News

7th pay commission: କେନ୍ଦ୍ର କର୍ମଚାରୀଙ୍କ ୪୪ ପ୍ରତିଶତ ବଢ଼ିବ ଦରମା !

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ଖୁବ୍ ଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି । ଏହି କାରଣରୁ ଲୋକମାନେ ବହୁତ ଉପକୃତ ହୋଇଛନ୍ତି । ସପ୍ତମ ବେତନ ସ୍କେଲ ଅଧୀନରେ ମହଙ୍ଗା ଭତ୍ତାର ଅପେକ୍ଷା କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କୁ ମୋଦି ସରକାର ଖୁବ ଶୀଘ୍ର ଏକ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି ।

13 March, 2023 8:00 PM IST By: Tanushree Mahapatra

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ଖୁବ୍ ଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି । ଏହି କାରଣରୁ ଲୋକମାନେ ବହୁତ ଉପକୃତ ହୋଇଛନ୍ତି । ସପ୍ତମ ବେତନ ସ୍କେଲ ଅଧୀନରେ ମହଙ୍ଗା ଭତ୍ତାର ଅପେକ୍ଷା କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କୁ ମୋଦି ସରକାର ଖୁବ ଶୀଘ୍ର ଏକ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି ।

ଆଶା କରାଯାଉଛି ଯେ, ଆର୍ଥିକ ବର୍ଷ ଶେଷ ସୁଦ୍ଧା ଅର୍ଥାତ୍ ମାର୍ଚ୍ଚ ମାସରେ ସରକାର ମହଙ୍ଗା ଭତ୍ତା ପ୍ରଦାନ ପାଇଁ ଆଦେଶ ଜାରି କରିପାରନ୍ତି ଯାହା ମହଙ୍ଗା ଭତ୍ତାକୁ ବୃଦ୍ଧି କରିବ । ଏଥିସହିତ ଏହା ମଧ୍ୟ କୁହାଯାଉଛି ଯେ ନରେନ୍ଦ୍ର ମୋଦି ସରକାର ଅଷ୍ଟମ ବେତନ ଆୟୋଗକୁ କାର୍ଯ୍ୟକାରୀ କରିପାରନ୍ତି, ଯାହା ବର୍ତ୍ତମାନର ସପ୍ତମ ବେତନ ଆୟୋଗର ସ୍ଥାନ ନେବ ଏବଂ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି କରିବ  ।

ସପ୍ତମ ବେତନ ଆୟୋଗ ପରେ ସରକାର ଖୁବ୍ ଶୀଘ୍ର ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ଯାଉଛନ୍ତି । ଯଦି ଏହା ହୁଏ ତେବେ ଆସନ୍ତା ବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ୪୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇପାରେ ବୋଲି ମନେ କରାଯାଉଛି । ଏହା ସହିତ ଫିଟମେଣ୍ଟ ଫ୍ୟାକ୍ଟର୍ ବ୍ୟତୀତ ଅନ୍ୟ କୌଣସି ସୂତ୍ରରେ ମଧ୍ୟ ଦରମା ସମୀକ୍ଷା କରାଯାଇପାରେ । ଏହା ବ୍ୟତୀତ ପୁରୁଣା ଆୟୋଗ ତୁଳନାରେ ଏହି ବେତନ କମିଶନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଯେଉଁଥିରେ ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ ଫାଇଦା ମିଳିବ l

ସପ୍ତମ ବେତନ ଆୟୋଗ ଅଧୀନରେ ବର୍ତ୍ତମାନ କର୍ମଚାରୀଙ୍କ ସର୍ବନିମ୍ନ ବେତନ ହେଉଛି  ୧୮,୦୦୦ ଟଙ୍କା ଓ ସରକାର ଏହି ବେତନ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର୍ ଲାଗୁ କରିଥିଲେ । ଏହା ଲାଗୁ କରାଯାଇଥିବା ବେଳେ  ଏହାକୁ ବହୁ ବିରୋଧ କରାଯାଇଥିଲା, କିନ୍ତୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମନେ କରିଥିଲେ ଯେ, କେନ୍ଦ୍ର କର୍ମଚାରୀଙ୍କ ବେତନ ସ୍ଥିର କରିବା ପାଇଁ କିଛି ନୂତନ ମାପ ବ୍ୟବହାର କରାଯିବା ଆବଶ୍ୟକ, ଯେଉଁ କାରଣରୁ ସେ ସମୟରେ ଫିଟମେଣ୍ଟ ଫ୍ୟାକ୍ଟର୍ କାର୍ଯ୍ୟକାରୀ କରାଯାଇଥିଲା, ଯେଉଁଥିରେ କର୍ମଚାରୀଙ୍କ ଦରମା ହିସାବ କରାଯାଇଥାଏ ।

