News

ସରକାରୀ କର୍ମଚାରୀଙ୍କୁ ଝଟକା, ମହଙ୍ଗା ଭତ୍ତାକୁ ନେଇ ଆସିଲା ଏହି ବଡ ଅପଡେଟ୍, ଜାଣନ୍ତୁ...

କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫର ହାରକୁ ସଂଶୋଧନ କରିବାକୁ ସରକାର ସମ୍ପୂର୍ଣ୍ଣ ରୂପେ ମନା କରି ଦେଇଛନ୍ତି ।

17 March, 2022 10:41 AM IST By: Sudesna Nayak

ଯଦି ଆପଣ ଜଣେ କେନ୍ଦ୍ରୀୟ କର୍ମଚାରୀ, ତେବେ ଏହି ଖବରଟି ହିଁ ଆପଣଙ୍କ ପାଇଁ ରହିଛି । କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees)ଙ୍କୁ ଲାଗିଲା ଝଟକା । କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫର ହାରକୁ ସଂଶୋଧନ କରିବାକୁ ସରକାର ସମ୍ପୂର୍ଣ୍ଣ ରୂପେ ମନା କରି ଦେଇଛନ୍ତି ।

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧରୀ (Minister of State for Finance Pankaj Choudhary)କହିଛନ୍ତି ଯେ, ମହଙ୍ଗା ଭତ୍ତା ଡିଏ (DA)କୁ ୩ ପ୍ରତିଶତରୁ ଅଧିକ ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ । ଡିଏ (DA)ବୃଦ୍ଧି ପାଇଁ କର୍ମଚାରୀମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ନିରାଶ ମିଳିଛି ।

ଡିଏ (DA) ଓ DR ବୃଦ୍ଧି ଉପରେ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ କହିଛନ୍ତି, କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରି ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI-IW)ଅନୁଯାୟୀ ହିଁ ମୁଦ୍ରାସ୍ଫୀତିକୁ ଆଧାର କରି ମହଙ୍ଗା ଭତ୍ତା (Dearness Allowance)ଓ ମହଙ୍ଗା ରିଲିଫ୍ (Dearness Relief)ବଢ଼ାଯିବ । ସରକାର ମଧ୍ୟ ସଂସଦକୁ କହିଛନ୍ତି ଯେ ଗତ ଦୁଇ ତ୍ରୈମାସରେ ମୁଦ୍ରାସ୍ଫୀତି ହାର ୫ ପ୍ରତିଶତରୁ ଅଧିକ ରହିଛି ।

ମଙ୍ଗଳବାର (Tuesday)ରାଜ୍ୟସଭା ସାଂସଦ ନରଣ ଭାଇ ଜେ ରାଠୱା ଅର୍ଥମନ୍ତ୍ରୀଙ୍କୁ ପଚାରିଥିଲେ ଯେ ମୁଦ୍ରାସ୍ଫୀତି ହାର ଅଧିକ ଥିବାବେଳେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pensioners) ଙ୍କ ମହଙ୍ଗା ଭତ୍ତା କାହିଁକି ୩ ପ୍ରତିଶତରେ ହିଁ ସ୍ଥିର ରହିଛି? ତେବେ ଏହାର ଜବାବରେ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଡିଏ (DA) କୁ ୩ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ସରକାର ଯୋଜନା କରୁନାହାଁନ୍ତି । କେନ୍ଦ୍ରୀୟ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pensioners)ମାନଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ବୃଦ୍ଧି ହାରକୁ ପୁନର୍ବିଚାର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ ଯେ, କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୩୧ ପ୍ରତିଶତ ମହଙ୍ଗା ଭତ୍ତା ଦିଆଯାଉଛି । ଯଦି ହୋଲି ପୂର୍ବରୁ ଡିଏ (DA)୩ ପ୍ରତିଶତ ବୃଦ୍ଧି ହୋଇଥାନ୍ତା, ତେବେ ମୋଟ ମହଙ୍ଗା ଭତ୍ତା ୩୪ ପ୍ରତିଶତକୁ ଯାଇଥାନ୍ତା । ସରକାରଙ୍କ ଏହି ନିଷ୍ପତ୍ତିରେ ୫୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ (Central Government Employees) ଓ ୬୫ ଲକ୍ଷରୁ ଅଧିକ ପେନସନଭୋଗୀ (Pensioners)ଉପକୃତ ହୋଇଥାନ୍ତେ । ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରନ୍ତି । ସାରା ଦେଶରେ ଲକ୍ଷ ଲକ୍ଷ କର୍ମଚାରୀ ଡିଏ (DA)ବୃଦ୍ଧି ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ସେମାନେ ପୁଣି ନିରାଶ ହୋଇଛନ୍ତି ।

ଆଜି କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର ; ୩ ପ୍ରତିଶତ ବଢ଼ିବ ଦରମା, ଜାଣନ୍ତୁ...

କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର, ବଢ଼ିଲା ମହଙ୍ଗା ଭତ୍ତା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)