News

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର;ଚଳିତ ମାସର ଦରମା ସହିତ ମିଳିବ ଏତିକି ଟଙ୍କାର ବକେୟା ରାଶି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ହୋଲିର ପର୍ବ ଜବରଦସ୍ତ ରହିବ । କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees)ଓ ପେନସନଭୋଗୀ (Central Government Pensioners) ଙ୍କ ପାଇଁ ବଡ଼ ଖୁସି ଖବର ଅଛି ।

01 March, 2022 12:58 PM IST By: Sudesna Nayak

କେନ୍ଦ୍ର କର୍ମଚାରୀ (Central Government Employees)ଙ୍କ ପାଇଁ ହୋଲିର ପର୍ବ ଜବରଦସ୍ତ ରହିବ । କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees)ଓ ପେନସନଭୋଗୀ (Central Government Pensioners) ଙ୍କ ପାଇଁ ବଡ଼ ଖୁସି ଖବର ଅଛି ।

ସୂଚନା ଅନୁଯାୟୀ, ଦୀର୍ଘ ସମୟ ଅପେକ୍ଷା ପରେ ମହଙ୍ଗା ଭତ୍ତା (Dearness Allowance) ରେ 3 ପ୍ରତିଶତ ବୃଦ୍ଧି ସ୍ଥିର ହୋଇଛି । ଅର୍ଥାତ ବର୍ତ୍ତମାନ କର୍ମଚାରୀ ଓ ପେନସନଭୋଗୀ (Central Government Pensioners) ମାନେ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା (DA Hike) ପାଇବେ ।

ଔଦ୍ୟୋଗିକ ଶ୍ରମିକମାନଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI Index) ର ଡିସେମ୍ବର ୨୦୨୧ ସୂଚକାଙ୍କରେ ଗୋଟିଏ ପଏଣ୍ଟ ହ୍ରାସ ଘଟିଛି । ଆପଣମାନଙ୍କୁ କହି ରଖୁଛୁ ଯେ ମହଙ୍ଗା ଭତ୍ତା ପାଇଁ ୧୨ ମାସର ସୂଚକାଙ୍କର ହାରାହାରି ୩୫୧.୩୩ ହୋଇଛି, ଯାହାର ହାରାହାରି ୩୪.୦୪% (DA) ଅଛି । କିନ୍ତୁ, ମହଙ୍ଗା ଭତ୍ତା ସର୍ବଦା ପୂର୍ଣ୍ଣାକ ସଂଖ୍ୟାରେ ଦିଆଯାଏ । ଅର୍ଥାତ ଜାନୁଆରୀ 2022 ରୁ ମୋଟ ମହଙ୍ଗା ଭତ୍ତା ୩୪ ପ୍ରତିଶତ ମିଳିବା ସ୍ଥିର ହୋଇଯାଇଛି ।

କେବେ ହେବ ଘୋଷଣା,ଜାଣନ୍ତୁ...

ବର୍ତ୍ତମାନ କର୍ମଚାରୀମାନଙ୍କୁ ୩୧ ପ୍ରତିଶତ ମହଙ୍ଗା ଭତ୍ତା ଡିଏ (DA) ମିଳୁଛି । କିନ୍ତୁ ଜାନୁଆରୀ 2022 ରୁ ଆପଣ ୩ ପ୍ରତିଶତ ଆହୁରି ମହଙ୍ଗା ଭତ୍ତାର ଲାଭ ପାଇବେ । ସପ୍ତମ ବେତନ ଆୟୋଗ (7th Pay Commission)ର ସୁପାରିଶ ଅନୁଯାୟୀ, ମହଙ୍ଗା ଭତ୍ତା କେବଳ ବେସିକ ବେତନ ଉପରେ ଦିଆଯାଏ । ମାର୍ଚ୍ଚ ରେ ଏହା ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଛି । ବାସ୍ତବରେ, ନିର୍ବାଚନ କାରଣରୁ ଆଚରଣ ସଂହିତା ଲାଗୁ କରାଯାଇଛି ଓ ତେଣୁ ସରକାର ଏହାକୁ ଘୋଷଣା କରିବେ ନାହିଁ ।

ଡିସେମ୍ବରରେ AICPI-IW ଆସିଛି କମି,ଜାଣନ୍ତୁ...