କହିବାକୁ ଗଲେ, ଏହାପୂର୍ବରୁ ୨୦୧୬ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା । ସେହି ବର୍ଷ ସପ୍ତମ ବେତନ ଆୟୋଗ ମଧ୍ୟ କାର୍ଯ୍ୟକାରୀ କରାଯାଇଥିବାର ସୂଚନା ରହିଛି । ସେହି ସମୟରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ସିଧାସଳଖ ୬୦୦୦ରୁ ୧୮,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ତେବେ ଆପଣମାନଙ୍କୁ କହି ରଖୁଛୁ ଯେ, ଫିଟମେଣ୍ଟ ଫ୍ୟାକ୍ଟର୍ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ମୌଳିକ ବେତନ ସ୍ଥିର କରେ । ଯଦି କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରନ୍ତି, ତେବେ କେନ୍ଦ୍ର କର୍ମଚାରୀମାନଙ୍କ ଦରମା ସ୍ୱୟଂଚାଳିତ ଭାବେ ବୃଦ୍ଧି ପାଇବ । ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି କେନ୍ଦ୍ର କର୍ମଚାରୀମାନଙ୍କ ଦରମାକୁ ଅଢେଇ ଗୁଣରୁ ଅଧିକ ବଢ଼ାଇଥାଏ । ସପ୍ତମ ବେତନ ଆୟୋଗ ର ସୁପାରିଶ ଅନୁଯାୟୀ, କେନ୍ଦ୍ର କର୍ମଚାରୀଙ୍କ ଦରମା ଭତ୍ତା ବ୍ୟତୀତ ସେମାନଙ୍କର ମୌଳିକ ଦରମା ଓ ଫିଟମେଣ୍ଟ ଫ୍ୟାକ୍ଟର୍  ଦ୍ୱାରା ନିର୍ଣ୍ଣୟ କରାଯାଏ ।

ସପ୍ତମ ବେତନ ଆୟୋଗରେ ଫିଟମେଣ୍ଟ ଫ୍ୟାକ୍ଟର୍ ୨.୫୭ ଗୁଣ ଥିଲା, ଯାହା ପରେ କର୍ମଚାରୀଙ୍କ ଦରମା ୧୪.୨୯ ପ୍ରତିଶତକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା । ଏହି ବୃଦ୍ଧି ଯୋଗୁଁ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ସେହିପରି ଅନ୍ୟପଟେ ମନେ କରାଯାଉଛି  ଅଷ୍ଟମ ବେତନ ଆୟୋଗ ଅଧୀନରେ ଏଥର ଫିଟମେଣ୍ଟ ଫ୍ୟାକ୍ଟର୍ ୩.୬୮ ଗୁଣ ହୋଇପାରେ, ଯାହା ପରେ କର୍ମଚାରୀଙ୍କ ଦରମା ୪୪.୪୪ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି  । ଏଥି ସହିତ କର୍ମଚାରୀଙ୍କ ସର୍ବନିମ୍ନ ଦରମା ସିଧାସଳଖ ୧୮,୦୦୦ରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି ହୋଇପାରେ । ତେବେ ଦେଖିବାକୁ ବାକି ରହିଲା କେନ୍ଦ୍ର ନେଇଥିବା ଏହି ନିଷ୍ପତ୍ତି କେବେ କାର୍ଯ୍ୟକାରୀ କରାଯିବ l

ଏବେ ଗହମ-ଚାଉଳ ସହିତ ମିଳିବ ମାଗଣାରେ ଏହି ସାମଗ୍ରୀ

ବର୍ଷା ନାହିଁ,ପଡିଆ ପଡିଛି ଜମି,ହତାଶ ଚାଷୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)