News

7th Pay Commission:କେନ୍ଦ୍ରୀୟ କର୍ମଚାରୀଙ୍କୁ ଶୀଘ୍ର ମିଳିବ ଉପହାର; ଆକାଉଣ୍ଟକୁ ଆସିବ ଟଙ୍କା

ଆସିଲା ଖୁସି ଖବର । କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କର ମହଙ୍ଗା ଭତ୍ତା ଦୀର୍ଘ ସମୟରୁ ବକେୟା ଅପେକ୍ଷା କରିଛନ୍ତି । ସେମାନଙ୍କ ଏହି ଇଚ୍ଛା ଶୀଘ୍ର ପୂରଣ ହେବାକୁ ଯାଉଛି ।

25 January, 2022 11:22 AM IST By: Sudesna Nayak
ଆସିଲା ଖୁସି ଖବର । କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କର ମହଙ୍ଗା ଭତ୍ତା ଦୀର୍ଘ ସମୟରୁ ବକେୟା ଅପେକ୍ଷା କରିଛନ୍ତି । ସେମାନଙ୍କ ଏହି ଇଚ୍ଛା ଶୀଘ୍ର ପୂରଣ ହେବାକୁ ଯାଉଛି ।

କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) ଖୁବ୍ ଶୀଘ୍ର ନୂଆ ବର୍ଷର ବମ୍ପର ଉପହାର ପାଇବାକୁ ଯାଉଛନ୍ତି ।

ସୂଚନାନୁସାରେ, କେନ୍ଦ୍ର ସରକାର (Central Government) ଖୁବ୍ ଶୀଘ୍ର ଏହି କର୍ମଚାରୀଙ୍କ ୧୮ ମାସର ବିଚାରାଧୀନ ଡିଏ (DA)ଦେବାକୁ ସ୍ଥିର କରିଛନ୍ତି । କେନ୍ଦ୍ର କ୍ୟାବିନେଟର ପରବର୍ତ୍ତୀ ବୈଠକରେ ମହଙ୍ଗା ଭତ୍ତା ବକେୟା ନିଷ୍ପତ୍ତି ନିଆଯାଇପାରେ । ଯଦି ୧୮ ମାସ ପାଇଁ ବିଚାରାଧୀନ ଡିଏ (DA)ପ୍ରଦାନ କରାଯାଏ, ତେବେ ଅନେକ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟକୁ ୨ ଲକ୍ଷରୁ ଅଧିକ ଟଙ୍କା ଆସିପାରେ ।

ଜେସିଏମ୍ ଖୁବ୍ ଶୀଘ୍ର ଅର୍ଥ ମନ୍ତ୍ରଣାଳୟ, ପର୍ସନାଲ ଓ ଟ୍ରେନିଂ ବିଭାଗ, ବ୍ୟୟ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିବ । ଏଥିରେ, ଡିଏ (DA)ବକେୟା ଅର୍ଥର ଏକ ଲକ୍ଷ ଟଙ୍କା ଉପରେ ଆଲୋଚନା ହେବାର ସମ୍ଭାବନା ଅଛି । ସ୍ତର -୧ କର୍ମଚାରୀଙ୍କ ଡିଏ (DA)ବକେୟା ୧୧,୮୮୦ ରୁ ୩୭,୦୦୦ ଟଙ୍କା ମଧ୍ୟରେ ରହିବ ।

ଏଥି ସହିତ, ସ୍ତର -୧୩ କର୍ମଚାରୀମାନେ ଡିଏ (DA) ବକେୟା ହିସାବରେ ୧,୪୪,୨୦୦ ରୁ ୨,୧୮,୨୦୦ ଟଙ୍କା ପାଇବେ । ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର (Central Government)ସ୍ପଷ୍ଟ କରିଥିଲେ ଯେ ଡିଏ (DA) ପୁନରୁଦ୍ଧାର ହେଉଛି ।

ଡିଏ (DA)ସହିତ HRAରେ ବୃଦ୍ଧି ଘୋଷଣା ସମ୍ଭବ,ଜାଣନ୍ତୁ...

ଅନ୍ୟପକ୍ଷରେ, କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ (DA) ସହିତ ସେମାନଙ୍କ ଘର ଭଡା ଭତ୍ତା (HRA) ମଧ୍ୟ ବୃଦ୍ଧି କରାଯାଇପାରିବ । ବର୍ତ୍ତମାନ କର୍ମଚାରୀମାନେ ୩୧ ପ୍ରତିଶତ ଡିଏ ପାଇଛନ୍ତି, କିନ୍ତୁ ଏହା ୩୪ ପ୍ରତିଶତକୁ ବୃଦ୍ଧି ପାଇପାରେ । ଜୁଲାଇ ୨୦୨୧ରେ ଡିଏ (DA)କୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ।

ସେହି ସମୟ ମଧ୍ୟରେ HRA କୁ ମଧ୍ୟ ସଂଶୋଧନ କରାଯାଇଥିଲା । ବର୍ତ୍ତମାନ ସହରାଞ୍ଚଳ ବର୍ଗ ଅନୁଯାୟୀ HRA ହାର ୨୭ ପ୍ରତିଶତ, ୧୮ ପ୍ରତିଶତ ଓ ୯ ପ୍ରତିଶତ । ଗତ ଅକ୍ଟୋବରରେ ସରକାର ଡିଏ (DA)କୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିଥିଲେ ।

ପ୍ରକାଶ ଥାଉ ଯେ, ୨୦୧୫ରେ ସରକାର ଏକ ସ୍ମାରକପତ୍ର ପ୍ରଦାନ କରି କହିଥିଲେ ଯେ ଡିଏ (DA) ବୃଦ୍ଧି ସହିତ ସମୟକ୍ରମେ HRA ସଂଶୋଧିତ ହେବ । କୁହାଯାଉଛି ଯେ ଘର ଭଡା ଭତ୍ତାର ପରବର୍ତ୍ତୀ ସଂଶୋଧନ ତିନି ପ୍ରତିଶତ ହେବ ।

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ, ୩% ବଢ଼ିଲା DA

7th Pay Commission:କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର, ବୃଦ୍ଧି ହେବ ବେସିକ ସେଲାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)