ଉଲ୍ଲେଖନୀୟ କଥା ହେଉଛି ଯେ, ସରକାରଙ୍କ ଏହି ନିଷ୍ପତ୍ତି ୫୦ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏହା ପରେ ଜୁଲାଇ 2022 ରେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଗଣନା କରାଯିବ । ଡିସେମ୍ବର 2021 ପାଇଁ AICPI-IW (All India Consumer Price Index for Industrial Workers) ତଥ୍ୟ ଜାରି କରିଦେଇଛି । ଏହି ଆକଳନ ଅନୁଯାୟୀ, ଡିସେମ୍ବରରେ ଏହି ସଂଖ୍ୟା ୦.୩ ପଏଣ୍ଟ ହ୍ରାସ ପାଇ ୧୨୫.୫ ପଏଣ୍ଟରେ ପହଞ୍ଚିଛି । ନଭେମ୍ବରରେ ଏହି ତଥ୍ୟ ୧୨୫.୭ ପଏଣ୍ଟରେ ଥିଲା ଓ ଡିସେମ୍ବରରେ ୦.୨୪ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ, ଏଥିରୁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ପ୍ରଭାବ ପକାଇ ନାହିଁ । ଶ୍ରମ ମନ୍ତ୍ରଣାଳୟର AICPI IW ର ଆକଳନ ପରେ ନିଷ୍ପତ୍ତି ନିଆଯାଇଛି ଯେ ଏଥର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇବ ।

ନଭେମ୍ବରରେ ହୋଇଥିଲା ବୃଦ୍ଧି,ଜାଣନ୍ତୁ...

ଶ୍ରମ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ନଭେମ୍ବର 2021 ରେ AICPI-IW ସୂଚକାଙ୍କ ୦.୮ ପ୍ରତିଶତ ବୃଦ୍ଧି ପାଇ ୧୨୫.୭ରେ ପହଞ୍ଚିଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହେବ । ବର୍ତ୍ତମାନ ଯଦିଓ ଡିସେମ୍ବର 2021 ର ଆକଳନରେ ସାମାନ୍ୟ ହ୍ରାସ ଘଟିଛି, କିନ୍ତୁ ଜାନୁୟାରୀ 2022 ରେ ଡିଏରେ ୩ ପ୍ରତିଶତ ହାରରେ ବୃଦ୍ଧି ଘଟିବ । ସରକାରୀ କର୍ମଚାରୀଙ୍କ DA ବର୍ତ୍ତମାନ ୩୧ ପ୍ରତିଶତ ରହିଛି । ବର୍ତ୍ତମାନ ୩ ପ୍ରତିଶତ ବୃଦ୍ଧି ପରେ ଏହା ୩୪ ପ୍ରତିଶତରେ ପହଞ୍ଚିବ ।

ଜୁଲାଇ 2021 ଠାରୁ DA କାଲକୁଲେଟର,ଜାଣନ୍ତୁ...

ମାସ                       ଅଙ୍କ                              DA ପ୍ରତିଶତ

ଜୁଲାଇ ୨୦୨୧            ୩୫୩                                ୩୧.୮୧%
ଅଗଷ୍ଟ ୨୦୨୧             ୩୫୪                                ୩୨.୩୩%
ସେପ୍ଟେମ୍ବର ୨୦୨୧         ୩୫୫                                ୩୨.୮୧%
ନଭେମ୍ବର ୨୦୨୧         ୩୬୨.୦୧୬                            ୩୩%
ଡିସେମ୍ବର ୨୦୨୧         ୩୬୧.୧୫୨                               ୩୪%

ଡିଏ (DA) ଅଙ୍କର ଗଣନା,ଜାଣନ୍ତୁ...

