News

୧ ଜୁଲାଇରୁ କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ ଦରମା; ଜାଣନ୍ତୁ ଫାଇଦା

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜୁଲାଇ ୧ ରୁ ବୃଦ୍ଧି ହେବାକୁ ଯାଉଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବର୍ତ୍ତମାନ ସିଧାସଳଖ ୩୮% ହେବ । ଦରମା ବମ୍ପର ବୃଦ୍ଧି ଆକାରରେ ସେମାନେ ଏହି ବୃଦ୍ଧିର ଲାଭ ଦେଖିବେ ।

26 May, 2022 3:28 PM IST By: Sudesna Nayak

କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ପାଇଁ ଏକ ଖୁସି ଖବର ଆସିଛି, ଯାହାକୁ ସେମାନେ ଅପେକ୍ଷା କରିଥିଲେ । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜୁଲାଇ ୧ ରୁ ବୃଦ୍ଧି ହେବାକୁ ଯାଉଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବର୍ତ୍ତମାନ ସିଧାସଳଖ ୩୮% ହେବ । ଦରମା (Salary)ବମ୍ପର ବୃଦ୍ଧି ଆକାରରେ ସେମାନେ ଏହି ବୃଦ୍ଧିର ଲାଭ ଦେଖିବେ ।

କେତେ ମହଙ୍ଗା ଭତ୍ତା ବୃଦ୍ଧି ପାଇବ! ଜାଣନ୍ତୁ...

ସୂଚନା ଅନୁଯାୟୀ, କ୍ରମାଗତ ଭାବେ ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ଜୁଲାଇ (july) ମାସରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇପାରେ । ମାର୍ଚ୍ଚରେ ଆସିଥିବା ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI) ରୁ ନିଷ୍ପତ୍ତି ନିଆଯାଇଛି ଯେ ଜୁଲାଇ-ଅଗଷ୍ଟରେ ମହଙ୍ଗା ଭତ୍ତା ୪% ହାରରେ ବୃଦ୍ଧି ପାଇପାରେ ।

ଉଲ୍ଲେଖନୀୟ ବିଷୟ ହେଉଛି, ଜାନୁଆରୀ ଏବଂ ଫେବୃଆରୀ ୨୦୨୨ ପାଇଁ AICP ସୂଚକାଙ୍କରେ ହ୍ରାସ ଘଟିଛି । ଯେଉଁଠାରେ ଜାନୁଆରୀରେ AICP ସୂଚକାଙ୍କ ସଂଖ୍ୟା ୧୨୫.୧ ରେ ଥିଲା, ଫେବୃଆରୀରେ ଏହା ୧୨୫ ରେ ଥିବାବେଳେ ମାର୍ଚ୍ଚରେ ଏହା ୧ ପଏଣ୍ଟ ବୃଦ୍ଧି ପାଇ ୧୨୬ ରେ ପହଞ୍ଚିଥିଲା ​। ଏପ୍ରିଲ୍-ମେ ଏବଂ ଜୁନ୍ ପାଇଁ ସଂଖ୍ୟା ଏପର୍ଯ୍ୟନ୍ତ ଆସିବ ନାହିଁ । ଯଦି ଏହି ସଂଖ୍ୟା ୧୨୬ ରୁ ଅଧିକ ହୁଏ, ତେବେ ସରକାର DA କୁ ୪% ବୃଦ୍ଧି କରିବେ ।

ଦରମା କେତେ ବୃଦ୍ଧି ପାଇବ?ଜାଣନ୍ତୁ...

ଯଦି ସରକାର DA କୁ ୪% ବୃଦ୍ଧି କରନ୍ତି, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ DA ୩୪% ରୁ ୩୮% କୁ ବୃଦ୍ଧି ପାଇବ । ବର୍ତ୍ତମାନ ଆସନ୍ତୁ ଦେଖିବା ସର୍ବାଧିକ ଏବଂ ସର୍ବନିମ୍ନ ମୌଳିକ ବେତନ (Minimum Basic Salary) ରେ କେତେ ବୃଦ୍ଧି ହେବ ।

ସର୍ବାଧିକ ମୌଳିକ ଦରମା ଉପରେ ଗଣନା,ଜାଣନ୍ତୁ...

୧. କର୍ମଚାରୀଙ୍କ ମୌଳିକ ଦରମା ୫୬,୯୦୦ ଟଙ୍କା ।

୨. ନୂତନ ମହଙ୍ଗା ଭତ୍ତା (୩୮%) Rs.୨୧,୬୨୨ / ମାସ ।

୩. ଏପର୍ଯ୍ୟନ୍ତ ମହଙ୍ଗା ଭତ୍ତା (୩୫%) Rs.୧୯,୩୪୬/ ମାସ ।

୪.କେତେ ମହଙ୍ଗା ଭତ୍ତା ବୃଦ୍ଧି ପାଇଲା? ୨୧,୬୨୨-୧୯,୩୪୬ = ମାସକୁ ୨,୨୭୬ ଟଙ୍କା ।

୫. ବାର୍ଷିକ ଦରମା ୨,୨୭୬X୧୨ = ୨୭, ୩୧୨ ଟଙ୍କା ବୃଦ୍ଧି ।

ସର୍ବନିମ୍ନ ମୌଳିକ ଦରମା ଉପରେ ଗଣନା,ଜାଣନ୍ତୁ...

୧. କର୍ମଚାରୀଙ୍କ ମୌଳିକ ଦରମା ୧୮,୦୦୦ ଟଙ୍କା

୨. ନୂତନ ମହଙ୍ଗା ଭତ୍ତା (୩୮%) ୬୮୪୦ / ମାସ ।

୩. ଏପର୍ଯ୍ୟନ୍ତ ମହଙ୍ଗା ଭତ୍ତା (୩୪%) Rs.୬୧୨୦ / ମାସ ।

୪. କେତେ ମହଙ୍ଗା ଭତ୍ତା ବୃଦ୍ଧି ପାଇଲା? ୬୮୪୦-୬୧୨୦ = ମାସ ୭୨୦ ଟଙ୍କା ।

୫. ବାର୍ଷିକ ଦରମା ୮୨୦ X୧୨= ୮,୬୪୦ଟଙ୍କା ବୃଦ୍ଧି ।

7th pay commission:ଏଣିକି ପେ କମିଶନ ଆଧାରରେ ବଢ଼ିବନି ଦରମା, ଦରମା ବୃଦ୍ଧି ପାଇଁ ଏକ ନୂତନ ଫର୍ମୂଲା ପ୍ରସ୍ତୁତ!

ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ନିଷ୍ପତ୍ତି! କେତେ ବଢ଼ିବ କର୍ମଚାରୀ ଦରମା, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)