୱିଣ୍ଡୋ ଖୋଲୁଛି ।

ବାର୍ଷିକ ମୂଲ୍ୟାଙ୍କନ ତାରିଖ ପାସ ହୋଇଛି,ଜାଣନ୍ତୁ...

୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ବାର୍ଷିକ ମୂଲ୍ୟାଙ୍କନର ତାରିଖ ନିକଟତର । ଏହାକୁ କେବଳ ୩୧ ଜୁଲାଇ ସୁଦ୍ଧା ଶେଷ କରିବାକୁ ପଡ଼ିବ । ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ଅନୁଯାୟୀ, ଗ୍ରୁପ୍ ଏ, ବି ଓ ସି'ର ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ (APAR) ପାଇଁ ୱିଣ୍ଡୋ ଖୋଲୁଛି । ଯେହେତୁ କର୍ମଚାରୀଙ୍କ APAR ଧାର୍ଯ୍ୟ ହୋଇଛି, ତେବେ APRର ଲାଭ ମଧ୍ୟ ଉପଲବ୍ଧ ହେବ ।

ଜୁଲାଇ ୩୧ ସୁଦ୍ଧା ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ ହେବ,ଜାଣନ୍ତୁ...

ସୂତ୍ର ଦାବି କରିଛି ଯେ DoPT ଦ୍ବାରା କେନ୍ଦ୍ରୀୟ କର୍ମଚାରୀଙ୍କ ନିକଟକୁ ଅନଲାଇନ୍ ଫର୍ମ ପଠାଯାଇଛି । ଆହୁରି ମଧ୍ୟ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । କର୍ମଚାରୀମାନେ ଫର୍ମରେ ଖୋଜାଯାଇଥିବା ସୂଚନା ପୂରଣ କରିବାକୁ ପଡ଼ିବ ଓ ଏହାକୁ ଜୁନ ୩୦ ସୁଦ୍ଧା ସମ୍ପୃକ୍ତ ରିପୋର୍ଟ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ । ଏହି ପ୍ରକ୍ରିୟା ଶେଷ କରିବାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟ ଲାଗିବ । ଗତ ଦୁଇ ବର୍ଷ ପାଇଁ କାର୍ଯ୍ୟଦକ୍ଷତା ସମୀକ୍ଷାର ବିଳମ୍ବ ତୁଳନାରେ ଏଥର ଏହା ସମୟାନୁବର୍ତ୍ତୀ ହେବ ବୋଲି ଆଶା କରାଯାଉଛି ।

ଜୁଲାଇରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ! ଜାଣନ୍ତୁ...

ପ୍ରକାଶ ଥାଉ ଯେ, ମୂଲ୍ୟାଙ୍କନ ସହିତ କେନ୍ଦ୍ରୀୟ କର୍ମଚାରୀ (Employees)ମାନେ ମଧ୍ୟ ମହଙ୍ଗା ଭତ୍ତାର ଲାଭ ପାଇବେ ବୋଲି ଆଶା କରାଯାଉଛି । ଆମେ ଆପଣଙ୍କୁ କହିବୁ ଯେ ସରକାରଙ୍କ ଦ୍ବାରା ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଦୁଇଥର ବୃଦ୍ଧି କରାଯାଇଥାଏ । ମାର୍ଚ୍ଚରେ ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ଘୋଷଣା କରାଯାଇଛି । ଜୁଲାଇ ମାସରେ ମହଙ୍ଗା ଭତ୍ତାର ଦ୍ୱିତୀୟ କିସ୍ତି ଘୋଷଣା କରାଯାଇପାରେ । ଜୁଲାଇରେ AICPI ସୂଚକାଙ୍କ ତଥ୍ୟ ୪ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ଏହା ୩ ପ୍ରତିଶତ ବୃଦ୍ଧି ପାଇ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଯଦି ଜୁଲାଇରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ୩୮ ପ୍ରତିଶତରେ ପରିଣତ ହେବ ।

ପେନସନ ନିୟମରେ ପରିବର୍ତ୍ତନ; କର୍ମଚାରୀଙ୍କୁ ମିଳିବ ପେନସନ!

7th Pay commission:କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖବର, DAରେ ୧୩% ବୃଦ୍ଧି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)