ଜୁଲାଇ ପାଇଁ କେଲକୁଲେଶନ-122.8 X 2.88 =353.664 ଅଗଷ୍ଟ ପାଇଁ ସମୁଦାୟ -123X 2.88=354.24 ସେପ୍ଟେମ୍ବର ପାଇଁ କେଲକୁଲେଶନ-123.3 X 2.88 =355.104 ନଭେମ୍ବର ପାଇଁ କେଲକୁଲେଶନ- 125.7 X 2.88 =362.016 ଡିସେମ୍ବର ପାଇଁ କେଲକୁଲେଶନ- 125.4 X 2.88 = 361.152

୩୪ ପ୍ରତିଶତ ଡିଏ (DA)ଉପରେ କେଲକୁଲେଶନ,ଜାଣନ୍ତୁ...

ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବା ପରେ ମୋଟ ଡିଏ (DA) ୩୪% ହେବ । ବର୍ତ୍ତମାନ ୧୮,୦୦୦ ଟଙ୍କା ବେସିକ ବେତନ ଉପରେ ବାର୍ଷିକ ବାର୍ଷିକ ମହଙ୍ଗା ଭତ୍ତା ୭୩,୪୪୦ ଟଙ୍କା ହେବ । କିନ୍ତୁ ଅନ୍ତର ବିଷୟରେ କହିବାକୁ ଗଲେ ବାର୍ଷିକ ଦରମାରେ ବୃଦ୍ଧି ୬,୪୮୦ ଟଙ୍କା ହେବ ।

ସର୍ବନିମ୍ନ ବେସିକ ଦରମା ଉପରେ କେଲକୁଲେଶନ,ଜାଣନ୍ତୁ...

୧. କର୍ମଚାରୀଙ୍କ ବେସିକ ଦରମା 18,000 ଟଙ୍କା
୨. ନୂତନ ମହଙ୍ଗା ଭତ୍ତା (୩୪%) 620 ଟଙ୍କା / ମାସ
୩. ଏପର୍ଯ୍ୟନ୍ତ ମହଙ୍ଗା ଭତ୍ତା (୩୧%) 580 ଟଙ୍କା / ମାସ
୪. କେତେ ମହଙ୍ଗା ଭତ୍ତା ବଢ଼ିଛି 6120-5580= ମାସରେ 540 ଟଙ୍କା
୫. ବାର୍ଷିକ ଦରମାରେ ବୃଦ୍ଧି 540X12=6,480 ଟଙ୍କା

ସର୍ବାଧିକ ବେସିକ ଦରମା ଉପରେ କେଲକୁଲେଶନ,ଜାଣନ୍ତୁ...

୧. କର୍ମଚାରୀଙ୍କ ବେସିକ ଦରମା 56,900 ଟଙ୍କା
୨. ନୂତନ ମହଙ୍ଗା ଭତ୍ତା (୩୪%) 19,346 ଟଙ୍କା / ମାସ
୩. ଏପର୍ଯ୍ୟନ୍ତ ମହଙ୍ଗା ଭତ୍ତା (୩୧%) 17,639 ଟଙ୍କା / ମାସ
୪. କେତେ ମହଙ୍ଗା ଭତ୍ତା ବଢ଼ିଛି 19,346-17,639=ମାସରେ 540 ଟଙ୍କା
୫. ବାର୍ଷିକ ଦରମାରେ ବୃଦ୍ଧି 1,707X12=20,484ଟଙ୍କା

7th Pay Commission : କର୍ମଚାରୀଙ୍କୁ ମିଳିବ ୧୮ ମାସର ବକେୟା, କେବେ ମିଳିବ ଦରମା ଜାଣନ୍ତୁ...

କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ ; ୩୦ମିନିଟ ଅଧିକ କାମ କଲେ ମିଳିବ ଓଭର ଟାଇମ,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)