News

ଖୁସି ଖବର, ମାର୍ଚ୍ଚ ୧୬ ରେ ସରକାରୀ କର୍ମଚାରୀଙ୍କୁ ମିଳିବ ଉପହାର,ଜାଣନ୍ତୁ...

ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମାର୍ଚ୍ଚ ୧୬ ରେ ଏକ ବଡ଼ ଖବର ମିଳିପାରେ । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି ।

10 March, 2022 3:31 PM IST By: Sudesna Nayak

ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ (Government Employees) ଙ୍କୁ ମାର୍ଚ୍ଚ ୧୬ ରେ ଏକ ବଡ଼ ଖବର ମିଳିପାରେ । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ୩ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି ।

ସୂଚନା ଅନୁୟାୟୀ, ବର୍ତ୍ତମାନ କର୍ମଚାରୀ (Employees)ଙ୍କୁ ୩୧ ପ୍ରତିଶତ ହାରରେ ଡିଏ (DA) ମିଳୁଛି, କିନ୍ତୁ ଏହାକୁ ୩୪ ପ୍ରତିଶତକୁ ବୃଦ୍ଧି କରାଯିବ ଅର୍ଥାତ୍ କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ବେତନରେ ବମ୍ପର ବୃଦ୍ଧି (Salary Hike) ଘଟିବ ।

ଜାନୁଆରୀରେ ହେବାର ଥିଲା ଘୋଷଣା,ଜାଣନ୍ତୁ...

ଏଥର ହୋଲି (Holi) ପୂର୍ବରୁ ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିବାକୁ ସରକାର ଘୋଷଣା କରିପାରେ । ଜାନୁୟାରୀ ୨୦୨୨ରୁ କର୍ମଚାରୀଙ୍କ DA ବୃଦ୍ଧି କରାଯିବାରଥିଲା, କିନ୍ତୁ ମନେ କରାଯାଉଛି ଯେ ମାର୍ଚ୍ଚ ୧୬ ରେ ସରକାର DA ବୃଦ୍ଧିକୁ ନେଇ ଘୋଷଣା କରିପାରନ୍ତି ।

ମାର୍ଚ୍ଚ ୧୬ରେ ହୋଇପାରେ ବୈଠକ,ଜାଣନ୍ତୁ...

ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ କର୍ମଚାରୀଙ୍କ ମୌଳିକ ଦରମା ଉପରେ ମହଙ୍ଗା ଭତ୍ତା (DA) ଘୋଷଣା କରାଯାଇଥାଏ । ଏଥର ମନେ କରାଯାଉଛି ଯେ ମାର୍ଚ୍ଚ ୧୬ ରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିପାରନ୍ତି । ବର୍ତ୍ତମାନ ନିର୍ବାଚନ ଯୋଗୁଁ ଲାଗୁ ହୋଇଥିବା ଆଚରଣ ବିଧି ପାଇଁ ଏହା ଘୋଷଣା କରାଯାଇ ନାହିଁ ।

ଜୁଲାଇରେ ପୁନର୍ବାର କରାଯିବ କେଲକୁଲେଶନ,ଜାଣନ୍ତୁ...

ଆପଣଙ୍କୁ କହି ରଖୁଛୁ ଯେ ୫୦ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ (pensioners) ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଲାଭବାନ ହେବେ । ଏହା ବ୍ୟତୀତ ମହଙ୍ଗା ଭତ୍ତା (DA) ର କେଲକୁଲେଶନ୍ ଜୁଲାଇ ୨୦୨୨ରେ ପୁନର୍ବାର କରାଯିବ ।

ହୋଲି ପରେ ମିଳିବ ପୂରା ଟଙ୍କା,ଜାଣନ୍ତୁ...

କେନ୍ଦ୍ର କର୍ମଚାରୀମାନଙ୍କୁ ମାର୍ଚ୍ଚ ମାସର ଦରମା ସହିତ ନୂତନ ମହଙ୍ଗା ଭତ୍ତା (DA) ର ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରାଯିବ । ହୋଲି (Holi) ପରେ କର୍ମଚାରୀମାଙ୍କୁ ଗତ ଦୁଇମାସର ଟଙ୍କା ସେମାନଙ୍କୁ ମିଳିଯିବ । ଯଦି ବେସିକ ଦରମା ୧୮୦୦୦ରୁ ୫୬,୯୦୦୦ ଟଙ୍କା ମଧ୍ୟରେ ଅଛି ଓ ଆପଣ ୩୪ ପ୍ରତିଶତ ହାରରେ DA ହିସାବ କରିବେ, ତେବେ ଆପଣଙ୍କର ମହଙ୍ଗା ଭତ୍ତା ପ୍ରତି ମାସରେ ୧୯,୩୪୬ ଟଙ୍କା ହେବ । ଏଥିସହିତ କର୍ମଚାରୀମାନେ ବକେୟା ଭାବରେ ୧୭,୬୩୯ ଟଙ୍କା ପାଉଛନ୍ତି ।

ଆକାଉଣ୍ଟରେ ଆସିବ ଅତିରିକ୍ତ ୩୮,୬୯୨ ଟଙ୍କା,ଜାଣନ୍ତୁ...

କର୍ମଚାରୀଙ୍କ DA ରେ ମୋଟ ୧୭୦୭ ଟଙ୍କା ବୃଦ୍ଧି ହେବ । ଯଦି ଏହାକୁ ବାର୍ଷିକ ହିସାବ କରାଯାଏ, ତେବେ ଏହା ପ୍ରାୟ ୨୦,୪୮୪ ଟଙ୍କା ହେବ । ମାର୍ଚ୍ଚ ମାସରେ କର୍ମଚାରୀମାନଙ୍କୁ ୨ ମାସର ବକେୟା ଦିଆଯିବ, ତେଣୁ ସେହି ଅନୁସାରେ ୩୮,୬୯୨ ଟଙ୍କା ସେମାନଙ୍କ ଆକାଉଣ୍ଟରେ ବକେୟା ରୂପେ ଆସିବ ।

୧୬ ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର; ଖାତାକୁ ଆସିବ ୩୮,୬୯୨ ଟଙ୍କା

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର ; ୩ ପ୍ରତିଶତ ବଢ଼ିବ ଦରମା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)